ବୁର୍ଖା ପିନ୍ଧି କଲେଜ ଆସିବାରୁ ଛାତ୍ରୀଙ୍କୁ ବାଡି ଧରି ଗୋଡାଇଲେ ପ୍ରିନ୍ସପାଲ

ଲକ୍ଷ୍ନୌ,୧୦।୯: କଲେଜରେ ଛାତ୍ରୀମାନଙ୍କର  ଡ୍ରେସକୁ ନେଇ ସବୁବେଳେ ବିବାଦ ଦେଖାଯାଇଥାଏ।  ଛାତ୍ରୀମାନେ ଜିନ୍ସ ପିନ୍ଧିବାକୁ ଦେଶର ବିଭିନ୍ନ ସ୍ଥାନରେ ମଧ୍ୟ ନେଇ ବାରଣ କରାଯାଇଥାଏ। ଏପରିକି ପାରମ୍ପରିକ ଡ୍ରେସ ପିନ୍ଧି କଲେଜ ଆସିବାକୁ କୁହାଯାଏ। କିନ୍ତୁ ଉତ୍ତର ପ୍ରଦେଶର ଫିରୋଜାବାଦରେ ଦେଖିବାକୁ ମିଳିଛି ସମ୍ପୂର୍ଣ୍ଣ ଓକଟା କଥା। ସେଠାର ଏସଆରକେ ଡିଗ୍ରୀ କଲେଜର କିଛି ଛାତ୍ରୀ କଲେଜକୁ ବୁର୍ଖା ପିନ୍ଧି ଆସିବାରୁ କଲେଜର ପ୍ରିନସିପାଲ ସେମାନଙ୍କୁ ବାଡ଼ି ଧରି ଗୋଡ଼ାଇଥିଲେ। ଆଉ ଛାତ୍ରୀମାନେ ମଧ୍ୟ ପ୍ରିନ୍ସପାଲଙ୍କ ଏଭଳି ରୂପ ଦେଖି ଭୟରେ ଦୌଡି ପଳାଇଥିଲେ।

ଉଲ୍ଲେଖନୀୟ ଯେ, ଏହି କଲେଜରେ ବୁର୍ଖା ପିନ୍ଧିବା ଉପରେ କଟକଣା ଲଗାଯାଇଛି। ଏନେଇ ଏଏସକେ ଡିଗ୍ରୀ କଲେଜର ପ୍ରିନସିପାଲ୍ ପ୍ରଭାକର ରାୟ କହିଛନ୍ତି, ଏହି ନିମୟ ଖୁବ୍ ପୁରୁଣା, ତେଣୁ କଲେଜକୁ ଆସିବାକୁ ହେଲେ ସମସ୍ତଙ୍କୁ ୟୁନିଫର୍ମ ପିନ୍ଧି ଆସିବାକୁ ହେବ। ଆସନ୍ତାକାଲିଠାରୁ ବିନା ପରିଚୟ ପତ୍ର ଏବଂ ୟୁନିଫର୍ମରେ କେହି କଲେଜ ଆସିପାରିବେ ନାହିଁ। ବୁର୍ଖାକୁ କେବେ ଡ୍ରେସ ବୋଲି କୁହାଯାଇପାରିବନି। ତେଣୁ ସମସ୍ତ ଛାତ୍ରଛାତ୍ରୀ ୟୁନିଫର୍ମରେ ଆସିବା ଦରକରାର ବୋଲି ସେ କହିଛନ୍ତି।

ଏହି ଘଟଣା ପରେ  କଲେଜ ପରିସରରେ  ପୋଲିସ କଡ଼ା ପହରା ଦେଉଛି। ଯେଉଁ ଝିଅ ବୁର୍ଖା ପିନ୍ଧି ଆସିଛନ୍ତି ତାଙ୍କୁ କଲେଜ ପାଖରେ ଥିବା ବସଷ୍ଟାଣ୍ଡକୁ ଯାଇ ବୁର୍ଖା ଖୋଲି ଆସିବା ପାଇଁ କୁହାଯାଉଛି। କ୍ଲାସ ଭିତରେ ତାଙ୍କୁ ବୁର୍ଖା ପିନ୍ଧି ଯିବାକୁ ଅନୁମତି ଦିଆଯାଇ ନାହିଁ। ବୁର୍ଖା ପିନ୍ଧୁଥିବା ଛାତ୍ରୀଙ୍କର କହିବା ଅନୁସାରେ ଆମେ ସବୁବେଳେ ବୁର୍ଖା ପିନ୍ଧି କଲେଜ ଆସୁଥିଲୁ, କିନ୍ତୁ ହଠାତ ଏଭଳି ନିମୟ ଲାଗୁ କରିଦିଆଗଲା।

   ସମ୍ବନ୍ଧିତ ଖବର


ଅହମଦାବାଦରେ ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯିବ ପିଙ୍କ୍‌ ବଲ ଟେଷ୍ଟ ମ୍ୟାଚ୍, ସୂଚନା ଦେଲେ ସୌରଭ

କାମାନ୍ଧ ଯୁବକଙ୍କ ଅଜବ ଯୌନ ଲାଳସା; ମହିଳାଙ୍କ ଅନ୍ତବସ୍ତ୍ର ଚୋରାଇବା ପାଇଁ ଭାଙ୍ଗୁଥିଲେ କଠିନ ଲକଡାଉନ କଟକଣା, ଘରୁ ମିଳିଲା ୧୦୦ ବ୍ରା ଓ ୪୧ ହଳ ପ୍ୟାଣ୍ଟି…

7th pay commission: କେନ୍ଦ୍ରୀୟ କର୍ମଚାରୀଙ୍କୁ ଦିପାବଳୀ ଉପହାର ଦେବେ ସରକାର, ଜାଣନ୍ତୁ କ’ଣ ନୂଆ ନିଷ୍ପତ୍ତି…

IPL ୨୦୨୦: ପ୍ରଥମ ଖେଳାଳି ଭାବେ ଇତିହାସ ରଚିଲେ ଶିଖର ଧାଓ୍ବନ, ନିଜ ନାମରେ କଲେ ଏହି ଖାସ୍‌ ରେକର୍ଡ

ଟିଆରପି ସ୍କାମର ତଦନ୍ତ କରିବ CBI, ଯୋଗୀ ସରକାରଙ୍କ ସୁପାରିସ ପରେ ତଦନ୍ତ ଆରମ୍ଭ …

ପୂର୍ବରୁ କରୋନା ବିଷୟରେ ଦେଇଥିଲେ ଭବିଷ୍ୟବାଣୀ, କହିଲେ ଆଉ ଏତେ ଦିନ ରହିବ