PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ : ରିଆମାଳ ରେଞ୍ଜ ନୁଆଁଡିହି ସେକ୍ସନ ଖିଲେଇ ଜଙ୍ଗଲରେ ହାତୀ ଆକ୍ରମଣ ଯୋଗୁଁ ବନ ଶ୍ରମିକ ଗୁରୁତର
  • ||
  • କୋଣାର୍କ : ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

୨୦୨୩ରେ ଭକ୍ତଙ୍କ ପାଇଁ ଖୋଲିବ ଅଯୋଧ୍ୟାର ଶ୍ରୀରାମ ମନ୍ଦିର; ୨୦୨୫ ସରିବ ନିର୍ମାଣ କାମ

pic-indiatoday

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ଅଯୋଧ୍ୟାରେ ତିଆରି ହେଉଛି ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କର ଭବ୍ୟ ମନ୍ଦିର। ୨୦୧୫ରେ ମନ୍ଦିର ତିଆରି କାମ ଶେଷ ହେବାକୁ ଥିବା ବେଳେ ୨୦୨୩ରେ କିନ୍ତୁ ଭକ୍ତଙ୍କ ମନ୍ଦିର ଦୁଆର ଖୋଲିବ ବୋଲି ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଗତବର୍ଷ ଅଗଷ୍ଟ ୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମ ମନ୍ଦିର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନା କରିଥିଲେ। ସେବେଠାରୁ ମନ୍ଦିର କାର୍ଯ୍ୟ ଜାରି ରହିଛି। ମୁଖ୍ୟମନ୍ଦିରକୁ ଛାଡ଼ିଦେଲେ ମନ୍ଦିର ପରିସରରେ ଏକ ମ୍ୟୁଜିୟମ୍‌ ସହିତ ଏକ ଅଭିଲେଖାଗାର ଓ ଗବେଷଣା କେନ୍ଦ୍ର ମଧ୍ୟ ରହିବ। ଶ୍ରଦ୍ଧାଳୁଙ୍କ ପାଇଁ ପ୍ରାର୍ଥନା ସଭାଗୃହ କରିବାକୁ ମଧ୍ୟ ଯୋଜନା ରହିଛି।

ମନ୍ଦିର ନିର୍ମାଣ ପାଇଁ କର ସେବକ ପୁରମର ୭୦ ପ୍ରତିଶତ ପଥର ବ୍ୟବହାର କରାଯିବ। ନିର୍ମାଣରେ ଷ୍ଟିଲ୍ କି ଇଟା ବ୍ୟବହାର କରାଯିବ ନାହିଁ। ତା ସହିତ ମନ୍ଦିରକୁ ଦୀର୍ଘସ୍ଥାୟୀ କରିବା ପାଇଁ ଅନେକ ଗବେଷଣା ମଧ୍ୟ କରାଯାଇଛି ଓ ଆଧୁନିକ ସୈଳୀରେ ମଧ୍ୟ ମନ୍ଦିର ନିର୍ମାଣ କରାଯାଉଛି। ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସେକ୍ରେଟାରୀ ଚମ୍ପତ ରାୟ ଏସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ପୂର୍ବରୁ କୁହାଯାଇଛି ଯେ ଅଢ଼େଇ ଏକର ଜମିରେ ମନ୍ଦିର ନିର୍ମାଣ କରାଯାଉଛି। ୩ ବର୍ଷ ମଧ୍ୟରେ ମନ୍ଦିର କାର୍ଯ୍ୟ ଶେଷ ହେବ ବୋଲି ଆଶା କରାଯାଉଛି।

ମନ୍ଦିରକୁ ବନ୍ୟା ସ୍ଥିତିରୁ ସୁରକ୍ଷା ଦେବା ପାଇଁ ଚାରିପାଖରେ ପାରକୋଟ ନାମରେ ଏକ କାନ୍ଥ ତିଆରି ହେବ। ଏହି କାମ ଅକ୍ଟୋବର ମାସ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ ହେଇଯିବ। ଏହାପରେ ଦ୍ୱିତୀୟ ପର୍ଯ୍ୟୟ ପଥର କାର୍ଯ୍ୟ ଚଳିତ ବର୍ଷ ଡିସେମ୍ବରୁ ଆରମ୍ଭ ହେବ ବୋଲି ଚମ୍ପତ ରାୟ ସୂଚନା ଦେଇଛନ୍ତି। ସୂଚନା ଥାଉକି ମୋଟ ରାମ ମନ୍ଦିର ପରିସର ୧୦୦୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଉଛି। ତେବେ ଏଥିପାଇଁ ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ୩ ହଜାର କୋଟି ଟଙ୍କା ଦାନ ଗ୍ରହଣ କରିସାରିଲାଣି।

.

ସମ୍ବନ୍ଧିତ ଖବର