ଦେଢବର୍ଷର ଭାଇକୁ ନିଦ ବଟିକା ଦେଇ ଗଙ୍ଗା ନଦୀରେ ଫିଙ୍ଗିଦେଲା ଭଉଣୀ

ହରିଦ୍ୱାର, ୦୩| ୧୨:    ହରିଦ୍ୱାରର ଜ୍ୱାଲାପୁର କୋତବଲ୍ଲୀ ଅଂଚଳରେ ଭାଇ ଓ ଉଭଣୀଙ୍କ ମଧ୍ୟରେ ଥିବା ପବିତ୍ର ସଂପର୍କକୁ କଳଙ୍କିତ କଲା ଭଳି ଘଟଣା ସାମ୍ନାକୁ ଆସିଛି। ଜଣେ ନାବାଳିକା ଭଉଣୀ ତାହାର ନିଜ ଦେଢବର୍ଷ ଭାଇକୁ ନିଦ ବଟିକା ଖାଇବାକୁ ଦେବା ସହ ବ୍ୟାଗରେ ଭର୍ତ୍ତି କରି ନଦୀରେ ଫିଙ୍ଗିଦେଇଛି।

ପୋଲିସର କହିବାନୁସାରେ, ଜ୍ୱାଲାପୁରର ପୀଠ ବଜାର ଅଂଚଳରେ ସୋନୁ ତାଙ୍କ ପରିବାର ସହ ରୁହନ୍ତି। ଗତ ୨୮ ତାରିଖ ରାତିରେ ଦେଢ ବର୍ଷର ଶିଶୁ ପୁତ୍ରକୁ ସୋନୁ ଓ ତାଙ୍କର ପତ୍ନୀ ଘରେ ଛାଡି କାମ କରିବାକୁ ବାହାରକୁ ଯାଇଥିଲେ। ଘରେ କେବଳ ଶିଶୁଟିର ବଡ ଭଉଣୀ ଥିଲା। ତେବେ ଶିଶୁଟି କିଛି ସମୟ ପରେ ଜୋରେ କାନ୍ଦିଥିଲା। ଏଥିରେ ଭଊଣୀଜଣଙ୍କ ରାଗିଯାଇ ନିଜର ସମ୍ପର୍କୀୟ ଆଉ ଏକ ଯୁବତୀ ସହ ମିଶି ଶିଶୁଟିକୁ ନିଦ ଔଷଧ ଦେଇଥିଲା। ଏହାପରେ ଉଭୟ ବ୍ୟାଗରେ ଶିଶୁକୁ ଭର୍ତ୍ତି କରି ନିକଟରେ ଥିବା ଗଙ୍ଗା ନଦୀରେ ଫିଙ୍ଗି ଦେଇଥିଲେ।

ସୋନୁ ଓ ତାଙ୍କ ପତ୍ନୀ ଘରେ ପହଁଚିବା ପରେ ଆଉ ଶିଶୁ ପୁତ୍ରକୁ ପାଇନଥିଲେ। ଏହାପରେ ସେମାନେ ପୋଲିସରେ ଅପହରଣ ଅଭିଯୋଗ କରିଥିଲେ। ପୋଲିସ କିନ୍ତୁ ସିସିଟିଭି ଆଧାରରେ ପ୍ରକୃତ ଘଟଣା ଉପରୁ ପରଦା ହଟାଇଥିଲା। ଏହାପରେ ଉଭୟ ଭଊଣୀଙ୍କୁ ଜେରା କରିବା ପରେ ସତ ସାମ୍ନାକୁ ଆସିଥିଲା।

   ସମ୍ବନ୍ଧିତ ଖବର


ବିଶ୍ୱ ବିଦ୍ୟାଳୟ ଓ ମହାବିଦ୍ୟାଳୟମାନଙ୍କୁ ଫାଇନାଲ୍‌ ପରୀକ୍ଷା କରିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଦେଲେ ଅନୁମତି

ରସିକିଆ ଓଏଏସ୍‌ ଅଧିକାରୀଙ୍କ ବିକଳ ଅଶୀଳ୍ଲ ପ୍ରେମ

ସ୍ତ୍ରୀ ରାଜନୀତିରେ , ପୁଅ ଇଂଲଣ୍ଡରେ ପଢୁଛନ୍ତି MBBS: ୮ଜଣ ପୁଲିସଙ୍କୁ ମାରି ବାପା ଫେରାର୍

କରୋନା ପଜିଟିଭ ଜଣାପଡିବା ପରେ ହସ୍ପିଟାଲର ଚତୁର୍ଥ ମହଲାରୁ ଡେଇଁ ଆତ୍ମହତ୍ୟା କଲେ ସାମ୍ବାଦିକ

Mylan ଭାରତରେ ଲଞ୍ଚ କଲା କୋଭିଡ୍-୧୯ର ଔଷଧ, ଜାଣନ୍ତୁ କେତେ ରହିଛି ଏହାର ଦାମ୍

ସୁଶାନ୍ତଙ୍କ ମୃତ୍ୟୁର ସିବିଆଇ ତଦନ୍ତ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିବେଦନ, ଟୁଇଟରରେ ଟ୍ରେଣ୍ଡ କଲା #PMModiCBIForSSR