PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଆଜି ଅପରାହ୍ନ ୫ଟାରେ କୋଭିଡ଼ ନେଇ ସମିକ୍ଷା କରି​‌ବେ ମୁଖ୍ୟମନ୍ତ୍ରୀ
  • ||
  • ପଞ୍ଜାବ ନିର୍ବାଚନ: ପଞ୍ଜାବ ପାଇଁ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା, ମୁଖ୍ୟମନ୍ତ୍ରୀ ଚେହେରା ହେଲେ ଭାଗୱତ ମାନ୍
  • ||
  • ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଲାଗି ବଡ଼ ଘୋଷଣା, ଡ୍ୟୁଟିରେ ଥାଇ ମୃତ୍ୟୁ ହେଲେ ମିଳିବ ୩୦ଲକ୍ଷ ଅନୁକୁମ୍ପା
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ୮୦ ହଜାର ଟପିଲା ଆକ୍ଟିଭ କେସ୍, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୧,୦୮୬ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ଵର : ଏଟିଏମ୍‌ରୁ ଲୁଟ୍ ଉଦ୍ୟମ ବେଳେ ଧରାପଡ଼ିଲେ ୨ ଯୁବକ, ଗ୍ୟାସ୍ କଟର ମେସିନ୍ ଜବତ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗାଏବ ହେବ ଶୀତ, ୨ ଦିନ ଘନ କୁହୁଡ଼ି, ୨୩ରୁ ବର୍ଷା ସମ୍ଭାବନା
  • ||
  • କଣ୍ଟାବାଞ୍ଜି : ବାଇକ୍ ଦୁର୍ଘଟଣାଗ୍ରସ୍ତ, ୨ ବାଇକ୍ ଆରୋହୀ ମୃତ
  • ||
  • ଚେନ୍ନାଇ : ୧୮ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଛେଦ ପକାଇଲେ ସାଉଥ୍ ସୁପରଷ୍ଟାର ଧନୁଷ-ଐଶ୍ଵର୍ଯ୍ୟା, ଟ୍ଵିଟ୍ କରି ଦେଲେ ସୂଚନା
  • ||
  • ଲମତାପୁଟ : ପିକଅପ୍ ଭ୍ୟାନ୍‌ରୁ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ
  • ||

କରୋନା ଟିକା : ‘ଆରୋଗ୍ୟ ସେତୁ’ରେ ଟିକାକରଣ ଷ୍ଟାଟସ୍‌ ହୋଇପାରିବ ଅପଡେଟ୍‌

ନୂଆଦିଲ୍ଲୀ ୨।୬: ଆରୋଗ୍ୟ ସେତୁ ହେଉଛି କୋଭିଡ଼-୧୯ ଭୂତାଣୁ ଟ୍ରାକିଂ ସମ୍ପର୍କିତ ଏକ ମୋବାଇଲ ଆପ୍ଲିକେସନ। ଏହା ଭାରତୀୟ ନ୍ୟାସନାଲ ଇମଫର୍ମାଟିକ୍ସ ସେଣ୍ଟର ଦ୍ବାରା ତିଆରି କରାଯାଇଥିଲା। ଲୋକଙ୍କ ସୁବିଧା ଅନୁସାରେ ଆଇଟି ଏବଂ ଇଲେକ୍ଟ୍ରୋନିକ ମନ୍ତ୍ରାଳୟ କରୋନା ସହିତ ଜଡ଼ିତ ସରକାରୀ ଆପ୍‌ରେ ଅପଡେଟ କରିଥାଏ। ବର୍ତ୍ତମାନ କେହି ବି ଆରୋଗ୍ୟ ସେତୁ ଆପରୁ କରୋନା ଟୀକାକରଣର ଷ୍ଟାଟସ୍ ବା ସ୍ଥିତି ମଧ୍ୟ ଜାଣିପାରିବେ। ଯେଉଁ ଲୋକମାନେ ଟୀକାକରଣର ଉଭୟ ଡୋଜ ନେଇସାରିଛନ୍ତି, ସେମାନଙ୍କୁ ଆପର ମୂଳପୃଷ୍ଠା (ହୋମ୍‌ ପେଜ୍‌)ରେ ଏକ ନୀଳ ଶିଲ୍ଡ ମିଳିବ। ଆରୋଗ୍ୟ ସେତୁର ଉପଭୋକ୍ତା ଏବଂ ଦୁଇଟି ନୀଳ ଟିକ୍ ସହିତ ଏହି ନୀଳ ଶିଲ୍ଡ ଦେଖାଯିବ।

ଏହି ସୁବିଧା ଲୋକମାନେ ଟୀକାର ଦ୍ବିତୀୟ ଡୋଜର ୧୪ଦିନ ପରେ ହିଁ ଦେଖିପାରିବେ । ଯେକୌଣସି ଉପଭୋକ୍ତା ତାଙ୍କ ମୋବାଇଲରେ ଟୀକାକରଣ ସ୍ଥିତିକୁ ଅପଡେଟ୍ କରିପାରିବେ। ସରକାରଙ୍କ ଅନୁଯାୟୀ, ଏହି ସୁବିଧା କୌଣସି ସ୍ଥାନକୁ ଯାତ୍ରା କରିବା ସମୟରେ ଟୀକାକରଣର ସ୍ଥିତିକୁ ଯାଞ୍ଚ କରିବା ସହଜ କରିଦେବ। ଟ୍ୱିଟରେ ଏହା କୁହାଯାଇଛି ଯେ ବର୍ତ୍ତମାନ ଆପଣଙ୍କର ଟୀକାକରଣ ସ୍ଥିତି ଆରୋଗ୍ୟ ସେତୁରେ ଅପଡେଟ୍ କରାଯାଇପାରିବ।