ଆଜି ପ୍ରେମ ଦିବସ: ପ୍ରେମୀ ଯୁଗଳଙ୍କୁ ଜଗିବେ ୫ ପ୍ଲାଟୁନ୍‌ ପୁଲିସ୍‌ ଫୋର୍ସ, ବିରୋଧ କରିବ କଳିଙ୍ଗ ସେନା

ଭୁବନେଶ୍ୱର,୧୩ ।୨(ବ୍ୟୁରୋ): ୭ ଦିନର ଅନ୍ତ ଘଟିଛି । ପ୍ରେମୀଯୁଗଳ ଧୁମ୍‌ଧାମ୍‌ରେ ଭାଲେଣ୍ଟାଇନ ଡେ’ ବା ପ୍ରେମ ଦିବସକୁ ପାଳନ କରିବାକୁ ଅପେକ୍ଷା କରିଛନ୍ତି । ତେବେ ଏହି ଦିବସକୁ ବିରୋଧ କରିବାକୁ କିଛି ସଙ୍ଗଠନ ଅଣ୍ଟା ଭିଡ଼ିଛନ୍ତି । ତେବେ କାଳେ କୌଣସି ବିଶୃଙ୍ଖଳା ଘଟିବ, ସେ ନେଇ ପୁଲିସ୍‌ ମଧ୍ୟ ସଜାଗ ରହିଛି । ରାଜଧାନୀର ବିଭିନ୍ନ ଅଞ୍ଚଳରେ ୫ ପ୍ଲାଟୁନ୍‌ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଛି । ସକାଳରୁ ରାତି ପର୍ଯ୍ୟନ୍ତ ବିଭିନ୍ନ ପାର୍କ, ସପିଙ୍ଗ୍‌ ମଲ୍‌, ସିନେମା ହଲ୍‌, ରେସ୍ତୋରାଁ, ସାଇବର କାଫେ ଆଦି ସ୍ଥାନରେ ମୁତୟନ ହେବେ ବୋଲି ଡିସିପି କହିଛନ୍ତି । ତା’ଛଡା ସବୁ ଥାନା ଅଧିକାରୀମାନଙ୍କୁ ସଜାଗ ରହିବା ପାଇଁ ଡିସିପି ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟ ପକ୍ଷରେ ଯଦି କୌଣସି ସଙ୍ଗଠନ ନାଁରେ କିଛି ଅଭିଯୋଗ ଆସେ ତା’ହେଲେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେପଟେ ଚଳିତ ବର୍ଷ ପ୍ରେମ ଦିବସକୁ କେବଳ କଳିଙ୍ଗ ସେନାକୁ ବାଦ ଦେଲେ ଅନ୍ୟ କୌଣସି ସଙ୍ଗଠନ ବିରୋଧ କରିବ ନାହିଁ ବୋଲି ଜଣାପଡିଛି ।

   ସମ୍ବନ୍ଧିତ ଖବର


ରାମାୟଣ ଏବଂ ଜୀବନ ମନ୍ତ୍ର: ସୁଖୀ ଜୀବନଯାପନ ପାଇଁ ରାମାୟଣରୁ ଶିଖନ୍ତୁ ଏହି ୫ଟି କଥା …

କରୋନା ବିରୋଧୀ ଲଢ଼େଇ ପାଇଁ ନାଲ୍‌କୋ ଦେଲା ୧୦.୨ କୋଟି ସହାୟତା

ସିଲ୍‌ ଅଞ୍ଚଳରେ ମୋବାଇଲ୍‌ ଏଟିଏମ୍‌, ମିଲ୍କ ଭ୍ୟାନ୍‌

ସିପିଙ୍କୁ ଟ୍ୱିଟ୍‌ କରିବା ପଡିଲା ମହଙ୍ଗା, ‘ମିଛୁଆ ରାଧୁଆ’ ଆଖ୍ୟା ପାଇଲେ ଯୁବକ