ଦୁଇ ସିପାହୀ ଚଳାଇଥିଲେ ସେକ୍ସ କାରବାର …କଲଗର୍ଲର ଅଡ଼ିଓ କଲା ପର୍ଦ୍ଦାଫାସ୍

https://www.aajtak.in/
ଉତ୍ତର ପ୍ରଦେଶ – କଲ୍ଗର୍ଲଙ୍କ ସହ ସିପାହୀଙ୍କର କନେକ୍ସନ । ଆଉ ଗୋପନରେ ଚାଲିଛି ସେକ୍ସ ରାକେଟ୍ । ଏମିତି ଏକ ଖବର ସାମନାକୁ ଆସିଛି । ଉତ୍ତର ପ୍ରଦେଶର ପିଲିଭିତରେ ଏକ ସେକ୍ସ ରାକେଟ୍ର ଅଡ଼ିଓ ଭାଇରାଲ ହୋଇଛି । ଏହାପରେ ସେକ୍ସ ରାକେଟ ଚଳାଉଥିବା ମାମଲାରେ ସଦିଗ୍ଧ ୨ ସିପାହୀଙ୍କୁ ପୁଲିସ୍ ଅଧିକାରୀ ନିଲମ୍ୱିତ କରିଛନ୍ତି ।
ପାଠ ନପଢ଼ିବାରୁ ପିତାଙ୍କର ତାଲିବାନୀ ଦଣ୍ଡ : ଝିଅର ଗାଲରେ ଦେଲେ ଗରମ ତାୱା ଚେଙ୍କ !

କଲ୍ଗର୍ଲଙ୍କର ଏକ ଅଡ଼ିଓ ଦୁଇଜଣ ସିପାହୀଙ୍କର କାରନାମାର ପର୍ଦ୍ଦାଫାସ୍ କରିଦେଇଛି । ଅଭିଯୋଗ ସହ ମିଳିଥିବା ଅଡ଼ିଓର ଗୋପନୀୟତା ଯାଞ୍ଚ କରିବା ପରେ ପ୍ରମାଣ ସଂଗ୍ରହ କରି ଦୁଇ ସିପାହୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।
୧୩ ବର୍ଷିୟ ନାବାଳକର ଲିଙ୍ଗ ପରିବର୍ତ୍ତନ କରି ୬ଜଣ କରୁଥିଲେ ଦୁଷ୍କର୍ମ !

ଭାଇରାଲ ଅଡ଼ିଓରେ ଜଣେ ଯୁବତୀଙ୍କର ସ୍ୱର ଶୁଣିବାକୁ ମିଳୁଛି । ସୂଚନା ମୁତାବକ , ସେହି ସ୍ୱର ବରେଲୀର ଜଣେ କଲଗର୍ଲର । ଅଡ଼ିଓରେ ଦୁଇ ଜଣ ସିପାହୀ ସଚିନ୍ ଓ ବିପିନ୍ଙ୍କର ନାଁ ଅଛି ବୋଲି କୁହାଯାଇଛି ।
ବାସ୍ତବରେ , ଏହି ମାମଲା ପିଲିଭିତର ଥାନା ସେହରାମଉ ଉତ୍ତରର ଆଉଟ୍ପୋଷ୍ଟ ଗଢ଼ୱା ଖେଦାର। ସେକ୍ସ ରାକେଟ୍ ମାମଲାରେ ଥାନାରେ ଡ୍ୟୁଟିରେ ଥିବା ସିପାହୀ ସଚିନ ମିଶ୍ରା ଓ ବିପିନ ମିଶ୍ରାଙ୍କ ବିରୁଦ୍ଧରେ ଏକ ଅଡ଼ିଓ ସହ ଅଭିଯୋଗ ପତ୍ର ଦାଖଲ ହୋଇଥିଲା ।

ଏହି ଅଡ଼ିଓରେ ଜଣେ ଯୁବକ ଓ ଜଣେ ଯୁବତୀ( ଯାହାକୁ କଲ୍ଗର୍ଲ କୁହାଯାଉଛି )ଙ୍କର କଥାବାର୍ତ୍ତା ଅଛି । ଯାହାକୁ ଖୁବ୍ ଗମ୍ଭୀର। ଯୁବତୀ କହୁଛନ୍ତି କି ଆଉଟ୍ପୋଷ୍ଟର ସିପାହୀ ସଚିନ୍ ଓ ବିପିନ୍ ତାଙ୍କ ସହ ଖରାପ କାମ କରିଛନ୍ତି ଏବଂ ଅନେକ ଯୁବକଙ୍କୁ ସେକ୍ସ ମାମଲାରେ ଫସାଇଛନ୍ତି ଏବଂ ସେ ମୋଟା ଅଙ୍କର ଅର୍ଥ ମଧ୍ୟ ନେଉଥିଲେ। ଆହୁରି ଅନେକ ମାମଲାରେ ନେଣଦେଣର କଥା ସାମନାକୁ ଆସିଛି । ଏହି ଅଡ଼ିଓରୁ ଏହା ଜଣାପଡ଼ୁଥିଲା କି ଏହି ଦୁଇ ଜଣ ସିପାହୀ ସେକ୍ସ ରାକେଟ୍ ଚଳାଉଥିଲେ । ଯାହାର ପୁଲିସ୍ ଗୁପ୍ତରେ ତଦନ୍ତ ଚଳାଇଥିଲା ।