Skip to content
- ଭୁବନେଶ୍ୱର,(ବ୍ୟୁରୋ): ସୋମବାର ୨୪ ଘଣ୍ଟାରେ ଟିକା ନେଇଛନ୍ତି ରେକର୍ଡ ସଂଖ୍ୟକ ୮୫ହଜାର ୮୮୪ ଜଣ । ଏ ସଂଖ୍ୟା ମିଶିବା ପରେ ରାଜ୍ୟରେ ୯ ଲକ୍ଷ ୪ହଜାର ୮୪୫ ଜଣ ଟିକା ନେଇ ସାରିଲେଣି । ବୟସ୍କଙ୍କ ଭିତରେ ଟିକାକୁ ନେଇ ଉତ୍ସାଜ ଜାରି ରହିଛି । ଆଜି ଦିନରେ ୪୮,୦୨୪ ଜଣ ବୟସ୍କ ଟିକା ନେବା ପରେ ମୋଟ୍ ସଂଖ୍ୟା ୧ ଲକ୍ଷ ୮୭ ହଜାର ୯୫୮କୁ ବଢିଛି ।
ଜଟିଳ ରୋଗରେ ଆକ୍ରାନ୍ତ ୪୫ ରୁ ୫୯ ବର୍ଷର ୨୬୫୭ ଜଣ ଆଜି ଟିକା ନେଇଛନ୍ତି । ମୋଟ୍ ସଂଖ୍ୟା ୯ହଜାର ୪୦କୁ ବଢିଛି । ପ୍ରଥମ ଡୋଜ୍ ନେଇଥିବା ସ୍ୱାସ୍ଥ୍ୟକର୍ମୀଙ୍କ ସଂଖ୍ୟା ୫୪୧ ହୋଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩ ଲକ୍ଷ ୩ହଜାର ୩୮୨ ଜଣ ସ୍ୱାସ୍ଥ୍ୟକର୍ମୀ ପ୍ରଥମ ଡୋଜ୍ ନେଇ ସାରିଲେଣି । ଅର୍ଥାତ ଟିକାକାକରଣ ହାର ୯୦.୬% ରହିଛି । ଦ୍ୱିତୀୟ ଡୋଜ୍ ନେଇଥିବା ସ୍ୱାସ୍ଥ୍ୟକର୍ମୀଙ୍କ ସଂଖ୍ୟା ୧୧ହଜାର ୯୫୦ ରହିଛି । ଏମାନଙ୍କ ମୋଟ୍ ସଂଖ୍ୟା ୨ ଲକ୍ଷ ୧୦ ହଜାର ୫୪୨ ରହିଛି ।
ପ୍ରଥମ ଡୋଜ୍ ନେଇଛନ୍ତି ଆଜି ୧୪୭୫ ସମ୍ମୁଖ ଯୋଦ୍ଧା । ମୋଟ୍ ସଂଖ୍ୟା ୧ ଲକ୍ଷ ୭୨ ହଜାର ୬୭୮ ହୋଇଛି । ଟାର୍ଗେଟର ୭୭% ଟିକାକରଣ ହୋଇ ପାରିଛି । ଦ୍ୱିତୀୟ ଡୋଜ୍ ନେଇଥିବା ସମ୍ମୁଖ ଯୋଦ୍ଧାଙ୍କ ସଂଖ୍ୟା ୨୧ହଜାର ୨୪୫ ହୋଇଛି ।
ଗଞ୍ଜାମରେ ସର୍ବାଧିକ ୨୩ ହଜାର ୮୧୦ ଜଣ ବୟସ୍କ ଟିକା ନେଇ ସାରିଲେଣି । ପଛକୁ ରହିଛି ଭୁବନେଶ୍ୱର । ରାଜଧାନୀରେ ୧୯ହଜାର ୭୫୨ ଜଣ ଟିକା ନେଲେଣି । ବାଲେଶ୍ୱରରେ ୧୭ ହଜାର ୪୩୬ ଜଣ ଟିକା ନେଇଛନ୍ତି ।
ଜଟିଳ ରୋଗୀଙ୍କ ମଧ୍ୟରେ ସବୁଠୁ ବେଶି ଟିକା ନେଇଛନ୍ତି କୋରାପୁଟ୍ରେ । ୧୧୩୬ ଜଣ ଟିକା ନେଇଥିବା ବେଳେ ସବୁକୁ କମ୍ ୩ ଜଣ ଦେବଗଡ଼ରେ ଟିକା ନେଇଛନ୍ତି ।