PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋରାପୁଟ: କୋଟିଆରେ ଆନ୍ଧ୍ର କର୍ମଚାରୀଙ୍କୁ ଅଧାରାସ୍ତାରେ ଅଟକାଇଲା ଓଡ଼ିଶା ପୋଲିସ
  • ||
  • କଳାହାଣ୍ଡି: ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଅଫିସ ଘେରାଉ, ଘଟଣାସ୍ଥଳରେ ଉତ୍ତେଜନା ଜାରି
  • ||
  • ଭଦ୍ରକ: ବଉଳ ପୋଖରୀ ଅଞ୍ଚଳରୁ ୩୧୬ ଗ୍ରାମ୍ ବ୍ରାଉନସୁଗର ଜବତ କଲା ଗ୍ରାମଞ୍ଚଳ ଥାନା ପୋଲିସ, ୩ ଗିରଫ
  • ||
  • କେନ୍ଦୁଝର: ନିଖୋଜ ୪ ବର୍ଷର ଶିଶୁକନ୍ୟାର ଉଲଂଗ୍ନ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗିଦେଇଥିବା ସନ୍ଦେହ
  • ||
  • ଖପ୍ରାଖୋଲ: ଯୁବକ ନିଖୋଜ ଅଭିଯୋଗ, ଶୁଳିଆବାହାଳ ଜଙ୍ଗଲ ମାଟିତଳୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଢ଼େଙ୍କାନାଳ: ଷଢ଼ଙ୍ଗୀ ରେଞ୍ଜ ଅନ୍ତର୍ଗତ ଲହଡ଼ା ସରଂକ୍ଷିତ ଜଙ୍ଗଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲା ଦନ୍ତା, ସେପ୍ଟିସିମିଆ ରୋଗରେ ଥିଲା ପୀଡିତ
  • ||
  • ନୂଆଦିଲ୍ଲୀ : ଆରପାରିରେ ଭେଟେରାନ୍ ଅଭିନେତ୍ରୀ ମୀନୁ ମୁମତାଜ
  • ||
  • ବାଙ୍କୀ : ଜଙ୍ଗଲୀ ବାରହା ଉପଦ୍ରବ, ରାତିହେଲେ ଉଜାଡୁଛନ୍ତି ଏକର ଏକର ଫସଲ
  • ||
  • ଭୁବନ : ବାଲି ଘାଟକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ, ବାପ-ପୁଅ ଗୁରୁତର
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୩୦୫କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରେ ସାମାନ୍ୟ ଖସିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ : ନଭେମ୍ବର ୨୯ରୁ ସଂସଦର ଶୀତ ଅଧିବେଶନ, ୨୦ଟି କାର୍ଯ୍ୟ ଦିବସ ରହିବ
  • ||
  • ଭୁବନେଶ୍ୱର : ଆଗକୁ ବଢ଼ିବ ଶୀତ, ଆଭ୍ୟନ୍ତରୀଣ ଓଡ଼ିଶାରେ ୨ ଡିଗ୍ରୀ ଖସିଲା ତାପମାତ୍ରା
  • ||
  • ଭୁବନେଶ୍ୱର : ଓଏଏସ୍‌ ସ୍ତରରେ ଛୋଟ ଧରଣର ଅଦଳବଦଳ, ପୁରୀ ସଦର ବିଡିଓ ଭାବେ ନୂଆ ଦାୟିତ୍ଵ ସମ୍ଭାଳିବେ ସମ୍ବିତ ଶତପଥୀ
  • ||
  • ସୁନ୍ଦରଗଡ଼ : ହାତୀପଲଙ୍କୁ ଘଉଡାଇବା ବେଳେ ଅଘଟଣ, ହାତୀ ଆକ୍ରମଣରେ ଯୁବକ ମୃତ
  • ||

‘କୋଣାର୍କ ବିକ୍ରି ହେବ’ରୁ ଆରମ୍ଭ ହେଲା ଉତ୍କଳ ରଙ୍ଗମଞ୍ଚ ଟ୍ରଷ୍ଟ୍‌ର ଭର୍ଚୁଆଲ୍‌ ନାଟକ

ଭୁବନେଶ୍ୱର,୦୮/୦୮: କରୋନା ଯୋଗୁ ସବୁକିଛି ଭର୍ଚୁଆଲ୍‌ ଆଉ ଡିଜିଟାଲ୍‌ ମାଧ୍ୟମରେ ଚାଲିଛି । ସରକାରଙ୍କ ଘୋଷଣା ପରେ ରାଜ୍ୟ ସଂସ୍କୃତି ବିଭାଗ ବି ସେହି ମାଧ୍ୟମରେ ଦର୍ଶକଙ୍କ ସହ ଯୋଡ଼ିହେବାକୁ ସ୍ଥିର କରି କାର୍ଯ୍ୟକ୍ରମ କରୁଛି। କିଛି ଅନୁଷ୍ଠାନ ଦର୍ଶକଙ୍କ ମନୋରଞ୍ଜନ କରିବାକୁ ଯାଇ ଆରମ୍ଭ କରି ଦେଇଛନ୍ତି ଭର୍ଚୁଆଲ୍‌ କାର୍ଯ୍ୟକ୍ରମ । ତା’ଭିତରେ ଆଗରେ ରହିଛି ନାଟ୍ୟାନୁଷ୍ଠାନ ଉତ୍କଳ ରଙ୍ଗମଞ୍ଚ ଟ୍ରଷ୍ଟ । ମହାମାରୀ କରୋନାକୁ ଦୃଷ୍ଟିରେ ରଖି ଏହି ଟ୍ରଷ୍ଟ ଏ ବର୍ଷ ଯାକ ଭର୍ଚୁଆଲ୍‌ ମାଧ୍ୟମରେ ନାଟକ ପରିବେଷଣ ଲାଗି ସ୍ଥିର କରିଛି । ଏନେଇ ଟ୍ରଷ୍ଟର ମୁଖ୍ୟ ବିଶିଷ୍ଟ ନିର୍ଦ୍ଦେଶକ ଅନନ୍ତ ମହାପାତ୍ର ସୂଚନା ଦେଇଛନ୍ତି ।

ଶ୍ରୀ ମହାପାତ୍ର କହିଛନ୍ତି, ଚଳିତ ବର୍ଷ ଟ୍ରଷ୍ଟ ୩୦ରୁ ୪୦ଟି ନାଟକ କରିବ । ନିୟମିତ ନାଟକ କରିବ । ପ୍ରତି ସପ୍ତାହରେ ଦର୍ଶକଙ୍କୁ ନୂଆ ନୂଆ ନାଟକ ଭେଟି ଦେବ ।ପ୍ରତ୍ୟେକ ନାଟକ ଭର୍ଚୁଆଲ୍‌ ମାଧ୍ୟମରେ ଦର୍ଶକଙ୍କ ପାଖରେ ପହଞ୍ଚିବ । ନାଟକଗୁଡ଼ିକ ଉତ୍କଳ ରଙ୍ଗମଞ୍ଚ ୟୁଟ୍ୟୁବ୍‌ ଚ୍ୟାନେଲରେ ପ୍ରସାରିତ ହେବ । ଏହି ଧାରା ଗତ ଜୁଲାଇରୁ ଆରମ୍ଭ ହୋଇସାରିଛି। ପ୍ରଥମ ନାଟକ ଭାବେ ଗତ ଜୁଲାଇ ୧୯ରେ ପ୍ରଶାନ୍ତ ନନ୍ଦଙ୍କ ରଚିତ ପ୍ରଥମ ନାଟକ ‘କୋଣାର୍କ ବିକ୍ରି ହେବ’ ପ୍ରସାରିତ ହୋଇଥିଲା । ଦ୍ୱିତୀୟ ନାଟକ ଭାବେ ଗତ ଜୁଲାଇ ୨୬ରେ ମନୋରଞ୍ଜନ ଦାସଙ୍କ ନାଟକ ‘ସାଗର ମନ୍ଥନ’ ପ୍ରସାରିତ ହୋଇଥିଲା । ତୃତୀୟ ନାଟକ ଭାବେ ଅଗଷ୍ଟ ୨ରେ ପାରମିତା ଶତପଥୀଙ୍କ ଗଳ୍ପ ‘ଚଢ଼େଇ’ ପ୍ରସାରିତ ହୋଇଥିଲା । ଚତୁର୍ଥ ନାଟକ ଆସନ୍ତା ୯ରେ ବିଶ୍ୱଜିତ ଦାସଙ୍କ ରଚିତ ‘ସେଇ ତିନିଜଣ’ ପ୍ରସାରିତ ହେବ । ଏ ସମସ୍ତ ନାଟକର ନାଟ୍ୟରୂପ ଓ ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଛନ୍ତି ନିର୍ଦ୍ଦେଶକ ଅନନ୍ତ ମହାପାତ୍ର । ପ୍ରତିଟି ନାଟକ ଓଡ଼ିଆ ଭାଷାରେ ରହିଥିଲାବେଳେ ଇଂରାଜୀ ସବ୍‌ଟାଇଟଲ୍‌ ରହିଛି ।

ସେଥିରେ ଏକକ ନାଟକ ରହିଛି, ଦଳଗତ ନାଟକ ବି ରହିଛି । ଯାହା ପୂର୍ବରୁ ମଞ୍ଚସ୍ଥ ସମୟରେ ରେକର୍ଡିଂ ହୋଇ ରହିଛି । ପର୍ଯ୍ୟାୟକ୍ରମେ ପ୍ରତି ନାଟକର ପ୍ରଥମ ପ୍ରସାରଣ ନିର୍ଦ୍ଦିଷ୍ଟ ତାରିଖର ସକାଳ ୮ଟାରୁ ହୋଇଛି । ପରେ ଯେତେବେଳେ ଚାହିଁବେ ଏହାକୁ ଦେଖିପାରିବେ । ସେଥିପାଇଁ ଉତ୍କଳ ରଙ୍ଗମଞ୍ଚ ଟ୍ରଷ୍ଟ ୟୁଟ୍ୟୁବ୍‌କୁ ଚ୍ୟାନେଲ୍‌କୁ ଯାଇ ଦେଖିବେ । ଏଥିପାଇଁ କୌଣସି ଦେୟ ରଖାଯାଇ ନାହିଁ । କେବଳ ନାଟକ ଦେଖି ନିଜ ମତ ଦେବାକୁ ଟ୍ରଷ୍ଟ ପକ୍ଷରୁ ନିବେଦନ କରାଯାଇଛି । ଶ୍ରୀ ମହାପାତ୍ର କହିଛନ୍ତି, ଭାରତର ପେସାଦାରୀ ନିୟମିତ ନାଟକ ପରିବେଷଣର ପରମ୍ପରା ଓଡ଼ିଆ ରଙ୍ଗମଞ୍ଚର ପ୍ରସ୍ତୁତିରୁ ଆରମ୍ଭ ହୋଇଥିଲା ୧୯୪୦ମସିହାରୁ । ରଙ୍ଗମଞ୍ଚର ସେହି ପରମ୍ପରାର ପୁନରୁତ୍ଥାନ ଉତ୍କଳ ରଙ୍ଗମଞ୍ଚ ଟ୍ରଷ୍ଟର ପ୍ରତିଷ୍ଠା ଓ ନିୟମିତ ନାଟକ ପରିବେଷଣ ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ୨୦୦୦ମସିହାରୁ ଆରମ୍ଭ ହୋଇଛି ।