ଦ୍ରୁତ ଗତିରେ ଆସି ଟେମ୍ପୋ ଓ ଟାଟାମେଜିକ୍ ଗାଡି ଉପରେ ମାଡିଗଲା ଟ୍ରକ୍,୧୬ ମୃତ

ଶାହଜାହାନପୁର,୨୭।୮: ଉତ୍ତର ପ୍ରଦେଶର ଶାହଜାହାନପୁରରେ ଆଜି ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏହି  ଦୁର୍ଘଟଣାରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ନେଇ ସୂଚନା ମିଳିଛି। କୁହାଯାଉଛି ଯେ, ଏକ ଟ୍ରକ୍ ଟେମ୍ପୋ ଓ  ପିକଅପ୍ ଭ୍ୟାନକୁ ମାଡି ଦେଇଚାଲିଯାଇଥିଲା, ଯାହାଫଳରେ ଏହି ଦୁର୍ଘଟଣା ଘଟିଛି।  ଦୁର୍ଘଟଣାରେ ବହୁ ଲୋକଙ୍କ ସ୍ଥିତି ଖୁବ୍ ଗମ୍ଭୀ ରହିଛି। ମୃତକଙ୍କ ସଂଖ୍ୟା ବଢିବାର ଆଶଙ୍କା କରାଯାଉଛି। ଘଟଣାସ୍ଥଳରେ ପହଁଞ୍ଚି ପୋଲିସ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଦେଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାର ସୂଚନା ନେଇ ଅଧିକାରୀଙ୍କୁ ଉଦ୍ଧାରକାର୍ଯ୍ୟରେ ହେଳା ନକରିବା ନେଇ ନିର୍ଦେଶ ଦେଇଛନ୍ତି।

ଏହି ଦୁର୍ଘଟଣା ନ୍ୟାସନାଲ ହାଇଓ୍ବେର ଜମୁକା ଛକ ନିକଟରେ ହୋଇଥିଲା। କୁହାଯାଉଛି ଯେ, ମଙ୍ଗଳବାର ସକାଳେ ହାଇଓ୍ବେରେ ଏକ ଟେମ୍ପୋ ଯାଉଥିବା ବେଳେ ପଛପଟୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ତା ଉପରେ ମାଡି ଯାଇଥିଲା। ଟେମ୍ପୋର ଆଗରେ ଥିବା ଏକ ଯାତ୍ରୀବାହି ପିକ୍ଅପ୍ ଭ୍ୟାନକୁ ମଧ୍ୟ ଟ୍ରକଟି ମାଡି ଯାଇ ଦ୍ରୁତ ଗତିରେ ଚାଲିଯାଇଥିଲା। ଦୁର୍ଘଟଣା ଏତେ ଭୀଷଣ ରହିଥିଳା ଯେ, ୧୬ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ଭିତରେ ୩ ଜଣ ମହିଳା ଓ ଜଣେ ଶିଶୁ ରହିଛି।

ଦୁର୍ଘଟଣାର ସୂଚନା ମିଳିବା ପରେ ଘଟଣାସ୍ଥଳରେ ପହଁଞ୍ଚିଥିବା ପୋଲିସ ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଦେଇଛି। ଟେମ୍ପୋଟି ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଯାଇତିବା ବେଳେ ତା ଭିତରେ ଥିବା ମୃତଦେହ ଦବି ଯାଇଥିଲା।

ଏହା ଦେଖି ହାଇଓ୍ବେରେ ଲମ୍ବା ଜାମ୍ ଲାଗିଯାଇଥିଲା। ଗାଡି ଗୁଡିକୁ ରାସ୍ତାକୁ ହଟାଇ ଦିଆଯାଇଥିଲା, କିନ୍ତୁ ଲୋକମାନେ ଘଟଣା ସ୍ଥଳରେ ରହିବା କାରଣରୁ ରାସ୍ତାରେ ଯାଉଥିବା ଗାଡିର ଲମ୍ବା ଲାଇନ୍ ଲାଗି ଯାଇଥିଲା।

   ସମ୍ବନ୍ଧିତ ଖବର


ଚୀନ୍‌ରେ ପ୍ରଜନନ କ୍ଷମତା ହରାଇବେ ପୁରୁଷ – ବ୍ୟାପୁଛି ଆଉ ଏକ ମାରାତ୍ମକ ରୋଗ

ଆଉ ୪ଟି ଉପଗ୍ରହ ପଠାଇବ ଭାରତ

ଭାରତର ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ଏନଆଇସି ଏବେ ସାଇବର ଆକ୍ରମଣର ଶିକାର

୫ ରାଜ୍ୟରୁ ୬୦% ସକ୍ରିୟ ରୋଗୀ କରୋନା କାୟା

ରୁଷ ଟିକାକୁ ନେଇ ଅନିଶ୍ଚିତତା- ପ୍ରତି ୭ଜଣରୁ ଜଣଙ୍କ ଶରୀରରେ ପାର୍ଶ୍ୱ ପ୍ରତିକ୍ରିୟା

ପ୍ରଶାସନର ବଡ ନିଷ୍ପତ୍ତି : ଏଣିକି ବିନା ଲକ୍ଷଣ ଥିବା ବ୍ୟକ୍ତିଙ୍କୁ କରିବାକୁ ପଡ଼ିବ କରୋନା ପରୀକ୍ଷା