ସରିଲା ପ୍ରେମ ସପ୍ତାହ: ଲୁଚାଛପାରେ କିଣିଲେ ଉପହାର

ଭୁବନେଶ୍ୱର ୧୪/୨: ଗତ ୭ ତାରିଖରୁ ଆରମ୍ଭ ହୋଇଥିବା ପ୍ରେମ ସପ୍ତାହର ବିଭିନ୍ନ ସୋପାନ ଯଥା ରୋଜ୍‌ ଡେ, ପ୍ରପୋଜ୍‌ ଡେ, ଚକୋଲେଟ୍‌ ଡେ, ଟେଡ୍ଡି ଡେ, ପ୍ରୋମିଜ୍‌ ଡେ, ହଗ୍‌ ଡେ, କିସ୍‌ ଡେ ସରିଥିବା ବେଳେ ଶୁକ୍ରବାର ପଡିଛି ଭାଲେଟାଇନ୍ସ ଡେ’ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । କିଏ ଗିଫ୍ଟ ଓ କାର୍ଡରେ କାମ ଚଳାଇ ଦେବା ପାଇଁ ଯୋଜନା କରୁଛି ତ ଆଉ କିଏ ସରପ୍ରାଇଜ୍‌ ପ୍ଲାନିଂ କରି ନିଜ ପ୍ରେମିକ ଓ ପ୍ରେମିକାକୁ ଖୁସି କରିବାପାଇଁ ଇଛା ରଖିଛି । ତା ସହିତ ପାର୍କ, ସିନେମା, କାଣ୍ଡେଲ୍‌ ନାଇଟ୍‌ ଡିନର, ରୋମାଣ୍ଟିକ ଡ୍ରାଇଭ୍‌ କରିବା ପାଇଁ ଯୋଜନା କରିଛନ୍ତି । ନିଜର ମନର ମଣିଷଙ୍କୁ ଉପହାର ଦେବା ପାଇଁ କାହାକୁ କିଛି ନଜଣାଇ ଉପହାର ଆଜି କିଣିଥିଲେ । ପ୍ରେମିକମାନେ ତାଙ୍କର ମନର ମାନସୀକୁ କିଭଳି ନଜଣାଇ ଭଳିକି ଭଳି ଟେଡ୍ଡୀ ବିୟର, କପୁଲ୍‌ ଫଟୋ ପ୍ରେମ୍‌, କପୁଲ ମୂର୍ତ୍ତି, ଲଭ୍‌ ପାନ ପତର, କାର୍ଡ କିଣିବା ପାଇଁ ଗିଫ୍ଟ ସେଣ୍ଟରରେ ଲାଗିଥିଲା ଗହଳି । ସେହିଭଳି ପ୍ରେମିକାମାନେ ତାଙ୍କ ପ୍ରେମିକ ପାଇଁ ମନଲୋଭା ପରଫ୍ୟୁମ୍‌, ବ୍ରାସଲେଟ୍‌, ମନିପ୍ରସ, ପାନ ପତର ଚାବିରିଙ୍ଗ୍‌ ଉପହାର ମଧ୍ୟ କିଣୁଥିବାର ଦେଖିବାକୁ ମିଳିଥିଲା । ଯାହା ଭାଲେଟାଇନ୍ସ ଡେ ରେ ଦେବା ପାଇଁ ରଖିଛନ୍ତି । ଟେଡ୍ଡୀର ଦର ୫୦୦ ଟଙ୍କାରୁ ଆରମ୍ଭ କରି ୨ ହଜାର ଟଙ୍କା ଥିବା ବେଳେ କାର୍ଡର ଦାମ୍‌ ୨୦୦ ଟଙ୍କାରୁ ଆରମ୍ଭ କରି ୩ ହଜାର ଟଙ୍କାରେ ବିକ୍ରି ହେଉଛି । ଏନେଇ ଏକ ଘରୋଇ କଲେଜର ପଢୁଥିବା ମଧୁସ୍ମିତା ପ୍ରଧାନ କୁହନ୍ତି ଏହି ଦିନ ପାଇଁ ଆମେ ବର୍ଷେ ପୂର୍ବରୁ ଅପେକ୍ଷା କରିଥିଲୁ । ଦେଖାହେବା ପରେ ଆମେ କେକ୍‌ କାଟି ସେଲିବ୍ରେସନ କରିବୁ । ଭୁବନେଶ୍ୱର ଆମ ପାଇଁ ସୁରକ୍ଷିତ ନଥିବାରୁ ବାହାରକୁ ଯିବା ପାଇଁ ପ୍ଲାନିଂ ରଖିଛୁ ।

ଗୋଲାପ ଦର ଆକାଶ ଛୁଆଁ
ଭାଲେଟାଇନ୍ସ ଡେ’କୁ ଦୃଷ୍ଟିରେ ରଖି ରାଜଧାନୀରେ ବିଭିନ୍ନ ଫୁଲ ଦୋକାନରେ ଗୋଲାପ ଫୁଲର ପସରା ମେଲିଛି । ପ୍ରେମର ପ୍ରତୀକ କୁହା ଯାଉଥିବା ନାଲି ଗୋଲାପର ଚାହିଦା ଅଧିକ ରହିଛି । ଗୋଟିଏ ଗୋଲାପର ଦାମ ୩୦ ଟଙ୍କା ରହିଥିବା ବେଳେ ରୋଜ୍‌ ବୁକେ ର ଅଲଗା ଅଲଗା ଦର ରହିଛି । ଏନେଇ ଷ୍ଟୁଆର୍ଟ ଛକରେ ଫୁଲ ବ୍ୟବସାୟ କରୁଥିବା ଶିବ ପ୍ରସାଦ କର କୁହନ୍ତି ପ୍ରେମୀ ଯୁଗଳଙ୍କ ଚାହିଦାକୁ ଦେଖି ଆମେ ନାଲି ଗୋଲାପର ଦର ୩୦ ଟଙ୍କାରୁ ଆରମ୍ଭ କରି ୨୫୦୦ ଟଙ୍କା ପର୍ଯ୍ୟନ୍ତ ରଖିଛୁ । ସେହିଭଳି ଗୋଲପୀ ଗୋଲାପ, ଧଳା ଗୋଲାପ,ହଳଦିଆ ଗୋଲାପର ଦର ୨୦ ଟଙ୍କା ରଖିଛୁ । ଏଥିପାଇଁ ଆଗୁଆ ରାଏପୁରରୁ ଗୋଲପ ମଗାଇଛୁ । ଭଲ ବେପାର ହେବ ବୋଲି ଆଶା ରଖିଛୁ ।

ସୁରକ୍ଷିତ ନୁହେଁ ରାଜଧାନୀ
ଭାଲେଟାଇନ୍ସ ଡେରେ ପ୍ରେମୀଯୁଗଳଙ୍କ ପାଇଁ ରାଜଧାନୀ ସୁରକ୍ଷିତ ନଥିବା ପୂର୍ବରୁ ରେକର୍ଡ ରହିଛି । କେତେବେଳେ କଳିଙ୍ଗ ସେନା କିମ୍ବା ବଜରଙ୍ଗୀ ଦଳର କର୍ମୀମାନେ ପ୍ରେମୀଯୁଗଳମାନଙ୍କୁ ଅସହ୍ୟ କରିଦେଇଛନ୍ତି ତ ଆଉ କେତେବେଳେ ଅନ୍ୟ ସାମାଜିକ କର୍ମୀମାନେ ଏହାକୁ ପାଶ୍ଚାତ୍ୟ ସଭ୍ୟତା କହି ବିରୋଧ କରିଛନ୍ତି । ସେଥିପାଇଁ ପ୍ରେମୀଯୁଗଳମାନେ ସହର ବାହରକୁ ଯିବା ପାଇଁ ପ୍ଲାନିଂ କରିଛନ୍ତି । କିଏ ପୁରୀ ଯିବା ପାଇଁ ଯୋଜନା କରିଛି ତ ଆଉ କିଏ ଓଡ଼ିଶା ବାହରକୁ । ଚଳିତ ବର୍ଷ କଳିଙ୍ଗ ସେନା ଭାଲେଟାଇନ୍ସ ଡେକୁ ବିରୋଧ କରିବା ପାଇଁ ଚେତାବନୀ ଦେଇଛି । ଯିଏ ପାର୍କ କିମ୍ବା ସପିଂ ମଲରେ ଅସଞ୍ଜତ ଅବସ୍ଥାରେ ଧରାପଡ଼ିବ ସେମାନଙ୍କୁ ପରିବାର ଡକାଇ ବିବାହ କରିବା ପାଇଁ ଚେତାବନୀ ଦେଇଛି ।

   ସମ୍ବନ୍ଧିତ ଖବର


ରାୟ ସପକ୍ଷରେ ନଆସିବାରୁ ବିଚାରପତିଙ୍କୁ ଓକିଲଙ୍କ ଅଭିଶାପ: ‘ତୋତେ କରୋନା ହୋଇଯାଉ’

କରୋନା ସଙ୍କଟ ମଧ୍ୟରେ ଆଉ ଏକ ବଡ ସମସ୍ୟାରେ ପଡିଲା ପାକିସ୍ତାନ

କରୋନା ଯୋଗୁଁ ମହଙ୍ଗା ହେବ ଟିଭି-ଫ୍ରିଜ୍ ସମେତ ଏହି ସବୁ ସାମଗ୍ରୀ

କରୋନା ଭାଇରସ୍: କ୍ୱାରେଣ୍ଟାଇନ ସେଣ୍ଟର ରୁମ୍ ସାମ୍ନାରେ ମଳତ୍ୟାଗ କରି ଅଡ଼ୁଆରେ ତବଲିଗ ଜମାଟ୍ ସଦସ୍ୟ, ମାମଲା ରୁଜୁ