ମହିଳାଙ୍କୁ ସୁରକ୍ଷା ପାଇଁ ସ୍ମାର୍ଟ ଛୁରି ଉଦ୍ଭାବନ କଲେ ଶାଲିନି ଓ ଦୀକ୍ଷା: ବିପଦ ସମୟରେ ସିମ୍‌ କାର୍ଡଯୁକ୍ତ ଛୁରିରେ ୩ଜଣଙ୍କୁ ପଠାଇବ ଲୋକେସନ୍

ନୂଆଦିଲ୍ଲୀ ୧୮/୧୦: ମହିଳାଙ୍କ ଉପରେ ଦିନକୁ ଦିନ ବଢୁଥିବା ଅପରାଧକୁ ନଜରରେ ରଖି ବାରାଣସୀର ଦୁଇ ଝିଅ ଶାଲିନି ଓ ଦୀକ୍ଷା ଏକ ସ୍ମାର୍ଟ ଛୁରି ଉଦ୍ଭାବନ କରିଛନ୍ତି । ଉଭୟ ବାରାଣସୀର ଅଶୋକା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ କମ୍ପ୍ୟୁଟର ସାଇନ୍ସର ଛାତ୍ରୀ । ଇନ୍‌ଷ୍ଟିଚ୍ୟୁଟ୍‌ର ରିସର୍ଚ୍ଚ ଆଣ୍ଡ ଡେଭ୍‌ଲପ୍‌ମେଣ୍ଟ ସେଲ୍‌ ଅଧିକାରୀ ଶ୍ୟାମ ଚୌରାସିଆଙ୍କ ତତ୍ତ୍ୱାବଧାନରେ ସେମାନେ ଏହି ଆତ୍ମରକ୍ଷା ଡିଭାଇସ୍‌ ଉଦ୍ଭାବନ କରିଛନ୍ତି ।

ଛୁରିଟି ମହିଳାଙ୍କ ସୁରକ୍ଷା ନିମନ୍ତେ କେବଳ ଏକ ଅସ୍ତ୍ର ରୂପେ କାର୍ଯ୍ୟ କରିବ ତାହା ନୁହେଁ, ବରଂ ସେମାନଙ୍କ ସହ ଘଟୁଥିବା ଘଟଣା ବିଷୟରେ ପ୍ରିୟଜନଙ୍କୁ ସତର୍କ ମଧ୍ୟ କରାଇଦେବ । ଏହା ଏକ ସାଧାରଣ ଛୁରି ନୁହେଁ ବୋଲି ଶାଲିନି ଓ ଦୀକ୍ଷା କହିଛନ୍ତି । ଏଥିରେ ଏକ ସିମ୍‌ କାର୍ଡ ଇନ୍‌ଷ୍ଟଲ କରାଯାଇଛି, ଯାହା ଦୁଷ୍କର୍ମକାରୀଠାରୁ ବିପଦରେ ଥିବା ମହିଳାଙ୍କୁ ରକ୍ଷା କରିବ ।

ଷ୍ଟିଲ୍‌ର ଏହି ଛୁରିର ଓଜନ ମାତ୍ର ୭୦ ଗ୍ରାମ୍‌ । ଏକ ବଡ଼ ଗହଣାରେ ଏହାକୁ ସଂଲଗ୍ନ କରାଯାଇଛି । ଏହି ପ୍ରୋଟୋଟାଇପ୍‌ ପ୍ରସ୍ତୁତ କରିବା ନିମନ୍ତେ ଦୁଇ ଛାତ୍ରୀଙ୍କୁ ୧ ମାସ ସମୟ ଲାଗିଥିଲା । ଏହାର ମୂଲ୍ୟ ସେମାନେ ୧୫୦୦ ଟଙ୍କା ରଖିଛନ୍ତି । ମହିଳା ଯେତେବେଳେ ଛୁରିଟିକୁ ବାହାର କରିବେ, ପୂର୍ବରୁ ସେଥିରେ ଫିଡ୍‌ ହୋଇଥିବା ୩ ନମ୍ବରକୁ କଲ୍‌ ସହିତ ଉକ୍ତ ସ୍ଥାନର ସମ୍ପୂର୍ଣ୍ଣ ବିବରଣୀ ଚାଲିଯିବ । ରେଡିଓ ଫ୍ରିକ୍ୱେନ୍ସି ଓ ବ୍ଲୁଟୁଥ୍‌ ଟେକ୍ନୋଲୋଜି ଆଧାରରେ ଡିଭାଇସ୍‌ଟି କାମ କରେ । ଛୁରିରେ ଏକ ଅତି କ୍ଷୁଦ୍ର ବଟନ୍‌ ରହିଛି । ବିପଦ ସମୟରେ ବଟନ୍‌କୁ ଦବାଇବା ମାତ୍ରେ ତାହା ରେଡିଓ ଫ୍ରିକ୍ୱେନ୍ସି ଜରିଆରେ ମୋବାଇଲ ଫୋନ୍‌ ସହ ସଂଯୁକ୍ତ ହୋଇଥାଏ । ପୁଲିସ ଓ ପରିବାର ଲୋକେ ପହଞ୍ଚିବା ପର୍ଯ୍ୟନ୍ତ ମହିଳା ଜଣକ ଛୁରି ସାହାଯ୍ୟରେ ଆତ୍ମରକ୍ଷା କରିପାରିବେ ।

   ସମ୍ବନ୍ଧିତ ଖବର


ଛାତ୍ରବୃତ୍ତି ପୋର୍ଟାଲ ଓ ସୁମଙ୍ଗଳ ପୋର୍ଟାଲ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଉତ୍କଳୀୟ କଳା ଶୈଳୀ ଅନୁସାରେ ହେବ ଶ୍ରୀମନ୍ଦିର ଦ୍ୱାର ନିର୍ମାଣ କାର୍ଯ୍ୟ- ରୂପା ଛାଉଣୀ କାର୍ଯ୍ୟ ଆଗାମୀ ୧୦ ଦିନ ଭିତରେ ଆରମ୍ଭ ହେବ

ନଭେମ୍ବର ଏକ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ

ଆଇଫୋନ୍‌ ୟୁଜର୍ସଙ୍କୁ ଝଟକା, ଆପ୍ସ ପାଇଁ ଦେବାକୁ ପଡ଼ିବ ଅଧିକ ଟଙ୍କା

ଓଟିଭିର ଆଉ ଏକ ଜମି କେଳେଙ୍କାରୀ, ରାଜଧାନୀରେ ମାଡ଼ି ବସିଛି ୧୨ ହଜାର ବର୍ଗଫୁଟରୁ ଅଧିକ ଜାଗା

ସାଂଘାତିକ ଷଡଯନ୍ତ୍ର-ପ୍ରେମିକ ସହ ମିଶି ଛାଡପତ୍ର ପାଇଁ ପତିଙ୍କ ପ୍ରାଇଭେଟ୍‌ ପାର୍ଟ କାଟିବା ପାଇଁ ଚେଷ୍ଟା କରୁଥିଲେ ନବ ବିବାହିତା