PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରିଆଣାରେ ୨୪ମଇ ଯାଏ ବଢ଼ିଲା ଲକ୍‌ ଡାଉନ୍‌ , ମୁଖ୍ୟମନ୍ତ୍ରୀ ଖଟ୍ଟର କହିଲେ –ଜନତାଙ୍କ ଦାବି ନେଇ ନିଷ୍ପତ୍ତି
  • ||
  • ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ କ୍ରିକେଟ ଅଲରାଉଣ୍ଡର ରାଜେନ୍ଦ୍ର ସିଂ ଜାଡେଜାଙ୍କ କରୋନାରେ ପରଲୋକ
  • ||
  • ଭୁବନେଶ୍ଵର : ରାଜ୍ୟରେ ଫିଲ୍ମ କିମ୍ଵା ସିରିୟଲ ସୁଟିଂ ଉପରେ ପ୍ରତିବନ୍ଧକ, ସମସ୍ତ ଇନଡୋର ଓ ଆଉଟଡୋର ସୁଟିଂ ବନ୍ଦ
  • ||
  • ୨୪ରେ ବଙ୍ଗୋପସାଗରରେ ଲଘୁଚାପ: ଆଣ୍ଡାମାନ ସାଗରରେ ସୃଷ୍ଟି ହେବ, ଅବପାତ ରୂପ ନେବା ପାଇଁ ପାଣିପାଗ ଅନୁକୂଳ…
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୭୩୨ ଜଣ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୧୨ ହଜାର ଟପିଲା
  • ||
  • ଭୁବନେଶ୍ୱର : ଓଡ଼ିଶାରେ ୧୯ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୩୧୩କୁ ବୃଦ୍ଧି
  • ||
  • ସଇଁତଳା : ଜମିବାଡ଼ି କଳହକୁ ନେଇ ଗୋଷ୍ଠୀ ସଙ୍ଘର୍ଷ, ଜଣେ ମୃତ, ୨ ଅଟକ
  • ||
  • ପାଟଣାଗଡ଼ : କରୋନା ଯୁଦ୍ଧରେ ହାରିଗଲେ ବରିଷ୍ଠ ସାମ୍ବାଦିକ କୈଳାଶ ସାହୁ
  • ||
  • ଆଠଗଡ : ଚୋରା ଚାଲାଣ ବେଳେ ଓଲଟିଲା କାଠ ବୋଝେଇ ପିକଅପ୍ ଭ୍ୟାନ, ଡ୍ରାଇଭର ମୃତ ଜଣେ ଗୁରୁତର
  • ||
  • ଭୁବନେଶ୍ୱର : ସ୍ୱର୍ଗତ ରଘୁନାଥ ମହାପାତ୍ରଙ୍କ ପୁଅ ପ୍ରଶାନ୍ତ ମହାପାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, କରୋନା ଆକ୍ରାନ୍ତ ହେବା ପରେ ଚାଲିଛି ଚିକିତ୍ସା
  • ||
  • ଭୁବନେଶ୍ୱର : ସୋମବାରଠୁ ଅନ୍‌ଲାନ୍‌ରେ ମିଳିବ ମଦ, ସକାଳ ୭ଟାରୁ ସଂଧ୍ୟା ୫ଟା ଯାଏଁ ଦେଇ ପାରିବେ ଅର୍ଡର, ହଜାର ଟଙ୍କାରେ ମଦ କିଣିଲେ ୧୦୦ ଟଙ୍କା ଡେଲିଭାରୀ ଚାର୍ଜ
  • ||
  • ଭୁବନେଶ୍ୱର : ପାରା ଧରିବାକୁ ଯାଇ ଟ୍ରେନ୍‌ ଲାଇନ୍ରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଳିଗଲା ନାବାଳକ, ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର
  • ||
  • ଭୁବନେଶ୍ୱର : ମାସ ଶେଷକୁ ଓଡ଼ିଶାରେ ସଂକ୍ରମଣ ପିକ୍‌ରେ ପହଞ୍ଚିବ, ଜୁନ୍‌ ପ୍ରଥମ ସପ୍ତାହରୁ କମିପାରେ
  • ||
  • କଟକ : ବୃଦ୍ଧ ଦମ୍ପତ୍ତିଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ !
  • ||

ଆଜି ଖୋଲିବ ଉତ୍କଳ କନିକା ଗ୍ୟାଲେରିଆ : ସପିଙ୍ଗର ମଜାକୁ ଆଖି ଝଲସା ସୌନ୍ଦର୍ଯ୍ୟକରଣ

ଭୁବନେଶ୍ୱର,୨୦।୧୨ (ବ୍ୟୁରୋ): ମଲ୍‌ ସିଟି ଭୁବନେଶ୍ୱରରେ ଖୋଲିବ ଆଉ ଏକ ଅତ୍ୟାଧୁନିକ ମଲ୍‌ । ଶୁକ୍ରବାର ସନ୍ଧ୍ୟାରେ କଳ୍ପନା ଛକରେ ଉଦ୍‌ଘାଟିତ ହେବ ବହୁ ପ୍ରତୀକ୍ଷିତ ‘ଉତ୍କଳ କନିକା ଗ୍ୟାଲେରିଆ’ । ଏହି ଆଖି ଝଲସା ମଲ୍‌ ଏବେ ରାଜଧାନୀର ଅନ୍ୟତମ ଆକର୍ଷଣ ହେବାକୁ ଯାଉଛି ।

ରାଜ୍ୟ ସଂଗ୍ରହାଳୟ ଓ ବିଏମ୍‌ସି ଅଫିସ ପାଖରେ ଛିଡ଼ା ହୋଇଛି ଏହି ଚକାଚକ୍‌ ମଲ୍‌ । ରିଅଲ୍‌ ଇଷ୍ଟେଟ ସଂସ୍ଥା ଉତ୍କଳ ବିଲ୍ଡର୍ସର ଏହା ପ୍ରଥମ ସପିଙ୍ଗ୍‌ ମଲ୍‌ । ଅଢ଼େଇ ଲକ୍ଷ ବର୍ଗ ଫୁଟ ସ୍ଥାନରେ ନିର୍ମାଣ ହୋଇଛି ଉତ୍କଳ କନିକା ଗ୍ୟାଲେରିଆ । ମଲ୍‌ ସାମ୍ନାରେ ରହିଛି ମନୋରମ ସୌନ୍ଦର୍ଯ୍ୟକରଣ । ଘାସ ଗାଲିଚା ସାଙ୍ଗକୁ ଆକର୍ଷଣୀୟ ଆଲୋକମାଳା । ପାର୍କିଂ ପାଇଁ ମଲ୍‌ରେ ଦୁଇଟି ବେସମେଣ୍ଟରେ ପର୍ଯ୍ୟାପ୍ତ ଜାଗା ରଖାଯାଇଛି । ଗୋଟିଏ ବେସମେଣ୍ଟରେ କାର୍‌ ପାର୍କିଂ ଓ ଅନ୍ୟଟିରେ ଦୁଇ ଚକିଆ ଯାନବାହନ ପାର୍କିଂ ବ୍ୟବସ୍ଥା ରହିଛି । ସପିଙ୍ଗ୍‌ ମଲ୍‌ରେ ଗ୍ରାହକଙ୍କ ପାଇଁ ଆନ୍ତର୍ଜାତିକ, ଜାତୀୟ ଓ ଆଞ୍ଚଳିକ ବ୍ରାଣ୍ଡ୍‌ ସାମଗ୍ରୀର ମିଶ୍ରଣ ଦେଖିବାକୁ ମିଳିବ ।

ଫେସନ ବର୍ଗରେ ରହିଛି ‘ସପର୍ସ ଷ୍ଟପ୍‌’ । ଏହି ବ୍ରାଣ୍ଡ୍‌ ଓଡ଼ିଶାରେ ନିଜର ପ୍ରଥମ ଷ୍ଟୋର ଉତ୍କଳ କନିକା ଗ୍ୟାଲେରିଆରେ ଖୋଲିଛି । ଏହାବାଦ୍‌ ଭୁବନେଶ୍ୱରର ଅଗ୍ରଣୀ ରିଟେଲର ଅଲ୍‌ ଦାଟ୍‌ ଜାଜ୍‌ ଏହାର ଜନପଥ ଷ୍ଟୋରକୁ ଏହି ମଲ୍‌କୁ ସ୍ଥାନାନ୍ତରିତ କରିଛି । ଅନେକ ଅଗ୍ରଣୀ ରିଟେଲର ଯଥା ହାମଲେଜ୍‌, ଟାଇମ ଜୋନ, ଏମ୍‌ଏସି, ଫରେଷ୍ଟ ଏସେନସିଆଲ, ମାର୍କସ୍‌ ଆଣ୍ଡ୍‌ ସ୍ପେନସର୍ସ ଲଞ୍ଜରି, ରିତୁ କୁମାର, ଡା ମିଲାନୋ, ଜିମି ଭୋଗ ଓ ଆହୁରି ଅନେକ କିଛି ଏହି ମଲ୍‌ରେ ଷ୍ଟୋର ଖୋଲିଛନ୍ତି । ଏଫଆଣ୍ଡବିକୁ ଏକ ବର୍ଗ ଭାବେ ମଲ୍‌ ବେଶ୍‌ ଗୁରୁତ୍ୱ ଦେଇଛି । ଫେସନ ଓ ମନୋରଞ୍ଜନ ସହ ଏଠାରେ ଆକର୍ଷଣୀୟ ଫୁଡ୍‌କୋର୍ଟ ମଧ୍ୟ ରହିଛି । ଯେଉଁଠାରେ ବର୍ଗର କିଙ୍ଗ୍‌, ପିଜ୍ଜା ହଟ୍‌, କେଏଫସି, ଏସିଆ ୭, ଷ୍ଟ୍ରିଟ୍‌ ଫୁଡ୍‌ ବାଏ ପଞ୍ଜାବ ଗ୍ରିଲ୍‌, ୱାଓ ମୋମୋଜ୍‌, ଦୋସା ପ୍ଲାଜା, ବମ୍ବେ ଟାଇମ୍ସ ଭଳି ନାମୀଦାମୀ ସଂସ୍ଥାର ସୁସ୍ୱାଦ ବ୍ୟଞ୍ଜନ ଉପଲବ୍ଧ ।

ମଲ୍‌ର ଉଦଘାଟନ ନେଇ ଆଜି ଉତ୍କଳ ଗ୍ରୁପ୍‌ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା । ଏଥିରେ ଉତ୍କଳ ଗ୍ରୁପ୍‌ର ପରିଚାଳନା ନିର୍ଦ୍ଦେଶକ ଶରଦ ବୈଦ୍ୟ କହିଛନ୍ତି, ଏହି ମଲ୍‌ ଭୁବନେଶ୍ୱରବାସୀଙ୍କୁ ଆନ୍ତର୍ଜାତିକ ବଜାରରେ ସପିଙ୍ଗ କରିବା ଭଳି ଅନୁଭୂତି ଦେବ । ମଲ୍‌ରେ ସବୁ ପ୍ରକାର ଗ୍ରାହକଙ୍କ ପାଇଁ ବିଭିନ୍ନ ବ୍ରାଣ୍ଡ୍‌ ସାମଗ୍ରୀ ଉପଲବ୍ଧ କରାଯାଇଛି । ଯାହା ଏହାକୁ କମ୍ୟୁନିଟି ସପିଙ୍ଗ୍‌ ସେଣ୍ଟରରେ ପରିଣତ କରିଛି । ଏହି ମଲ୍‌ ୬୦୦ ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରିଛି । ସାମାଜିକ ସମ୍ପର୍କ ବଢ଼ାଇବା ଲାଗି ମଲ୍‌ରେ ଅନେକ ପ୍ରକାର ସିଏସଆର ଅଭିଯାନ ଆୟୋଜନ କରାଯିବ ।

ଶରଦ କହିଛନ୍ତି, ଏହି ମଲ୍‌ ପାଇଁ ଅଗ୍ନିଶମ ସମେତ ସମସ୍ତ ସରକାରୀ ଅନୁମୋଦନ ମିଳିଛି । ସ୍ମାର୍ଟ ସିଟି ଯୋଜନାରେ ମଲ୍‌ ସାମ୍ନାରେ ଥିବା ସରକାରୀ ଜାଗାର ସୌନ୍ଦର୍ଯ୍ୟକରଣ କରାଯାଇଛି । ପୂର୍ବରୁ ଏହି ଜାଗା ଅତ୍ୟନ୍ତ ଅପରିଷ୍କାର ହୋଇ ପଡ଼ିଥିବାବେଳେ ଏହାକୁ ଚକାଚକ୍‌ ଓ ସବୁଜିମାରେ ସଜାଯାଇଛି । ଭବିଷ୍ୟତରେ ସରକାର ଚାହିଁଲେ ଏଠାରେ ରାସ୍ତା ପ୍ରଶସ୍ତିକରଣ କରିପାରିବେ । ଏହି ମଲ୍‌ରେ ଖୁବଶୀଘ୍ର ସିନେ ପ୍ରେମୀଙ୍କ ପାଇଁ ମଲ୍ଟିପ୍ଲେକ୍ସ ମଧ୍ୟ ଖୋଲିବ । ଏହି ପ୍ରକଳ୍ପ ପାଇଁ ସହଯୋଗ କରିଥିବାରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇବା ସହ ରାଜ୍ୟର ସାମାଜିକ ଓ ଆର୍ଥିକ ବୃଦ୍ଧି ପାଇଁ ସେ କାର୍ଯ୍ୟ କରିବେ ବୋଲି କହିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ବେୟଣ୍ଡ ସ୍କୋୟାରଫିଟର ଚିଫ୍‌ ମଲ୍‌ ମେକାନିକ ସୁନୀଲ ଦୁଙ୍ଗରୱାଲ ଓ ସପର୍ସ ଷ୍ଟପ୍‌ର ସିଏଫଓ କରୁଣାକରନ ମୋହନ ସୁନ୍ଦରମ ପ୍ରମୁଖ ଉପସ୍ଥିତ ଥିଲେ ।