ବଦଳିଲା ୪୦ବର୍ଷର ପୁରୁଣା ଆଇନ: ମୁଖ୍ୟମନ୍ତ୍ରୀଙ୍କ ସମେତ ସମସ୍ତ ମନ୍ତ୍ରୀ ଏବେ ନିଜ ଇନକମ୍ ଟ୍ୟାକ୍ସ ନିଜେ ଦେବେ

ଲକ୍ଷ୍ନୈା ୧୪।୯: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଏବଂ ସମସ୍ତ ମନ୍ତ୍ରୀ ଏବେ ନିଜ ଇନକମ୍ ଟ୍ୟାକ୍ସର ଅର୍ଥ ନିଜେ ଦେବେ। ଏହି ସୂଚନା ରାଜ୍ୟ ଅର୍ଥମନ୍ତ୍ରୀ ସୁରେଶ କୁମାର ଖାନ୍ନା ଦେଇଛନ୍ତି। ସେ କହିଛନ୍ତି କି, ଉତ୍ତରପ୍ରଦେଶ ମିନିଷ୍ଟରର୍ସ ସାଲାରିଜ୍ ଆଲାଉନ୍ସେସ୍ ଆଣ୍ଡ ମିସଲେନିୟସ ଆକ୍ଟ-୧୯୮୧ ଆଧାରରେ ସମସ୍ତ ମନ୍ତ୍ରୀ ଇନକମ୍ ଟ୍ୟାକ୍ସ ବିଲର ପେମେଣ୍ଟ ଏବେ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ଟ୍ରେଜେରୀ ଦ୍ବାରା କରାଯାଉଥିଲା।

ତେବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦେଶାନୁସାରେ ଏହି ନିର୍ଣ୍ଣୟ ନିଆଯାଇଛି କି, ଏବେ ସମସ୍ତ ମନ୍ତ୍ରୀ ନିଜ ଇନକମ୍ ଟ୍ୟାକ୍ସର ପେମେଣ୍ଟ ନିଜେ କରିବେ। ଉତ୍ତରପ୍ରଦେଶରେ ଚାରି ଦଶକ ପୁରୁଣା କାନୁନ ଯୋଗୁଁ ରାଜ୍ୟ ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀଙ୍କ ଇନକମ୍ ଟ୍ୟାକ୍ସ ସରକାରୀ ଧନାଗାରରେ ଭରାଯାଇଥାଏ।

   ସମ୍ବନ୍ଧିତ ଖବର


୬୫ ବର୍ଷ ବୟସରେ ଦ୍ବିତୀୟ ବିବାହ କରିବେ ଜଣାଶୁଣା ଓକିଲ ହରିଶ ସାଲଭେ, କାହାକୁ ବାହା ହେବେ ଜାଣନ୍ତୁ

ଡ୍ରଗ୍ସ କିଣୁଥିବା ବେଳେ ଏନ୍‌ସିବି ହାତରେ ଧରାପଡ଼ିଲେ ଅଭିନେତ୍ରୀ

ପ୍ରଧାନମନ୍ତ୍ରୀ ପାକିସ୍ତାନ ଓ ଚୀନ୍‌ ସହ ଯୁଦ୍ଧ ତାରିଖ ସ୍ଥିର କରି ସାରିଛନ୍ତି – ୟୁପି ବିଜେପି ଅଧ୍ୟକ୍ଷଙ୍କ ବିବାଦିତ ବୟାନ

ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ଜିନପିଙ୍ଗ୍‌ ସେନା, ୧୦୦ ଯବାନ ଆକାଶରେ କଲେ ସମାରାଭ୍ୟାସ

RBI ଗଭର୍ଣ୍ଣରଙ୍କୁ କରୋନା

କରୋନା – ମାସ୍କ ନପିନ୍ଧିବାକୁ ନେଇ ଯୁବକଙ୍କ ଅଜବ ତର୍କ , ଭିଡ଼ିଓ ଭାଇରାଲ