ଉତ୍କଳୀୟ କଳା ଶୈଳୀ ଅନୁସାରେ ହେବ ଶ୍ରୀମନ୍ଦିର ଦ୍ୱାର ନିର୍ମାଣ କାର୍ଯ୍ୟ- ରୂପା ଛାଉଣୀ କାର୍ଯ୍ୟ ଆଗାମୀ ୧୦ ଦିନ ଭିତରେ ଆରମ୍ଭ ହେବ

jagannath temple

  ପୁରୀ- ଶ୍ରୀମନ୍ଦିର ରୂପା ଦ୍ୱାର ଛାଉଣୀ କାର୍ଯ୍ୟ ଆଗାମୀ ୧୦ ଦିନ ଭିତରେ ଆରମ୍ଭ ହେବ। କାଠ ଡ଼ିଜାଇନ ଚୁଡ଼ାନ୍ତ ହେଇଥିଲେ ହେଁ ରୂପା ଆସ୍ତରଣ ଡ଼ିଜାଇନ ଚୁଡ଼ାନ୍ତ ହୋଇନାହିଁ। ନେଭମ୍ୱର ୯ ରେ ରୂପା ଆସ୍ତରଣ ଡ଼ିଜାଇନକୁ ନେଇ ଦ୍ୱିତୀୟ ବୈଠକ ବସିବ।

  ଉତ୍କଳୀୟ କଳାଶୈଳୀ ଆଧାରରେ ହେବ ଶ୍ରୀମନ୍ଦିରର ଦ୍ୱାର ନିର୍ମାଣ କାର୍ଯ୍ୟ। ପ୍ରଥମେ ପରୀକ୍ଷଣ ଭାବରେ ସାତପାହାଚ ଦ୍ୱାରର କରାଯିବ ରୂପା ଛାଉଣୀ। ପରବର୍ତ୍ତୀ ପର୍ଯ୍ୟାୟରେ ଆସନ୍ତାବର୍ଷ ରଥଯାତ୍ରା ସମୟରେ କଳାହାଟ, ଜୟବିଜୟ ଓ ବେହରଣ ଦ୍ୱାରକୁ କରାଯିବ ରୂପା ଛାଉଣୀ। ଏହାପରେ ମା ମହାଲକ୍ଷ୍ମୀ, ମା ବିମଳା ଓ ନୃସିଂହ ମନ୍ଦିର ଭଳି ୧୧ ଟି ଦ୍ୱାରକୁ ରୂପା ଛାଉଣୀ ପାଇଁ ପ୍ରଥମ ବୈଠକରେ ପ୍ରସ୍ତାବ ଦିଆଯାଇଛି। ବର୍ମାଟିକ କାଠରେ ନିର୍ମାଣ ହେବ ଚାରି ଇଞ୍ଚ ମୋଟେଇର ଦ୍ୱାର। ପ୍ରାୟ ୨୫୦୦ କିଲୋ ବା ୨.୫ ଟନ ରୂପା ବ୍ୟବହାର ହେବ।

ଦ୍ୱାରର ଡ଼ିଜାଇନ, ମରାମତି ଓ ତତ୍ୱବଧାନ ନେଇ ୧୭ ଜଣିଆ ତତ୍ୱାବଧାରଣ କମିଟି ଗଠିତ ହୋଇଛି। ନିଳାଦ୍ରୀ ଭକ୍ତ ନିବାସରେ କଡ଼ା ସୁରକ୍ଷା ମଧ୍ୟରେ ଏହି କାର୍ଯ୍ୟ ହେବ। ତେବେ ଦେଶର ବିଭିନ୍ନ ମନ୍ଦିରର ଦ୍ୱାର ଓ କାରୁକାର୍ଯ୍ୟର ଡ଼ିଜାଇନ ଆଜିର ବୈଠକରେ ପ୍ରଦର୍ଶନ କରାଯାଇଥିଲେ ହେଁ ଉତ୍କଳୀୟ କଳାଶୈଳୀ ଓ ସ୍ଥାପତ୍ୟ ଆଧାରରେ କାଠ ଡ଼ିଜାଇନ ପାଇଁ ଅଧିକାଂଶ ସେବାୟତ ପ୍ରତିନିଧି କହିଛନ୍ତି। ମୁମ୍ୱାଇର ବଦାନ୍ୟ ଦାତା ନିଜ ଖର୍ଚ୍ଚ ଓ ଅଭିଜ୍ଞ କାରିଗରଙ୍କ ଦ୍ୱାରା ଏହି କାର୍ଯ୍ୟ ହେବ।

ଅନ୍ୟପଟେ କଳାହାଟ ଦ୍ୱାରର ସୁବର୍ଣ୍ଣ ଆସ୍ତରଣ ପାଇଁ ଛତିଶା ନିଯୋଗ ମହାନାୟକ ପ୍ରସ୍ତାବ ଦେଇଛନ୍ତି। ଆଜିର ବୈଠକରେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ, ନୀତି ପ୍ରଶାସକ, ପରିଚାଳନା କମିଟି ସଦସ୍ୟ, ବିଭିନ୍ନ ନିଯୋଗର ପ୍ରତିନିଧି ଓ ଏଏସଆଇ ପ୍ରତିନିଧି ଯୋଗ ଦେଇଥିଲେ।  

   ସମ୍ବନ୍ଧିତ ଖବର


ମାଲକାନଗିରି ଛତିଶଗଡ଼ ସୀମାନ୍ତରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ: ଜଣେ ଯବାନ ସହିଦ,୧୦ ଗୁରୁତର

୧୦ ଦିନରେ ସରିଲା ଶୀତ ଅଧିବେଶନ, ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହ ମୁଲତବୀ

ହକି ବିଶ୍ୱକପ୍‌-୨୦୨୩ ପ୍ରସ୍ତୁତି ପର୍ବ ଆରମ୍ଭ: ୭ରେ ରାଉରକେଲା ଆସିବେ ଉଚ୍ଚସ୍ତରୀୟ କମିଟି

୩ଟି ପୁଅର ମା’କୁ ପ୍ରେମରେ ଫସାଇ ଶାରୀରିକ ଶୋଷଣ କଲେ ପ୍ରତାରକ ପ୍ରେମିକ, ପତ୍ନୀର ମାନ୍ୟତା ଦେଲେ କିନ୍ତୁ ଘରକୁ ନ ନେଇ ହତ୍ୟାଧମକ ଦେଇ ବନ୍ଧା ହେଲେ ଡିଇଓ

କୋଭିଡ୍ ମୃତ୍ୟୁରେ ଲାଗିଲା ବ୍ରେକ୍: ୨୪ଘଣ୍ଟାରେ ଆଖିବୁଜିଲେ ୪ ଜଣ ଆକ୍ରାନ୍ତ, ମୃତକଙ୍କ ସଂଖ୍ୟା ୧୭୩୪କୁ ବୃଦ୍ଧି

ଓଡ଼ିଶାରେ ‌୫ ହଜାରକୁ ଖସିଲା ଆକ୍ଟିଭ୍‌ କେସ୍: ୨୪ଘଣ୍ଟା ଆଉ ୫୧୮ ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୮ ହଜାର ଟପିଲା