
ନୂଆଦିଲ୍ଲୀ,୪।୧୨: ଦେଶର ପ୍ରତ୍ୟେକ ବ୍ୟକ୍ତିକୁ କରୋନା ଭ୍ୟାକସିନ୍ ଲଗାଯିବା ଦରକାର ନାହିଁ ବୋଲି ଗତ ମଙ୍ଗଳବାର କେନ୍ଦ୍ର ସରକାର ପକ୍ଷରୁ କୁହାଯାଇଥିଲା। ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି, ସାରା ଦେଶର ଜନସଂଖ୍ୟାକୁ କୋଭିଡ୍-୧୯ ଟୀକା ଲଗାଇବା ନେଇ କେବେ କୌଣସି ଆଲୋଚନା ହୋଇନାହିଁ। ମୁଁ ଏହା ସ୍ପଷ୍ଟ କରିବାକୁ ଚାହେଁ ସରକାର ପୁରା ଦେଶରେ ଜନସଂଖ୍ୟାକୁ ଟିକା ଦେବା ନେଇ କେବେ କହିନାହାନ୍ତି। ଏହି ପ୍ରସଙ୍ଗ ନେଇ ପ୍ରମୁଖ ଚିକିତ୍ସା ବୈଜ୍ଞାନିକ ଡକ୍ଟର ଗଗନଦୀପ କାଙ୍ଗ ଗୁରୁବାର କହିଛନ୍ତି, ଏର୍ପ୍ୟନ୍ତ ଏହା ଠିକ୍ ହୋଇପାରି ନାହଁ ଯେ, କ’ଣ ପୂର୍ବରୁ ସଂକ୍ରମିତ ଲୋକଙ୍କୁ ଟୀକା ଲଗାଯିବ କିମ୍ବା ପ୍ରାଥମିକତା ସୂଚୀରେ ଯିଏ ନାହାନ୍ତି ତାଙ୍କୁ ଟିକା ଲଗାଯିବା କି ନାହିଁ ତାହା ସ୍ପଷ୍ଟ ହୋଇପାରିନି।
ସିଇପିଆଇ(Coalition for Epidemic Preparedness Innovations)ର ଭାଇରସ୍ ଚେୟାର ପର୍ସନ ଡକ୍ଟର କାଙ୍ଗ ଟୀକାର ପ୍ରଭାବ ବିଷୟରେ ମଧ୍ୟ କହିଛନ୍ତି। ଡବ୍ଳୁଏଚଓର କୋଭିଡ୍-୧୯ ଭ୍ୟାକସିନ୍ ପାଇଁ ୫୦% ପ୍ରଭାବର ସୀମା ନେଇ ସେ କହିଛନ୍ତି, ଯଦି ଗୋଟିଏ ଭ୍ୟାକସିନ୍ ୫୦% ପ୍ରଭାବିତ କରେ ତେବେ ଏହାଦ୍ବାରା ମହାମାରୀକୁ ନିୟନ୍ତ୍ରିତ କରିପାରିବ। ସେ କହିଛନ୍ତି, କୌଣସି ଟିକା ୧୦୦% ପ୍ରଭାବଶାଳୀ ନୁହେଁ, କିନ୍ତୁ ଡବ୍ଳୁଏଚଓ ଦ୍ବାରା ୫୦%ର ସୀମା ଧାର୍ଯ୍ୟ କରାଯାଇଚି। ବହୁ ଲୋକ ପ୍ରଶ୍ନ ଉଠାଉଛନ୍ତି, କ’ଣ ଭ୍ୟାକସିନ୍ ଲଗାଇବାରେ କୌଣସି ଲଭ ରହିଛି? କାଙ୍ଗ କହିଛନ୍ତି, ଯଦି କୌଣସି ଭ୍ୟାକସିନ୍ ୫୦୫ ପ୍ରଭାବଶାଳୀ ତେବେ ତଥାପି ମଧ୍ୟ ତାକୁ ମହାମାରୀ ନିୟନ୍ତ୍ରଣରେ ସଫଳତା ମିଳିବ।