PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ମୃତ୍ୟୁ ପରେ ପିପିଲି ଉପନିର୍ବାଚନ ନେଇ ସ୍ଥଗିତାଦେଶ ଜାରି କଲେ ପୁରୀ ଏଡିଏମ
  • ||
  • କଟକ: ମାତା ମଠ ନିକଟରେ ସିଲଭରସିଟି ବୋଟିଂ କ୍ଲବର ଭିଡିଓ କନଫରେନ୍ସିଂ ଜରିଆରେ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
  • ||
  • ବୌଦ୍ଧ: କାର୍ ଧକ୍କାରେ ବାଇକ ଚାଳକଙ୍କ ମୃତ୍ୟୁ
  • ||
  • ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ବାତିଲ, ଦ୍ବାଦଶ ଶ୍ରେଣୀ ପରୀକ୍ଷା ସ୍ଥଗିତ
  • ||
  • କର୍ଲାମୁଣ୍ଡା : କରୋନାରେ ଚାଲିଗଲା ଯୁବ ଶିକ୍ଷକଙ୍କ ଜୀବନ
  • ||
  • ତେଲକୋଇ: ଶାବକ ବାରହା ଢ଼ୁଡ ପୁଣି ନିଖୋଜ, ଗତ କିଛି ଦିନ ତଳେ ମାଆ କୁନ୍ତଳାଙ୍କ କୋଳକୁ ଫେରିଥିଲା
  • ||
  • ସମ୍ବଲପୁର: ଭିମସାରରେ ମୁଖ୍ୟ ସଚିବ ସୁରେଶ ମହାପାତ୍ର ଓ ସ୍ବାସ୍ଥ୍ୟ ସଚିବ ପ୍ରମୁଖଙ୍କ କୋଭିଡ ମୁକାବିଲା ସମୀକ୍ଷା, ବୁର୍ଲାରେ ମୋଟ୍ ୫୨୫ ଶଯ୍ୟା କୋଭିଡ ହସପିଟାଲ ହେବ ବୋଲି ଶ୍ରୀ ମହାପାତ୍ରଙ୍କ ସୂଚନା
  • ||
  • ନିଆଳି: ବାଲିକୁଦା ଜଙ୍ଗଲରୁ ମୃତଦେହ ଉଦ୍ଧାର, ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ, ୩ଦିନ ଧରି ଏହି ଯୁବକ ନିଖୋଜ ଥିଲେ
  • ||
  • ମେଲଚ୍ଛାମୁଣ୍ଡା : ହାତୀ ଆକ୍ରମଣରେ ଜଣେ ମୃତ
  • ||
  • ବୌଦ୍ଧ: ବୌଦ୍ଧ ଆଇ.ଟି.ଆଇ. ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟକୁ ଘେରିଲେ ଉତ୍ତ୍ୟକ୍ତ ଛାତ୍ରଛାତ୍ରୀ
  • ||
  • ସାଲେପୁର: ବିଦ୍ୟୁତଘାତରେ କେବୁଲ ଅପେରେଟର ମୃତ୍ୟୁ। ବିଦ୍ୟୁତ ଖୁଣ୍ଟରେ ଚଢ଼ି କେବୁଲ କାର୍ଯ୍ୟ କରୁଥିବା ବେଳେ ଅଘଟଣ
  • ||
  • ଭୁବନେଶ୍ଵର: ରମ୍‌ଜାନ୍ ଓ ପଣା ସଂକ୍ରାନ୍ତି ଉପରେ ବିଏମ୍‌ସିର କଟକଣା, ଖୁବଶୀଘ୍ର ଆସିବ ଏସ୍‌ଓପି
  • ||
  • ଜଳେଶ୍ୱର: ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତ ଦେହ ଠାବ
  • ||
  • ନୟାଗଡ଼: କଟକ ଅବକାରୀ ଗୋଇନ୍ଦା ବିଭାଗ ଦ୍ବାରା ୨କିଲୋ ୩୦୦ଗ୍ରାମ ଅଫିମ ଜବତ, ଜଣେ ଗିରଫ
  • ||
  • ପୁରୀ: ଶ୍ରୀମନ୍ଦିର ସହ ଜଡ଼ିତ ୨୩ଜଣ କରୋନା ପଜିଟିଭ୍ ଚିହ୍ନଟ : ସେବାୟତଙ୍କ ସମେତ ଏକାଧିକ କର୍ମଚାରୀ ସଂକ୍ରମିତ
  • ||
  • ଗଞ୍ଜାମ: ୭ ଦିନ ପାଇଁ ସମସ୍ତ ଧର୍ମାନୁଷ୍ଠାନ, ସର୍ବସାଧାରଣ ସ୍ଥାନ ଯଥା- ପାର୍କ ସମୁଦ୍ରକୂଳ ବନ୍ଦ ନିର୍ଦ୍ଦେଶ, ମେରୁ ଯାତ୍ରା ଓ ପଣା ସଂକ୍ରାନ୍ତି ସର୍ବସାଧାରଣରେ ମନା
  • ||
  • ମାଲକାନଗିରି: ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ପାପରମେଟଲା ଥାନା ଅନ୍ତର୍ଗତ ଜାମୁଝାଡୀ ଜଙ୍ଗଲରୁ ଅଚିହ୍ନା ଯୁବକର ମୃତଦେହ ଉଦ୍ଧାର
  • ||
  • କଳାହାଣ୍ଡି: ଜାଲ୍ ସାର୍ଟିଫିକେଟ୍ ଦେଇ ୨୫ ଶିକ୍ଷକ ବହିଷ୍କୃତ
  • ||
  • ଯାଜପୁର: ଡଙ୍କାରୀରେ ବଡ ଧରଣର ଚଢ଼ାଉ, କଳାପଥର ଗାଡି ଜବତ, ଏକାଧିକ ଲୁଟେରା ଗିରଫ
  • ||
  • ବୋଲଗଡ଼: ବାଇକ୍- ବୁଲେଟ ମୁଁହା ମୁଁହି ଧକ୍କା, ୨ ଗୁରୁତର
  • ||

କାଶୀ ବିଶ୍ବନାଥ ମନ୍ଦିର ପରିସରରେ ଥିବା ଜ୍ଞାନବ୍ୟାପି ମସଜିଦ୍ ଖନନ ପାଇଁ ପ୍ରତ୍ନତତ୍ତ୍ବ ବିଭାଗକୁ କୋର୍ଟଙ୍କ ନିର୍ଦ୍ଦେଶ…

ବାରଣାସୀ: ବାରଣାସୀର କାଶୀ ବିଶ୍ୱନାଥ ମନ୍ଦିର ପରିସରରେ ଥିବା ଜ୍ଞାନବ୍ୟାପି ମସ୍‌ଜିଦ ଖନନ ପାଇଁ ଏକ ସ୍ଥାନୀୟ କୋର୍ଟ(ଫାଷ୍ଟ ଟ୍ରାକ୍ କୋର୍ଟ)ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ବା ଏଏସଆଇକୁ ଅନୁମତି ଦେଇଛନ୍ତି । ଫାଷ୍ଟ ଟ୍ରାକ୍ କୋର୍ଟର ଜଜ୍ ଆଶୁତୋଷ ତିୱାରୀ କାଶୀ ବିଶ୍ୱନାଥ ମନ୍ଦିର ଜ୍ଞାନବ୍ୟାପି ମସଜିଦ ମାମଲାର ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସମ୍ବନ୍ଧରେ ଏହି ରାୟ ଦେଇଛନ୍ତି । ମନ୍ଦିର ପକ୍ଷରୁ ପକ୍ଷକାର ବିଜୟ ଶଙ୍କର ରାସ୍ତୋଗୀ ଏହି ଆଦେଶକୁ ଗ୍ରହଣ କରିଛନ୍ତି ଏବଂ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣକୁ ଅନୁମୋଦନ କରିଛନ୍ତି । ଏହି ଖନନ କାର୍ଯ୍ୟର ସମସ୍ତ ଖର୍ଚ୍ଚ ବହନ କରିବାକୁ କୋର୍ଟ ଉତ୍ତରପ୍ରଦେଶ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।  

ଏଠାରେ ସୂଚନା ଥାଉକି ଯେ  ୧୦ ଡିସେମ୍ବର ୨୦୧୯ ରୁ ବାରାଣାସୀର ଫାଷ୍ଟ ଟ୍ରାକ୍ କୋର୍ଟରେ ମନ୍ଦିର ପକ୍ଷରୁ ଏବଂ ମସଜିଦ ପକ୍ଷରୁରେ ପ୍ରତ୍ନତାତ୍ତ୍ୱିକ ସର୍ଭେ କରିବା ପାଇଁ ଫାଷ୍ଟ ଟ୍ରାକ କୋର୍ଟରେ ଏକ ଆବେଦନ ହୋଇଥିଲା । ଯେଉଁଥିରେ କୋର୍ଟ ଗୁରୁବାର ଏହି ଶୁଣାଣି କରି ମନ୍ଦିର ପକ୍ଷକୁ ଆଶ୍ବସ୍ତ ଦେବା ପାଇଁ କାର୍ଯ୍ୟ କରିଥିଲେ । ଏହି ନିଷ୍ପତ୍ତି ପରେ ମନ୍ଦିର ପକ୍ଷର ପକ୍ଷକାର କୋର୍ଟଙ୍କୁ ଧନ୍ୟବାଦ ଜଣାଇ କହିଛନ୍ତି ଯେ ଏହି ନିଷ୍ପତ୍ତି ଏକ ବଡ଼ ବିଜୟ ।

ତେବେ ଦାବି ହେଉଛି ଯେ କାଶୀ ବିଶ୍ୱନାଥ ମନ୍ଦିର ପ୍ରାୟ ୨୦୫୦ ବର୍ଷ ପୂର୍ବେ ମହାରାଜା ବିକ୍ରମଦିତ୍ୟଙ୍କ ଦ୍ୱାରା ନିର୍ମିତ ହୋଇଥିଲା । କିନ୍ତୁ ୧୬୬୪ ମସିହାରେ ମୋଗଲ ସମ୍ରାଟ ଔରଙ୍ଗଜେବ ମନ୍ଦିରକୁ ନଷ୍ଟ କରିଦେଇଥିଲେ । ମସଜିଦ ନିର୍ମାଣ ପାଇଁ ଏହାର ଅବଶିଷ୍ଟାଂଶ ବ୍ୟବହୃତ ହୋଇଥିବା ଦାବି କରାଯାଇଛି ଯାହା ମନ୍ଦିର ଜମିରେ ନିର୍ମିତ ଜ୍ଞାନବ୍ୟାପି ମସଜିଦ ଭାବରେ ଜଣାଶୁଣା । ମନ୍ଦିର ଜମିରୁ ମସଜିଦ ହଟାଇବା ଏବଂ ଏହାର ଅଧିକାରକୁ ମନ୍ଦିର ଟ୍ରଷ୍ଟକୁ ଫେରାଇ ଆଣିବା ପାଇଁ ଏକ ନିର୍ଦ୍ଦେଶନାମା ଜାରି କରିବାକୁ ଆବେଦନକାରୀ କୋର୍ଟଙ୍କୁ ଅନୁରୋଧ କରିଥିଲେ ।