କରୋନା ଟିକା ଆସିବାର ତିନିରୁ ୪ ସପ୍ତାହ ମଧ୍ୟରେ ସମସ୍ତଙ୍କୁ ଟିକା ଦେବେ ଏହି ରାଜ୍ୟର ସରକାର

ନୂଆଦିଲ୍ଲୀ- ଏବେ କରୋନା ଟିକାର ପରୀକ୍ଷଣ ଦେଶରେ ଅନ୍ତିମ ପର୍ଯ୍ୟାୟରେ ରହିଛି । ଦେଶର ଲୋକଙ୍କୁ ସୁରକ୍ଷିତ ଟିକା ଦେବା ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । କୋଲ୍ଡ ଷ୍ଟୋରେଜ୍‌ ପାଇଁ ସମସ୍ତ ରାଜ୍ୟ ସରକାରଙ୍କୁ ପ୍ରସ୍ତୁତ ରହିବା ପାଇଁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ତେବେ ଏହା ଭିତରେ ଦିଲ୍ଲୀ ସରକାର ଏକ ବଡ ଘୋଷଣା କରିଛନ୍ତି। କରୋନା ଟିକା ଲଞ୍ଚ୍‌ ହେବାର ତିନିରୁ ୪ ସପ୍ତାହ ମଧ୍ୟରେ ଦିଲ୍ଲାର ସମସ୍ତ ନାଗରିକଙ୍କୁ ଟିକା ପ୍ରଦାନ କରାଯିବ ବୋଲି ଦିଲ୍ଲୀ ସରକାର ଘୋଷଣା କରିଛନ୍ତି । ଦିଲ୍ଲୀ ସରକାରଙ୍କ ନିକଟରେ ପର୍ଯ୍ୟାପ୍ତ ସାଧନ ଅଛି । ସମସ୍ତ କଲୋନୀ ପଲି କ୍ଲିନିକକୁ ମଧ୍ୟ ଟିକା ଯୋଗାଇ ଦିଆଯିବ ବୋଲି ଦିଲ୍ଲୀସରକାର ଘୋଷଣା କରିଛନ୍ତି ।

ଯେତେ ଶୀଘ୍ର ହେବ ଜରୁରୀ ଥିବା ଲୋକଙ୍କ ନିକଟରେ ଟିକା ପହଞ୍ଚି ଯିବ । ଦିଲ୍ଲୀରେ ଦ୍ୱିତୀୟ ପର୍ଯ୍ୟାୟ କୋରନା ସଂକ୍ରମଣ ଆରମ୍ଭ ହୋଇଛି । ତେବେ ନଭେମ୍ବର ମାସ ପ୍ରାରମ୍ଭରେ ଯେତିକି ସଂକ୍ରମଣ ଥିଲା ତାହା ହ୍ରାସ ପାଇଛି ।

ତେବେ ଦିଲ୍ଲୀକୁ ଏବେ କୃଷକମାନେ ଆନ୍ଦୋଳନ ପାଇଁ ଆସିଛନ୍ତି । ସେମାନଙ୍କୁ ରହିବା ଖାଇବା, ଶୌଚାଳୟ ସହ ସମସ୍ତ ସୁବିଧା ଯୋଗାଇ ଦେବେ ବୋଲି ଦିଲ୍ଲୀ ସରକାର କହିଛନ୍ତି। ଦିଲ୍ଲୀ ସରକାର କୃଷକମାନଙ୍କ ଆନ୍ଦୋଳନକୁ ସମର୍ଥନ କରୁଥିବା କଥା କହିଛନ୍ତି । ଏଥିରେ ଦେଶର ଅନ୍ନଦାତାଙ୍କ ସ୍ୱାର୍ଥ୍ୟ ନିହିତ ରହିଛି । ତାଙ୍କର ଦାବି ଯଥାର୍ଥ ବୋଲି କହିଛନ୍ତି ।