ପିଆଜ ପାଇଁ ଲୋନ୍ ବ୍ୟବସ୍ଥା, ଏଠାରେ ଆଧାର କାର୍ଡ ବନ୍ଧକ ରଖି ବିକ୍ରି କରୁଛନ୍ତି ବ୍ୟବସାୟୀ

ବାରଣାସୀ, ୧|୧୨  ସାରାଦେଶରେ ପିଆଜ ଦର ବୃଦ୍ଧି ପାଇବାରେ ଲାଗିଛି । ଯାହାକୁ ନେଇ ମଧ୍ୟବିତ୍ତ ପରିବାର ଚିନ୍ତାରେ ପଡିଛନ୍ତି । ଏହା ମଧ୍ୟରେ ଉତ୍ତରପ୍ରଦେଶ ବାରଣାସୀରେ ସମାଜବାଦୀ ପାର୍ଟିର କିଛି କାର୍ଯ୍ୟକର୍ତାଙ୍କ ଦୋକାନରେ ପିଆଜ ଲୋନରେ ଦିଆଯାଉଛି । ଲୋନରେ ପିଆଜ ନେବାକୁ ହେଲେ ଦୋକାନୀ ପାଖରେ ଆଧାର କାର୍ଡ ବନ୍ଧକ ରଖିବାକୁ ପଡିଥାଏ ।

ପିଆଜର ଦାମ କମିବାର ନା ନେଉନାହିଁ । ଦେଶର ରାଜଧାନୀ ଦିଲ୍ଲୀରେ ଏବେ ପିଆଜ ଗତବର୍ଷ ତୁଳନାରେ ୪ ଗୁଣା ଅଧିକ ଦାମରେ ବିକ୍ରି ହେଉଛି । ଖାଉଟିମାନେ ଏତେ ଟଙ୍କାରେ ଏବେ ପିଆଜ କିଣିବାକୁ ଆଉ ମନ ବଳାଉନାହାନ୍ତି । ଏହା  ମଧ୍ୟରେ ବାରଣାସୀରୁ ଏକ ଅଜବ ଖବର ସାମ୍ନାକୁ ଆସୁଛି । ଏବେ ପିଆଜ କିଣିବା ପାଇଁ ଲୋନ ବ୍ୟବସ୍ଥା ଆରମ୍ଭ ହୋଇଥିବା ବାରଣାସୀରେ ଦେଖିବାକୁ ମିଳିଛି ।

ଏଠାରେ ସମାଜବାଦୀ ପାର୍ଟି ତରଫରୁ କିଛି ଦୋକାନ ଖୋଲାଯାଇଛି । ଏହାକୁ ଦଳର ଯୁବ କାର୍ଯ୍ୟକର୍ତା ପରିଚାଳନା କରୁଛନ୍ତି । ସେମାନେ ପିଆଜ ବିକ୍ରି କରିବା ସହ ଲୋନରେ ମଧ୍ୟ ପ୍ରଦାନ କରୁଛନ୍ତି । ଖାଉଟିମାନେ ନିଜର ଆଧାର କାର୍ଚକୁ ବନ୍ଧକ ରଖି ଏଠାରୁ ପିଆଜ କିଣିପାରିବେ ।

   ସମ୍ବନ୍ଧିତ ଖବର


ଅନ୍ତର୍ଜାତୀୟ ଉଡ଼ାଣ ଉପରେ କଟକଣା, ଡିସେମ୍ବର ୩୧ ଯାଏ ବିମାନ ସେବା ବନ୍ଦ

ଭାରତୀ ସିଂହଙ୍କୁ ଡ୍ରଗ୍ସ ଦେଉଥିବା ବ୍ୟକ୍ତି ଧରାପଡ଼ିଲା ! ଡେଲିଭରୀ ବୟ ସାଜି କରୁଥିବା ସପ୍ଲାଇ

ଲାଲୁ ଯାଦବଙ୍କ ସେବାଦାର ଇରଫାନ୍‌ ଅନସାରୀ ନିଖୋଜ ! ଅଡ଼ିଓ ଭାଇରାଲ ହେବା ପରଠୁ ଗାଏବ୍‌

ସେକ୍ସ ରାକେଟ୍‌ର ପର୍ଦ୍ଦାଫାସ୍ -ବାଂଲାଦେଶ ଓ ରୁଷ୍‌ରୁ ଆଣୁଥିଲା ଯୁବତୀଙ୍କୁ

ବ୍ୟାଙ୍କ ଆକାଉଣ୍ଟ ଓ ପାନ୍‌କୁ ଆଧାର ସହିତ ଲିଙ୍କ କଲେ ୟୁଜର୍ସଙ୍କୁ ସତରେ କ’ଣ ବିପଦ ? ଜାଣନ୍ତୁ…

୬ ଜଣ ଗର୍ଭବତୀ ମହିଳାଙ୍କୁ ନେଇ ବନ୍ଧୁଙ୍କ ବିବାହରେ ପହଞ୍ଚିଲେ ଯୁବକ ! କହିଲେ, ସେ ସବୁ ପିଲାର ବାପା