୬ବର୍ଷର ଝିଅକୁ ହତ୍ୟା ପରେ ମୃତଦେହ ସହ ଦୁଷ୍କର୍ମ, ସିକ୍ୟୁରିଟି ଗାର୍ଡ ଗିରଫ

ହରିଦ୍ବାର,୨୯।୪: ଉତ୍ତରାଖଣ୍ଡର ହରିଦ୍ବାରରେ ଦେଖିବାକୁ ମିଳିଛି ଏକ ଲୋମହର୍ଷଣକାରୀ ଅପରାଧ ମାମଲା। ପୋଲିସର ସୂଚନା ଅନୁସାରେ ଏକ କୁକୁଡା ଫାର୍ମର ଜଣେ ସିକ୍ୟୁରିଟି ଗାର୍ଡ ୬ ବର୍ଷର ଝିଅକୁ ହତ୍ୟା କରିବା ପରେ ଝିଅଟିର ମୃତଦେହ ସହିତ ଦୁଷ୍କର୍ମ କରିଛି। ଗତ ଶୁକ୍ରବାର ଝିଅଟି ନିଜର ସାଙ୍ଗମାନଙ୍କ ସହ ଖେଳୁଥିବା ବେଳେ ହଠାତ ନିଖୋଜ ହୋଇଯାଇଥିଲା।ଘର ଲୋକ ଝିଅର ନିଖୋଜ ଅଭିଯୋଗ ପୋଲିସ ଷ୍ଟେସନରେ ଦେଇଥିଲେ। ଏହାପରେ ପୋଲିସ ସନ୍ଧାନ କରିବା ବେଳେ ଆଖପାଖର ଲୋକ କହିଥିଲେ ଝିଅଟକୁ ଶେଷ ଥର ପାଇଁ ସିକ୍ୟୁରିଟି ଗାର୍ଡ ସୋନୁ ଓରଫ ସାନି ସହ ଦେଖିବାକୁ ମିଳିଥିଲା।

ଜଙ୍ଗଲରୁ ନାବାଳିକାର ମୃତଦେହ ମିଳିବା ପରେ ସୋନୁକୁ ପୋଲିସ ପଚରାଉଚରା କରିଥିଲା। ଶେଷରେ ସିକ୍ୟୁରିଟି ଗାର୍ଡ ସୋନୁ ନିଜର ଅପରାଧ ସ୍ବୀକାର କରିଥିଲା। ପୋଲିସ ଆଗରେ ସେ କହିଥିଲା ଝିଅଟିକୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଜଙ୍ଗଲ ଭିତରକୁ ଡାକିକି ନେଇଥିଲା। ସେଠାରେ ଝିଅଟି ପାଟି କରିବାରୁ ସେ ତଣ୍ଟି ଚିପି ହତ୍ୟା କରିଥିଲା। ଏହାପରେ ଝିଅଟିର ମୃତଦେହ ସହିତ ଦୁଷ୍କର୍ମ କରିଥଲା। ଏହି ସମୟରେ ଝିଅଟିର ବାପା-ମା ବିଲରେ କାମ କରୁଥିଲେ। ସବୁଠାରୁ ବହ କଥା ହେଉଛି ସେମାନେ ଯେଉଁଠି କାମ କରୁଥିଲେ ତା ଠାରୁ ମାତ୍ର ୬୦୦ ମିଟର ଦୂରରେ ସୋନୁ ଏହି ଅପରାଧ କରିଥିଲା। କିନ୍ତୁ ଝିଅଟିର ବାପା-ମା ତାକୁ ବଞ୍ଚାଇ ପାରିଲେନି। ଗିରଫ ହେବାପରେ ଏବେ ସୋନୁକୁ ୧୪ ଦିନିଆ ବିଚାର ବିଭାଗୀୟ ହାଜକୁ ପଠାଇ ଦିଆଯାଇଛି। ତା ବିରୋଧରେ ଅପହରଣ, ହତ୍ୟା, ଦୁଷ୍କର୍ମ ଆଦି ଧାରା ଲଗାଇ ହତ୍ୟାମାମଲା ରୁଜୁ କରାଯାଇଛି।

   ସମ୍ବନ୍ଧିତ ଖବର


ପାକିସ୍ତାନରେ ଏବେ ଦୁଷ୍କର୍ମକାରୀଙ୍କୁ କରାଯିବ ନପୁଂସକ,ଏହି ସବୁ ଦେଶରେ ଦିଆଯାଏ ଅତି ଭୟଙ୍କର ଦଣ୍ଡ

ଭିଜିଲାନ୍ସ ଜାଲରେ ଦାରିଙ୍ଗବାଡ଼ି ବିଇଓ ଅଫିସ୍‌ ମୁଖ୍ୟ କିରାଣି, ୫ହଜାର ଲାଞ୍ଚ ନେଇ ଧରାପଡ଼ିଲେ

ଅହମ୍ମଦ ପଟେଲଙ୍କ ପରଲୋକରେ ଗାନ୍ଧି ପରିବାରରେ ଶୋକ: ଟୁଇଟ୍ କରି ଦୁଃଖ ପ୍ରକାଶ କଲେ ସୋନିଆ, ରାହୁଲ ଓ ପ୍ରିୟଙ୍କା

ଇଣ୍ଟେରିୟର ଡିଜାଇନିଂ ନାଁରେ ଭର୍ଚୁଆଲ ସେକ୍ସ ରାକେଟ୍ : ଅନ୍‌ଲାଇନ୍‌ରେ ଅଙ୍ଗ ପ୍ରଦର୍ଶନ ପାଇଁ ଦିଆଯାଉଥିଲା ତାଲିମ୍, ପର୍ଦ୍ଦାଫାଶ କଲା ପୋଲିସ

୬ ଦିନରେ ୫୩% ଖସିଲା ଲକ୍ଷ୍ମୀ ବିଳାସ ବ୍ୟାଙ୍କ ସେୟାର

ନୂଆବର୍ଷରୁ ନୂଆ ବ୍ୟବସ୍ଥା: ଏଣିକି ଲ୍ୟାଣ୍ଡଫୋନ୍‌ରୁ ମୋବାଇଲକୁ କଲ୍‌ କଲେ ନମ୍ବର ପୂର୍ବରୁ ଲାଗିବ ‘୦’