ବାରାଣସୀରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ପ୍ରିୟଙ୍କା ଗାନ୍ଧୀ ନୁହେଁ, ନିର୍ବାଚନ ଲଢ଼ିବେ ଅଜୟ ରାୟ

ଉତ୍ତରପ୍ରଦେଶର ସବୁଠୁ ହାଇପ୍ରୋଫାଇଲ ଲୋକସଭା ଆସନ ବାରାଣସୀରୁ କଂଗ୍ରେସ ନିଜ ପ୍ରାର୍ଥୀ ଘୋଷଣା କରିଛି। ବାରାଣସୀରୁ ପ୍ରିୟଙ୍କା ଗାନ୍ଧୀଙ୍କ ନିର୍ବାଚନ ଲଢ଼ିବା କଥା ଶୁଣାଯାଉଥିବାବେଳେ କଂଗ୍ରେସ ସମସ୍ତଙ୍କୁ ଆଶ୍ଚଯ୍ୟ କଲାଭଳି କାମ କରିଛି। ଏଥର ଅଜୟ ରାୟଙ୍କ ଉପରେ ଭରଷା କରିଛି କଂଗ୍ରେସ। ଏମିତିରେ ଏବେ ବାରାଣସୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାମ୍ନାରେ କଂଗ୍ରେସର ଅଜୟ ରାୟ ନିର୍ବାଚନୀ ପଡ଼ିଆରେ ଠିଆ ହେବେ। ଅଜୟ ରାୟ ୨୦୧୪ ମସିହାରେ ମଧ୍ୟ ମୋଦୀଙ୍କ ବିରୋଧରେ ନିର୍ବାଚନ ଲଢ଼ିଥିଲେ ଏବଂ ୭୫ହଜାର ଭୋଟ୍ ପାଇଥିବାବେଳେ ତୃତୀୟ ନମ୍ବରରେ ରହିଥିଲେ।

ଟିକଟ ମିଳିବା ପରେ ଅଜୟ ରାୟ କହିଛନ୍ତି, ମୁଁ ଜନତାଙ୍କୁ କେବେ ମିଛ କହିନାହିଁ। ବାରାଣସୀର ଜନତା ବିଜେପିକୁ ଜବାବ୍ ଦେବେ। ପୁର୍ବରୁ ଖବର ମିଳିଥିଲା କି, ପ୍ରିୟଙ୍କା ଗାନ୍ଧୀ ବାରାଣସୀରୁ ନିର୍ବାଚନ ଲଢ଼ିବେ କିନ୍ତୁ ମୋତେ ଏବେ ସୂଚନା ମିଳିଛି କି, ଏହି ସ୍ଥାନରୁ ମୋତେ ହିଁ ଲଢ଼ିବାକୁ କୁହାଯାଇଛି।

ଏଥିରେ ଉଲ୍ଲେଖ ଅଛି ଯେ, ବାରାଣସୀ ଆସନରୁ ବିଜେପି ତରଫରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କଂଗ୍ରେସ ତରଫରୁ ଅଜୟ ରାୟ ଏବଂ ସବପା-ବସପା ମେଣ୍ଟ ତରଫରୁ ସପା ସାଲିନୀ ଯାଦବଙ୍କୁ ଏଥର ଦେଇଛି।