PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର: ରେଳ ଲାଇନରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ନେଇ ସନ୍ଦେହ
  • ||
  • ବଲାଙ୍ଗୀର: କପଡ଼ା ବ୍ୟବସାୟୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ପରିବାର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ଲମତାପୁଟରେ ଅଟୋ ସହ ୨ କୁଇଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ରାଜ୍ୟରେ ସାମନ୍ୟ ହ୍ରାସ ପାଇଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୭୫୭ ଜଣ ପଜିଟିଭ, ୨୨ ଜୀବନ ନେଲା କରୋନା
  • ||
  • ଚୌଦ୍ଵାର : ଟ୍ରକକୁ ପଛ ପଟୁ ପିଟିଲା ସ୍କୁଟି, ମହିଳା ଗୁରୁତର
  • ||
  • ରେଙ୍ଗାଲି : ହାଇୱାରେ ପିଟିହେଲା କାର୍‌ : ମା’ ଝିଅ ମୃତ, ପୁଅ ଗୁରୁତର
  • ||
  • ଭୁବନେଶ୍ୱର : ଆଜି ବସିବ ସର୍ବଦଳୀୟ ବୈଠକ, କୋଭିଡ୍‌ ମୁକାବିଲା ପାଇଁ ସହଯୋଗ ଲୋଡ଼ିବେ ସରକାର
  • ||
  • ଭୁବନେଶ୍ୱର : ଆସନ୍ତା ୪ରୁ ୫ଦିନ ପାଗ ଶୁଖିଲା, ବଢ଼ିବ ତାତି, ଆଜି କାଁ ଭାଁ କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ସମ୍ଭାବନା
  • ||
  • ପୁରୀ : ଜୁନ ୧୫ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ, ପ୍ରଭାବିତ ହେବ ତିନିପର୍ବ
  • ||

ନିଆରା ବିବାହ : ବର କନ୍ୟା ପରସ୍ପର ବେକରେ ପିଆଜ-ରସୁଣ ମାଳ ପକାଇ ବାହା ହେଲେ ଆଉ ନେଲେ ସାତ ବଚନ

ବାରାଣସୀ ୧୪।୧୨: ଦେଶରେ ପିଆଜ ବୃଦ୍ଧି ନେଇ ଚାଲିଛି ପ୍ରତିବାଦ। ବିରୋଧୀ ଏହାକୁ ନେଇ ସରକାରଙ୍କୁ ନିଷାନା କରୁଥିବାବେଳେ ଲୋକମାନେ ମଧ୍ୟ ଭିନ୍ନ ଭିନ୍ନ ପ୍ରତିବାଦ କରୁଛନ୍ତି। ଏପରିକି ପିଆଜର ଦର ଅହେତୁକ ବୃଦ୍ଧି ନେଇ ଲୋକେ ଏବେ ପିଆଜ ଖାଇବା ମଧ୍ୟ ଛାଡ଼ିଦେଲେଣି। ତେବେ ଏହାରି ଭିତରେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି ତାହାକୁ ଆପଣ ବି ଦେଖିଲେ ପୁରା ଆଶ୍ଚର୍ଯ୍ୟ ହୋଇଯିବେ।     

ଉତ୍ତରପ୍ରଦେଶର ବାରାଣସୀରେ ଏକ ନିଆରା ଢ଼ଙ୍ଗରେ ବାହାଘର ସମ୍ପନ୍ନ ହୋଇଛି। ବର କନ୍ୟା ୭ ଫେରା ନେଇଥିବା ସମୟରେ ଜଣେ ଜଣଙ୍କ ବେକରେ ପିଆଝ ଓ ରସୁଣ ମାଳା ପକାଇ ବାହା ହୋଇଛନ୍ତି। ଉଭୟ ବର ଓ କନିଆ ପରସ୍ପରକୁ ପିଆଜ ଓ ରସୁଣର ମାଳ ପକାଇଛନ୍ତି। କେବଳ ସେତିକି ନୁହେଁ ବିବାହ ଉତ୍ସବରେ ଯୋଗ ଦେଇଥିବା ଅତିଥିମାନେ ମଧ୍ୟ ନବ ଦମ୍ପତିଙ୍କୁ ପିଆଜ ଉପହାର ଦେଇଛନ୍ତି।  

ସମାଜବାଦୀ ପାର୍ଟିର କମଲ ପଟେଲଙ୍କ କହିବାନୁସାରେ, ପିଆଜ ଦର ଏବେ ଆକାଶଛୁଆଁ । କହିବାକୁ ଗଲେ ସୁନା ଦର ସହ ସମାନ ହୋଇଯାଇଛି। ଏକ ମାସ ହୋଇଗଲାଣି ଏଭଳି ଚାଲୁଛି।ତେବେ ନବ ଦମ୍ପତିଙ୍କ ପାଇଁ ଏହା ହେଉଛି ଏକ ଐତିହାସିକ ଅବସର। ଯାହାକୁ ସେମାନେ ସାରା ଜୀବନ ମନେ ରଖିବେ।

ସମ୍ବନ୍ଧିତ ଖବର