PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଭ୍ୟାକ୍ସିନ ନେବା ପରେ ବି ହେଉଛି କରୋନା, ଓଡିଶାରେ ଟିକା ନେବା ପରେ କେତେ ଲୋକଙ୍କର ଡେଥ୍ ହୋଇଛି ତାହାର ତର୍ଜମା କରୁଛି ଟେକନିକାଲ ଟିମ୍- ଆଇଏଲଏସ୍ ନିର୍ଦ୍ଦେଶକ
  • ||
  • ମାଲକାନଗିରି : ମାଲକାନଗିରି କାଲିମେଳା ଥାନା ଟେକଗୁଡା ଗ୍ରାମରେ ଥିବା ପରିବାର ଲୋକଙ୍କ ନିକଟରେ ପହଁଚିଲା ମୃତ ମାଓନେତା ରଣଦେଵଙ୍କ ଶବ, ଆନ୍ଧ୍ରପ୍ରଦେଶ ସୀମାନ୍ତରେ ପୁଲିସର ଏନକାଉଣ୍ଟରରେ ଚାଲିଯାଇଥିଲା ଜୀବନ
  • ||
  • ନୂଆପଡ଼ା : ଗାଁରେ ପଶିଗଲା ବାଟବଣା ହରିଣ, ଉଦ୍ଧାର କରି ସୁନାବେଡା ଅଭୟାରଣ୍ୟରେ ଛାଡିଲା ବନ୍ୟପ୍ରାଣୀ ବିଭାଗ
  • ||
  • ଭୁବନେଶ୍ୱର: ଓଡ଼ିଆ ଆଇଏଏସ୍ ଗୁରୁପ୍ରସାଦ ମହାପାତ୍ର ଦେହାନ୍ତ
  • ||
  • ପୁରୀ: ମହାପ୍ରଭୁଙ୍କ ସେନାପଟା ଓ ବାହୁଟ ସେବା ନିମନ୍ତେ ବଉଳ ଗଛ ଚିହ୍ନଟ, ନିର୍ଜ୍ଜଳା ଏକାଦଶୀ ତିଥିରେ ହେବ ବୃକ୍ଷ ଚ୍ଛେଦନ
  • ||
  • ଯାଜପୁର: ଭାଇ ବିହାଘରରେ ନାଗିନ୍‌ ଡ୍ୟାନ୍ସ ପଡ଼ିଲା ମହଙ୍ଗା, କୋଭିଡ୍‌ କଟକଣାକୁ ଫୁ କରି ନିଲମ୍ବିତ ହେଲେ ସୁକିନ୍ଦା ତହସିଲଦାର ବୁଲ୍‌ବୁଲ୍‌ ବେହେରା
  • ||
  • କଟକ: ନରସିଂହପୁର ବ୍ଲକ ଅନ୍ତର୍ଗତ ସାନ ଗାଁରେ ବାଇଗଣ ବିଲକୁ ଯାଇଥିବା ବେଳେ ମହିଳାଙ୍କୁ ଆକ୍ରମଣ କଲା ବାରାହ , ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ବଲାଙ୍ଗୀର : ତାଲା ଭାଙ୍ଗି ମଦ ଦୋକାନରୁ ଚୋରି, ଦୋକାନରୁ ପ୍ରାୟ ୫ ଲକ୍ଷ ଟଙ୍କାର ୪୯ ପେଟି ମଦ ଚୋରି
  • ||
  • ଲମତାପୁଟ : କୋରାପୁଟ ଜିଲ୍ଲା ମାଛକୁଣ୍ଡୁ ପୋଲିସ ଦ୍ୱାରା ଟ୍ରକ୍ ସହ ୨୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ବାଲେଶ୍ୱର: ବାପାକୁ କଟୁରୀରେ ହାଣିଲା ମାତାଲ ପୁଅ, ପ୍ରାଣ ବିକଳରେ ଦୌଡି ପଳାଇଲା ମା’
  • ||
  • ପାଟଣା : ଦୋକାନ ଆଜବେଷ୍ଟସ୍ ଭାଙ୍ଗି ଚୋରି କରୁଥିଲେ, କାବୁ କଲେ ଗ୍ରାମବାସୀ, ଚୋରଙ୍କ ଛୁରା ମାଡ଼ରେ ପୋଲିସ କର୍ମଚାରୀ ଆହତ
  • ||
  • କୋକସରା : ଲିମ୍ବ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ୩୪୨୭ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୨ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୫୫୦ ଜଣଙ୍କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଏଯାବତ୍‌ ରାଜ୍ୟରେ ୨୪% ଅଧିକ ବର୍ଷିଛି ମୌସୁମୀ ବର୍ଷା, ଆସନ୍ତା ଦୁଇଦିନ ବଡ଼ ବର୍ଷା ନାହିଁ, ୨୧ରୁ ବଢ଼ିପାରେ
  • ||
  • ଦଶପଲ୍ଲା : ବାଣୀଗୋଛାର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା, ୩ଦିନ ରିମାଣ୍ଡରେ ଗଲା ଅଭିଯୁକ୍ତ
  • ||
  • ଭୁବନେଶ୍ୱର : ଓଲିଉଡର ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କୁ ସଂସ୍କୃତି ବିଭାଗର ସହାୟତା
  • ||
  • ଚଣ୍ଡୀଗଡ଼ : କିମ୍ବଦନ୍ତୀ ଆଥ୍‌ଲେଟ୍‌ ମିଲଖାଙ୍କ ପରଲୋକ, ଶୋକ ପ୍ରକାଶ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
  • ||
  • ଭୁବନେଶ୍ୱର : ଭିଜିଲାନସ୍‌ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ବିୟୋଗ
  • ||
  • କରଞ୍ଜିଆ : ୧୪ ବର୍ଷୀୟା ନାବାଳିକାକୁ ଗଣଦୁଷ୍କର୍ମ, ମୁହଁରେ କପଡା ଦେଇ ରାତିରେ ଘରୁ ଉଠାଇ ନେଇଥିଲେ ୨ ଦୁର୍ବୃତ୍ତ
  • ||

ଫାଇନ୍ ନେବାକୁ କାରକୁ ଯୋରରେ ବାଡିରେ ପିଟିଲା ପୋଲିସ,ଚାଳକଙ୍କ ହୃଦଘାତରେ ମୃତ୍ୟୁ

ନୂଆଦିଲ୍ଲୀ,୯।୯: ନୂଆ ଟ୍ରାଫିକ ନିମୟ ପରେ ଏବେ ଲୋକଙ୍କ ଭିତରେ ସୃଷ୍ଟି ହୋଇଛି ଭୟ। ଟ୍ରାଫିକ ପୋଲିସ ମଧ୍ୟ ବହୁ ଲୋକଙ୍କ ଠାରୁ ବେଆଇନ ଭାବରେ ଚେକିଂ ନାମକରେ ଅଧିକ ଟଙ୍କା ଫାଇନ କରୁଛି ବୋଲି ଅନେକ ଅଭିଯୋଗ ହେଉଛି। ଏଭଳି ଏକ ଘଟଣା ଉତ୍ତରପ୍ରଦେଶର ନୋଏଡାରେ ଦେଖିବାକୁ ମିଳିଛି। ବାହାନ ଚେକିଂ ସମୟରେ ପୋଲିସ ସହ ଯୁକ୍ତିତର୍କ ବେଳେ ଜଣେ ଯୁବକଙ୍କର ହୃଦଘାତରେ ମୃତ୍ୟୁ ଘଟିଛି। କୁହାଯାଉଛି ଯେ, ମୃତ ଯୁବକ ଜଣକ ହେଉଛନ୍ତି ୩୪ ବର୍ଷୀୟ ଗୌରବ,ସେ ଏକ ସଫ୍ଟଓ୍ବେୟାର କମ୍ପାନୀରେ ମାର୍କେଟିଂ ବିଭାଗରେ କାମ କରୁଥିଲେ।

ସେ ତାଙ୍କ ବାପା-ମାଙ୍କ ସହିତ ସେକ୍ଟର ୬୨ରୁ ଫେରୁଥିଲେ। ଯାଞ୍ଚ କରୁଥିବା ପୋଲିସକର୍ମୀ ତାଙ୍କ କାର ଉପରେ ଲାଠି ଯୋଗେ ପିଟିଦେଇଥିଲେ। ଏହି କଥାକୁ ନେଇ ପୋଲିସ ସହିତ ତାଙ୍କର ଯୁକ୍ତିତର୍କ ହୋଇଥିଲା ଓ ଏହା ଭିତରେ ଗୌରବଙ୍କୁ ହୃଦଘାତ ହୋଇଥିଲା। ଗୌରବଙ୍କ ଭାଇ ଅଙ୍କୁର ଶର୍ମାଙ୍କ କହିବା ଅନୁସାରେ ରବିବାର ଗୌରବ ତାଙ୍କ ବାପା-ମାଙ୍କୁ ନେଇ କାରରେ ଏନଏଚ-୨୪ରୁ ସେକ୍ଟର ୬୨କୁ ଆସୁଥିଲେ। ତେବେ ଏକ ଟର୍ନିଂରେ କିଛି ପୋଲିସ ଠିଆ ହୋଇଥିଲେ ସେମାନେ ତାଙ୍କ କାରକୁ ବାଡିରେ ଯୋରରେ ପିଟି ଦେଇଥିଲେ। ଗୌରବ ଓ ତାଙ୍କର ବାପା ଏହି କଥାକୁ ବିରୋଧ କରିଥିଲେ। ଏହାପରେ ଯୁକ୍ତିତର୍କ ପରେ ତାଙ୍କର ମୃତ୍ୟୁ ହୋଇଥିଲା।

ଯୁକ୍ତିତର୍କ ପରେ ଗୌରବ ସେଠାରେ ଟଳିପଡିଥିଲେ। ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ପୋଲିସ  କିନ୍ତୁ ତାଙ୍କୁ ହସ୍ପିଟାଲ ନେବାରେ କିଛି ସାହାର୍ଯ୍ୟ ନକରି ଘଟଣାସ୍ଥଳରୁ ଚାଲିଯାଇଥିଲା। ପରିବାର ଲୋକ ପାଖରେ ଥିବା ଫୋର୍ଟିସ ଏବଂ ପରେ କୈଳାଶ ହସ୍ପିଟାଲକୁ ତାଙ୍କୁ ନେଇଥିଲେ। ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିବା ସହ ହୃଦଘାତ ଜନିତ ମୃତ୍ୟୁ ବୋଲି କହିଥିଲେ। ଗୌରବଙ୍କର ମୃତ୍ୟୁ ପରେ ତାଙ୍କର ପତନୀ ଏବଂ ୬ ବର୍ଷର ଏକ ଝିଅ ସମ୍ପୂର୍ଣ୍ଣ ଭାଙ୍ଗିପଡିଛନ୍ତି। ଏହି ଘଟଣା ପରେ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ପ୍ରବଳ ଉତ୍ତେଜନା। ତେବେ ଏପର୍ଯ୍ୟନ୍ତ ପୋଲିସ ବିଭାଗର ଉପରିସ୍ଥ ଅଧିକାରୀ କହୁଛନ୍ତି ତାଙ୍କ ପାଖରେ ଏଭଳି କୌଣସି ସୂଚନା ନାହିଁ। ଯଦି ସୂଚନା ମିଳେ ତେବେ ତଦନ୍ତ କରାଯିବ।

ସମ୍ବନ୍ଧିତ ଖବର