PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ : ବିଶିଷ୍ଟ ଗାନ୍ଧିବାଦୀ ଭଦ୍ରକ ମହାବିଦ୍ୟାଳୟର ପ୍ରାକ୍ତନ ଅଧକ୍ଷ ପ୍ରଫେସର ସନାତନ ମହାନ୍ତିଙ୍କ ପରଲୋକ
  • ||
  • ମାଲକାନଗିରି : ମାଲକାନଗିରି ମୋଟୁ ସୀମାନ୍ତ ୪ ରାଜ୍ୟ ପ୍ରବେଶ ଦ୍ୱାର ଚେକପୋଷ୍ଟ ପରିଦର୍ଶନ କଲେ ପୁଲିସ ମହାନିର୍ଦ୍ଦେଶକ ଅଭୟ, କୋଭିଡ ସ୍ଥିତି ଓ ମାଓ ସମୀକ୍ଷା କଲେ ପୁଲିସ ଡିଜି
  • ||
  • କପିଲାଭଟା : ପାରିବାରିକ କଳହରୁ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ
  • ||
  • ଓଡ଼ିଶା: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୮୦୫ ଜଣ କରୋନା ପଜିଟିଭ, ୨୧ ଜଣଙ୍କ ଜୀବନ ନେଲା ମହାମାରୀ
  • ||
  • ବାଲେଶ୍ଵର : ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା କାର୍, ୩ ମୃତ ୨ ଗୁରୁତର
  • ||
  • OJEE: ଜୁନ୍‌ ୧୫ ଯାଏ ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ, ଜୁନ୍‌ ୧୭ତାରିଖ ସୁଦ୍ଧା ଅନ୍‌ଲାଇନ୍‌ରେ ଫି’ଦାଖଲ କରିପାରିବେ
  • ||
  • ପୁରୀ:ଏ ବର୍ଷ ବି ବିନା ଭକ୍ତରେ ହେବ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା, କେବଳ ସେବାୟତ ଟାଣିବେ ରଥ
  • ||
  • ପୁରୀ: ଆଜି ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା, ମେ ୧୫ରୁ ଜୁନ୍‌ ୬ ଯାଏଁ ୧୪୪ ଧାରା ଜାରି
  • ||
  • ଚାଷୀ କୂଳ ପାଇଁ ଖୁସି ଖବର: ମେ’ ୩୧ରେ କେରଳ ଛୁଇଁବ ମୌସୁମୀ,ଜୁନ୍ ୧୦ରୁ ୧୨ ସୁଦ୍ଧା ଓଡ଼ିଶା
  • ||
  • ଆଜି ପବିତ୍ର ଅକ୍ଷୟ ତୃତୀୟା, ମାଟି ମା’କୁ ପୂଜା କରି ଚାଷ କାମ ଅନୁୁକୂଳ କରିବେ ଚଷା ପୁଅ
  • ||

ସାଇକେଲ୍ ମେକାନିକରୁ କଲେକ୍ଟର: ବାପାଙ୍କ ମୃତ୍ୟୁ ପରେ ଏମିତି ଥିଲା ଆଇଏଏସ୍ ବରୁଣଙ୍କ କାହାଣୀ

ମୁମ୍ବାଇ,୧୬।୧୨: ସଫଳ ହେବା ପାଇଁ ଦରକାର ଅଦମ୍ୟ ସାହସ ଓ ସାଧନା। ଯେତେ ବାଧାବିଘ୍ନ ଆସୁ ପଢେ ସମସ୍ୟା ସହ ଲଢିଲେ ଯାଇ ହାସଲ କରି ହୁଏ ସଫଳତା। ଯାହାକୁ ବାସ୍ତବତାରେ ପରିଣତ କରିଛନ୍ତି ବରୁଣ ବରନଓ୍ୱାଲ। ନାନା ବାଧାବିଘ୍ନର ପାହାଡ ଲଙ୍ଘି ସେ ପାଇଛନ୍ତି ସିଭିଲ ସର୍ଭିସ। ଏକ ମେକାନିକରୁ ଆଇଏସଏସ ହେବା କୌଣସି ଛୋଟ କଥା ନୁହେଁ। ଆସନ୍ତୁ ଜାଣିବା କିପରି ଥିଲା ମହାରାଷ୍ଟ୍ରର ବରୁଣଙ୍କ ଜୀବନୀ।

ବରୁଣଙ୍କ ଜନ୍ମ ମହାରାଷ୍ଟ୍ରର ପାଲଘର ଜିଲ୍ଲାର ବୋଇସର ନାମକ ଏକ ଛୋଟିଆ ସହରରେ। ସେ ପିଲା ଦିନୁ ଡାକ୍ତର ହେବା ପାଇଁ ଚାହୁଁଥିଲେ। ତାଙ୍କ ପିତାଙ୍କର ଏକ ସାଇକେଲ ମରାମତି ଦୋକାନ ଥିଲା। ଯାହାକୁ ନେଇ ସେ ପରିବାର ଚଳାଉଥିଲେ। କିନ୍ତୁ ପରିବାର ପାଇଁ ଏକାସଙ୍ଗେ ମାଡି ଆସିଲା ଅନେକ ଘୋର ବିପତ୍ତି। ବରୁଣ ଦଶମ ଶ୍ରେଣୀ ପରୀକ୍ଷା ଦେଉଥିବା ବେଳେ ୨୦୦୬ ମସିହାରେ ତାଙ୍କ ପିତା ପ୍ରାଣ ହରାଇଥିଲେ। ଫଳରେ ପରିବାରର ଆର୍ଥିକ ମେରୁଦଣ୍ଡ ଭାଙ୍ଗିଗଲା। ତାଙ୍କ ସାଇକେଲ୍ ଦୋକାନରୁ ଭଲ ଆୟ ହେଉଥିଲେ ମଧ୍ୟ ପିତାଙ୍କ ମୃତ୍ୟୁ ପରେ ମେଡିକାଲ ବିଲ୍ ଅଧିକ ଦେବାକୁ ପଡିଲା। ବରୁଣଙ୍କ ବଡ ଭଉଣୀ ଏକ ସ୍କୁଲରେ ପାଠ ପଢାଉଥିଲେ ମଧ୍ୟ ଦରମା ସେତେଟା ଅଧିକ ନଥିଲା। ଏପରିକି ପରିବାର ଅନେକ ଋଣ ଭାରରେ ବୁଡି ରହିଲା।

ଏହି ସବୁ ଘଟଣା ପରେ ବରୁଣ ଏକ ଦୃଢ ନିଷ୍ପତ୍ତିକ୍ରମେ ନିଜର ପାଠପଢା ଛାଡି ବାପାଙ୍କ ସାଇକେଲ୍ ଦୋକାନରେ କାମ କରିବାକୁ ଲାଗିଲେ। କିନ୍ତୁ ଯେତେବେଳେ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶିତ ହେଲା ସେ ତାଙ୍କ ସହରରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। ଏହାକୁ ଦେଖି ତାଙ୍କ ବନ୍ଧୁ ଓ ଶିକ୍ଷକମାନେ ଖୁସି ହୋଇଥିଲେ। ଏହି ସମୟରେ ବରୁଣଙ୍କ ମାଙ୍କ ସମର୍ଥନ ମିଳିଥିଲା। ମା ନିଜେ ଦୋକାନ ସମ୍ଭାଳିଥିଲେ। ଓ ବରୁଣଙ୍କ ପଢିବାକୁ କହିଲେ। ସେତେବେଳେ ଆଡମିଶନ ଫି ନିକଟରେ ଥିବା ଏକ କଲେଜରେ ଦଶ ହଜାର ଥିଲା। ଏହା ଶୁଣିବା ପରେ ବରୁଣ ପୁଣି ପାଠ ପଢା ଛାଡିବାକୁ ଚାହିଁଥିଲେ ଓ ପୁଣି ସାଇକେଲ ଦୋକାନରେ କାମ କଲେ। କିନ୍ତୁ ବିଧିର ବିଧାନ ଥିଲା ଅଲଗା। ତାଙ୍କ ପିତାଙ୍କୁ ଚିକିତ୍ସା କରୁଥିବା ଜଣେ ଡାକ୍ତର ଥରେ ସାଇକେଲ ଦୋକାନରେ ବରୁଣଙ୍କୁ ଦେଖିଥିଲେ। ପାଠପଢା ବାବଦରେ ପଚାରିଥିଲେ। ଏହାର ଉତ୍ତରେ ଅର୍ଥାଭାବ ହେତୁ ସେ ପାଠ ପଢୁନଥିବା ବରୁଣ କହିଥିଲେ। ଏହାପରେ ଡାକ୍ତରଜଣଙ୍କ ବରୁଣଙ୍କୁ ଦଶ ହଜାର ଟଙ୍କା ଦେଇ ଆଡମିଶନ କରିବାକୁ କହିଥିଲେ। ତେବେ ଏହି ଦୁଇ ବର୍ଷ ବହୁତ କଷ୍ଟ ଥିଲା ବରୁଣଙ୍କ ପାଇଁ। ସେ କାମ କରି ନିଜର ମାସିକ ଫି ୬୫୦ ଟଙ୍କା ଦେଉଥିଲେ।ବେଳେବେଳେ ଶିକ୍ଷକମାନେ ତାଙ୍କର ଫି ଦେଇଦେଉଥିଲେ।

ନିଜର ଦ୍ୱାଦଶ ଶ୍ରେଣୀ ପରେ ସେ ମେଡିକାଲ ପଢିବାକୁ ଇଚ୍ଛା କରିଥିଲେ। କିନ୍ତୁ ଅଧିକ ଖର୍ଚ୍ଚ ଭାବି ସେ ପୁଣେ ଏମଆଇଟି କଲେଜରେ ଇଞ୍ଜିନିୟରିଂରେ ନାମ ଲେଖାଇଥିଲେ। ପ୍ରଥମ ସେମିଷ୍ଟାରରେ ଟପ୍ ହେବା ପରେ ସେ ସ୍କୋଲାରସିପ୍ ପାଇଁ ଆପ୍ଲାଏ କରିଥିଲେ। ଯାହା ତାଙ୍କର ଇଞ୍ଜିନିୟରିଂ ପଢାରେ ବହୁ କାମରେ ଆସିଥିଲା। ତେବେ ସେ ସମାଜର ବିଭିନ୍ନ ସମସ୍ୟାକୁ ଦୂର କରିବା ପାଇଁ ପ୍ରୟାସ କରିଥିଲେ। ସେ ୨୦୧୨ ରେ ୬ ମାସ ପାଇଁ ନିଜ ବନ୍ଧୁ ଓ ଏସ ଏନଜିଓ ସାହାଯ୍ୟରେ ଆଇଏଏସ ପାଇଁ ପଢାପଢି କରିଥିଲେ। ଶେଷରେ ତାଙ୍କର ସମସ୍ତ ଉଦ୍ୟମ ସଫଳ ହେଲା। ସାରା ଭାରତରେ ୨୦୧୪ ରେ ସେ ୩୨ ରାଙ୍କ୍ ରଖି କୃତକାର୍ଯ୍ୟ ହେଲେ।