କିଏ ଦ୍ବାଦଶ ପାସ୍ କରିଛି ତ କିଏ ସିଭିଲ୍ ଇଂଞ୍ଜିନିୟର; ଏହି ନେତାଙ୍କର ଶିକ୍ଷାଗତ ଯୋଗ୍ୟତା କେତେ ଜାଣନ୍ତୁ…

ନିର୍ବାଚନରେ ନାମାଙ୍କନ ପତ୍ର ଦାଖଲ କରିବା ସମୟରେ ସବୁ ପ୍ରାର୍ଥୀଙ୍କୁ ନିଜର ସମ୍ପତ୍ତି ଏବଂ ଶିକ୍ଷାଗତଯୋଗ୍ୟତା ସମ୍ପର୍କରେ ସବିଶେଷ ତଥ୍ୟ ଦେବାକୁ ପଡ଼େ। ଉତ୍ତରପ୍ରଦେଶରେ ମଧ୍ୟ ଲୋକସଭା ପାଇଁ ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ, ସ୍ମୃତି ଇରାନୀ ସମେତ ବହୁ ବଡ଼ ବଡ଼ ନେତାମାନଙ୍କୁ ନିଜର ତଥ୍ୟ ଦେବାକୁ ପଡ଼ିଥାଏ। ତେବେ ପିଏମ୍ ମୋଦୀଙ୍କଠାରୁ ଆରମ୍ଭ କରି ସିଏମ୍ ଯୋଗୀଙ୍କ ପର୍ଯ୍ୟନ୍ତ କେତେ ଯୋଗ୍ୟତା ଆମ ନେତାମାନଙ୍କର ଆସନ୍ତୁ ଜାଣିବା ….

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ: ରାଜନୀତି ଶାସ୍ତ୍ରରେ ଏମ୍ଏରେ ପ୍ରଥମ ଶ୍ରେଣୀରେ ପାସ୍ କରିଛନ୍ତି। ୧୯୮୩ରେ ଗୁରୁରାଟ ବିଶ୍ବବିଦ୍ୟାଳୟରେ ରାଜନୀତି ଶାସ୍ତ୍ରରେ ଏମ୍ଏ କରିଥିଲେ। ରାଜନୀତି ବିଜ୍ଞାନରେ ପିଜି ମଧ୍ୟ କରିଥିବାବେଳେ ୬୨.୩ ପ୍ରତିଶତ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିଲେ। ୧୯୭୮ରେ ଦିଲ୍ଲୀ ବିଶ୍ବବିଦ୍ୟାଳୟରୁ ବିଏ ପାସ୍ କରିଥିଲେ।

ରାହୁଲ ଗାନ୍ଧୀ: ସ୍କୁଲ ଶିକ୍ଷା ଦିଳ୍ଲୀ ମର୍ଡନ ସ୍କୁଲରେ ହୋଇଥିଲା। ଏହା ପରେ ଦୁନ ସ୍କୁଲ ଗଲେ ପଢ଼ିବାକୁ ଯେଉଁଠି ତାଙ୍କ ବାପା ରାଜୀବ ମଧ୍ୟ ପାଠ ପଢ଼ିଥିଲେ। ୧୯୮୧-୮୩ ପର୍ଯ୍ୟନ୍ତ ସୁରକ୍ଷା କାରଣ ଯୋଗୁଁ ଘରେ ହିଁ ପାଠ ପଢ଼ିବାକୁ ପଡ଼ିଥିଲା। ୧୯୯୪ରେ ହାଓ୍ବର୍ଡ ବିଶ୍ବବିଦ୍ୟାଳୟରେ କଳାରେ ସ୍ନାତ୍ତକକୋତର ପାସ୍ କରିଥିଲେ। ୧୯୯୫ରେ କେମ୍ବ୍ରିଜ ବିଶ୍ବ ବିଦ୍ୟାଳୟରେ ଏମଫିଲ୍ ଡିଗ୍ରୀ ହାସଲ କରିଥିଲେ।

ସୋନିଆ ଗାନ୍ଧୀ: ସୋନିଆ ଇଂରାଜୀ ଓ ଫ୍ରେଞ୍ଚ ଭାଷାରେ ଗ୍ରାଜୁଏସନ୍ ପାସ୍ କରିଛନ୍ତି। ୧୯୬୪ରେ ସାନ୍ତା ଟେରସା ମାଧ୍ୟମରେ ଇନଷ୍ଟିଟୁଟେ ସାନ୍ତା ଟେରେସାରେ ତିନି ବର୍ଷ ପର୍ଯ୍ୟନ୍ତ ଫରେନ ଭାଷାରେ ପଢ଼ା ଶେଷ କରିଛନ୍ତି। ଏଥିସହିତ ୧୯୬୫ରେ ଲେନେକ୍ସ କୁକ୍ ସ୍କୁଲ, କେମ୍ବ୍ରିଜରୁ ଇଂରାଜୀ ଭାଷାରେ ସାର୍ଟିଫିକେଟ କୋର୍ସର ଡିଗ୍ରୀ ମଧ୍ୟ କରିଛନ୍ତି।

ହେମା ମାଳିନୀ: ହେମାଙ୍କୁ ୯ବର୍ଷ ବୟସରେ ପାଠ ଛାଡିବାକୁ ପଡ଼ିଥିଲା। ଯଦିଓ ସେହି ସମୟରେ ସେ ପାଠ ପଢ଼ିନଥିଲେ କିନ୍ତୁ ପରେ ଡିଗ୍ରୀ ହାସଲ କରିଛନ୍ତି।

କେନ୍ଦ୍ରୀୟ ମନ୍ତ୍ରୀ ସ୍ମୃତି ଇରାନି: ଉତ୍ତର ପ୍ରଦେଶର ଆମେଥି ଲୋକସଭା ଆସନରୁ ଗୁରୁବାର ନିର୍ବାଚନ ଲଢୁଥିବା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ଶିକ୍ଷାଗତ ଯୋଗ୍ୟତା ସମ୍ପର୍କରେ ସବିଶେଷ ତଥ୍ୟ ଦେବାକୁ ପଡ଼ିଥିଲା। ଏହି ସମୟରେ ସେ ନିଜେ କହିଲେ କି, ସେ ଗ୍ରାଜୁଏସନ୍ କରିନାହାନ୍ତି। ୨୦୦୪ରେ ଦିଲ୍ଲୀରେ ଚାନ୍ଦନୀ ଚୈାକରୁ ଲୋକସଭା ନିର୍ବାଚନ ଲଢ଼ିବା ସମୟରେ ସ୍ମୃତି ଶପଥ ପତ୍ରରେ କହିଥିଲେ କି ସେ ବିଏ ପାସ୍ କରିଛନ୍ତି ବୋଲି। ମାତ୍ର ୨୦୧୪ରେ ସେ ଯେବେ ଆମେଥେିରୁ ନାମାଙ୍କନ ଭରିଲେ ସେତେବେଳେ ବି ଶପଥ ପତ୍ରରେ ନିଜର ଶିକ୍ଷାଗତ ଯୋଗ୍ୟତା ବି. କମ୍ ଲେଖିଥିଲେ। ତେବେ ଜଣାଇ ଦିଆଯାଉଛି ଏହି ଦୁଇ ଶପଥ ପତ୍ରରେ ଅଲଗା ଅଲଗା ଶିକ୍ଷାଗତ ଯୋଗ୍ୟତା ଦର୍ଶାଯାଇଥିବାରୁ ତାହା ଏବେ ବିବାଦ ଆଡ଼କୁ ଟାଣିନେଇଯାଇଛି।

ଡିମ୍ପଲ ଯାଦବ: ସାଂସଦ ଡିମ୍ପଲ ଯାଦବ କନୈାଜ ବିଶ୍ବବିଦ୍ୟାଳୟରୁ ବି.କମ୍ ପାସ୍ କରିଛନ୍ତି।

ଅଖିଲେଶ ଯାଦବ: ଅଖିଲେଶଙ୍କ ସ୍କୁଲ ପଢ଼ାରାଜସ୍ଥାନ ଧୋଲପୁର ସ୍ଥିତ ଆର୍ମି ସ୍କୁଲରେ ପୂରା ହୋଇଥିଲା। ଏହା ପରେ ମୈସୁର ବିଶ୍ବବିଦ୍ୟାଳୟରୁ ସିଭିଲ ଏନଭାରୋମେଣ୍ଟ ଇଂଞ୍ଜିନିୟରିଂରେ ବିଏ ଏବଂ ଏମ୍ଏ କରିଛନ୍ତି। ଅଧିକ ପଢ଼ିବା ପାଇଁ ଅଷ୍ଟେ୍ରଲିଆ ଯାଇଥିଲେ ଏବଂ ସିଡନୀ ବିଶ୍ବବିଦ୍ୟାଳୟରେ ଏନଭାରୋମେଣ୍ଟରେ ମାଷ୍ଟର ଡିଗ୍ରୀ କରିଥିଲେ।

ଜୟାପ୍ରଦା: ବି.କମ୍ ପ୍ରଥମ ବର୍ଷ ପର୍ଯ୍ୟନ୍ତ ପଢ଼ିଛନ୍ତି ବୋଲି ଜୟାପ୍ରଦା ନାମାଙ୍କନ ପତ୍ରରେ ଲେଖିଛନ୍ତି ।

ସିଏମ୍ ଯୋଗୀ: ଟିହରୀ ର ଗଜା ସ୍କୁଲରେ ଦଶମ ପାସ୍ କରିଥିଲେ। ଋଷିକେଶର ଭାରତ ମନ୍ଦିର ଇଣ୍ଟର କଲେରେ ଇଣ୍ଟରମିଡ଼ିଏଟ୍ ପରିକ୍ଷା ପାସ୍ କରିଥିଲେ। ଆଇସ୍ ହେବାକୁ ଲକ୍ଷ୍ୟ କରଥିବା ଯୋଗୀ ଦିଲ୍ଳୀ ବିଶ୍ବବିଦ୍ୟାଳୟରେ କାଳିନ୍ଦୀ କଳେଜରରେ କଳା କ୍ଷେତ୍ରରେ ସ୍ନାତକ ପାସ୍ କରିଛନ୍ତି ।

ମାୟାବତୀ: ଆଇଏଏସ୍ ହେବାକୁ ସ୍ବପ୍ନ ଦେଖୁଥିବା ମୟାବତୀ ଦିଲ୍ଲୀ ବିଶ୍ବବିଦ୍ୟାଳୟରେ କଳାରେ ସ୍ନାତ୍ତକ ହାସଲ କରିଛନ୍ତି।