ବିଦ୍ୟୁତ୍‌ ବିଲ୍‌ ଆଦାୟକୁ ନେଇ ହାଇକୋର୍ଟ କ୍ଷୁବ୍ଧ : ବକେୟା ୪ ଲକ୍ଷ, ଦେଉଛନ୍ତି ୪୨୫ ଟଙ୍କା

ନୈନିତାଲ ୮।୧୧: ଉତ୍ତରାଖଣ୍ଡ ରାଜ୍ୟ ବିଦ୍ୟୁତ୍‌ ନିଗମ, ବିଦ୍ୟୁତ୍‌ ଉତ୍ପାଦନକାରୀ ଏବଂ ବିତରଣକାରୀ କଂପାନଗୁଡିକର କର୍ମଚାରୀ ଓ ସେମାନଙ୍କର ପରିବାର ସଦସ୍ୟଙ୍କୁ ମାଗଣାରେ ବିଦ୍ୟୁତ୍‌ ଶକ୍ତି ଯୋଗାଇବାକୁ ନେଇ ରାଜ୍ୟ ହାଇକୋର୍ଟ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏ ସମ୍ପର୍କିତ ଏକ ମାମଲାର ଶୁଣାଣି ବେଳେ ଆବେଦକାରୀ ହାଇକୋର୍ଟରେ ଦର୍ଶାଇଥିଲେ କି ରାଜ୍ୟ ବିଦ୍ୟୁତ୍‌ ନିଗମର ଜେନେରାଲ ମ୍ୟାନେଜର ଗତ ୨୫ ମାସ ଭିତରେ ୯୨,୦୦୦ ୟୁନିଟରୁ ଅଧିକ ବିଦ୍ୟୁତ୍‌ ଶକ୍ତିର ଉପଯୋଗ କରିଛନ୍ତି । ସେ ପ୍ରାୟ ୪ଲକ୍ଷ ଟଙ୍କାର ବିଦ୍ୟୁତ୍‌ ଶକ୍ତି ବିନିଯୋଗ କରିଛନ୍ତି ।

ମାତ୍ର ସେ ପ୍ରତି ମାସରେ ୪୨୫ ଟଙ୍କା ବିଦ୍ୟୁତ୍‌ ବିଲ୍‌ ଆକାରରେ ପୈଠ କରୁଛନ୍ତି । କେବଳ ସେ ନୁହନ୍ତି, ନିଗମର ସମସ୍ତ କର୍ମଚାରୀମାନଙ୍କୁ ଏପରି ସୁବିଧା ପ୍ରଦାନ କରାଯାଉଛି । ଏମିତିକି ସେମାନେ ଅବସର ନେଲା ପରେ ବି ଏଭଳି ସୁବିଧା ପାଉଛନ୍ତି । ସେମାନଙ୍କ ପରିବାର ସଦସ୍ୟମାନେ ବି ଏଭଳି ଉପକୃତ ହେଉଛନ୍ତି । ସେମାନଙ୍କ ଠାରୁ ବିଦ୍ୟୁତ୍‌ ବିଲ୍‌ ବାବଦକୁ ଯେତିକି ଅର୍ଥ ଆଦାୟ କରାଯାଉଛି, ତାହାକୁ ଦେଖିଲେ ସେମାନଙ୍କୁ ମାଗଣାରେ ବିଦ୍ୟୁତ୍‌ ଯୋଗାଇ ଦିଆଯାଉଛି ବୋଲି କହିହେବ । କେବଳ ରାଜ୍ୟ ବିଦ୍ୟୁତ୍‌ ନିଗମ ନୁହେଁ, ରାଜ୍ୟରେ ଥିବା ବିଦ୍ୟୁତ୍‌ ଉତ୍ପାଦନକାରୀ ଏବଂ ବିତରଣ କଂପାନିଗୁଡିକର କର୍ମଚାରୀମାନଙ୍କୁ ବି ଏପ୍ରକାର ସୁବିଧା ଦିଆଯାଉଛି । ଏହାଯୋଗୁ ରାଜ୍ୟ ସରକାର ପ୍ରତିବର୍ଷ କୋଟି କୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି ।

ମାମଲାର ଶୁଣାଣି ବେଳେ ବିଦ୍ୟୁତ୍‌ ନିଗମ ଦ୍ୱାରା ଦିଆଯାଇଥିବା ତଥ୍ୟକୁ ନେଇ ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଥିଲେ । ସେହିପରି କଂପାନିର ସିଏଜି ଦ୍ୱାରା ଅଡିଟ କରାଯିବାକୁ ନିଗମ କର୍ତ୍ତୃପକ୍ଷ ବିରୋଧ କରୁଥିବାରୁ ସେଥିପାଇଁ ବି ହାଇକୋର୍ଟ କ୍ଷୁବ୍ଧ ହୋଇଥିଲେ । ଅଦାଲତ ଏହି ଅଭିଯୋଗ ଉପରେ ସମସ୍ତ ତଥ୍ୟ ସଠିକ୍‌ ଭାବେ ଉପସ୍ଥାପନ କରିବାକୁ ବିଦ୍ୟୁତ୍‌ ନିଗମକୁ ସପ୍ତାହେ ସମୟ ଦେଇଛନ୍ତି । ସେହିପରି ଉପରୋକ୍ତ କଂପାନିଗୁଡିକର କର୍ମଚାରୀମାନଙ୍କୁ ଏଭଳି ସୁବିଧା କାହିଁକି ଦିଆଯାଉଛି, ତାହା ଜଣାଇବାକୁ ବି ହାଇକୋର୍ଟ ରାଜ୍ୟ ସରକାରଙ୍କୁ କହିଛନ୍ତି ।

   ସମ୍ବନ୍ଧିତ ଖବର


ଲଜ୍ଜା ! ବୋହୂର ସର୍ବସ୍ୱ ସାରିଲା ଶ୍ୱଶୂରଙ୍କର ପାପ ନଜର- ପୁଅକୁ ଗୁଳି କରି ଫେରାର

ବାବା ରାମଦେବଙ୍କ ଭାଇଙ୍କୁ ମିଳିଲା ଏହି ଦାୟିତ୍ୱ – କେତେ ଟଙ୍କା ଦରମା ନେବେ ଜାଣନ୍ତୁ

ଭାରତ ପାଙ୍ଗୋଙ୍ଗ୍‌ ଲେକ୍‌ ଏବଂ ଲଦାଖ ସୀମାରେ ମୁତୟନ କରିଛି ‘ଅଦୃଶ୍ୟ କମାଣ୍ଡୋ’ -ଜାଣନ୍ତୁ ଏମାନେ କିଏ ଏବଂ ନେଇଛନ୍ତି କେଉଁ ତାଲିମ

ବିଦେଶରେ ଥିବା ୫୦ ଜଣ ବେଜ୍ଞାନିକଙ୍କ ସହ କରୋନା ସଂକ୍ରମିତ ବୈଜ୍ଞାନିକଙ୍କୁ ଭାରତ ଅଣାଗଲା

ଚର୍ଚ୍ଚାରେ ଅଜିତ ଡୋଭାଲଙ୍କ ଶ୍ରୀଲଙ୍କା ଗସ୍ତ, ଏହି ସବୁ ବିଷୟରେ କରିଛନ୍ତି ଆଲୋଚନା

ଜହ୍ନରେ ହେବ ୧୭୪ କୋଟି ଟଙ୍କାର ଟୟଲେଟ୍, ଖର୍ଚ୍ଚ କରିବ ନାସା