ପ୍ରମୁଖ ଖବର
  • ବୌଦ୍ଧ ପୋଲିସକୁ ବଡ଼ ସଫଳତା, ୧୦ ଜଣିଆ ଡକାୟତି ଗ୍ୟାଙ୍ଗ ଧରିଲେ
  • ||
  • ରତ୍ନଭଣ୍ଡାର କମିଟି ଅଧ୍ୟକ୍ଷ ଜଷ୍ଟିସ୍ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ବୈଠକ, ରତ୍ନଭଣ୍ଡାର ଖୋଲିବା, ମରାମତି ନେଇ ଆଲୋଚନା
  • ||
  • ରାଇଘରରେ ପୋଲିସ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିହତ
  • ||
  • ଦିନକ ପରେ ବିଶ୍ୱପ୍ରସିଦ୍ଧ ଚନ୍ଦନଯାତ୍ରା, ନରେନ୍ଦ୍ରରେ ଚାପ ଖେଳିବେ ମଦନମୋହନ
  • ||
  • ଓଡ଼ିଶା ଆସୁଛନ୍ତି ନୀତିନ ଗଡ଼କରୀ, କୃଷ୍ଣପ୍ରସାଦପୁରରେ କରିବେ ପ୍ରଚାର
  • ||
  • ଝାରସୁଗୁଡ଼ା, ପଡିଆରୁ ୩ ମୃତଦେହ ଠାବ, ଗୋଟିଏ ପରିବାର ହୋଇଥିବା ସନ୍ଦେହ
  • ||
  • ଆଇପିଏଲ ମହାସମରରେ ପଞ୍ଜାବ କିଙ୍ଗ୍ସକୁ ଭେଟିବ ରୟାଲ୍‌ ଚ୍ୟାଲେଞ୍ଜର୍ସ, ହାରିଲେ ବିଦା
  • ||
  • ବିଏମ୍‌ସି କର୍ମଚାରୀଙ୍କୁ କଡ଼ା ନିର୍ଦ୍ଦେଶ, ଏଣିକି ବିଳମ୍ବରେ ଅଫିସ୍ ଆସିଲେ ଦରମା କାଟ୍‌
  • ||
  • ରାଜ୍ୟରେ କମ୍ପୁଛି ପ୍ରଚାର ମଇଦାନ୍, ଆଜି ଗଞ୍ଜାମ, କନ୍ଧମାଳରେ କ୍ୟାମ୍ପେନିଂ କରିବେ ନବୀନ
  • ||
  • ରାଜ୍ୟରେ ଆସନ୍ତା ୧୨ ଯାଏ ଅଧିକ ବର୍ଷା ସମ୍ଭାବନା, ୧୫ ଯାଏ ଉପକୂଳରେ ବଢ଼ିବନି ତାତି
  • ||

ବିଜେପି ଚାହୁଁଥିଲା ରାଏବରେଲୀରେ ହେଉ ଗାନ୍ଧୀ ବନାମ ଗାନ୍ଧୀ ଲଢେଇ, ହେଲେ ଦଳର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେ ବରୁଣ ଗାନ୍ଧୀ...

ନୂଆଦିଲ୍ଲୀ: ବିଜେପି ପିଲିଭିତ୍‌ ର ବର୍ତ୍ତମାନର ସାଂସଦ ବରୁଣ ଗାନ୍ଧୀଙ୍କ ଟିକେଟ ବାତିଲ କରି ଯୋଗୀ ସରକାରଙ୍କ ମନ୍ତ୍ରୀ ଜିତିନ ପ୍ରସାଦଙ୍କୁ ପ୍ରାର୍ଥୀ କରିଛି । ସେପଟେ ରାଏବରେଲୀ ଆସନରୁ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ନିର୍ବାଚନ ଲଢିବେ ବୋଲି କଳ୍ପନାଜଳ୍ପନା ଚାଲିଛି । ବିଜେପି ରାଏବରେଲୀ ଲୋକସଭା ଆସନରେ ଗାନ୍ଧୀ ବନାମ ଗାନ୍ଧୀ କରିବାକୁ ଚାହୁଁଥିଲା, କିନ୍ତୁ ଦଳର ପ୍ରସ୍ତାବକୁ ବରୁଣ ଗାନ୍ଧୀ ପ୍ରତ୍ୟାଖ୍ୟାନ କରିଛନ୍ତି ।

ବରୁଣ ଗାନ୍ଧୀଙ୍କ ନିକଟ ସୂତ୍ରରୁ ଜଣାପଡିଛି ଯେ, ବିଜେପି ତାଙ୍କୁ ରାଏବରେଲୀ ଲୋକସଭା ଆସନରୁ ନିର୍ବାଚନ ଲଢିବାକୁ ପ୍ରସ୍ତାବ ଦେଇଥିଲା, ହେଲେ ସେ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ସୂତ୍ରରୁ ଜଣାପଡିଛି ଯେ, ଏକ ସପ୍ତାହ ଧରି ବିଚାର କରିବା ପରେ ବରୁଣ ଗାନ୍ଧୀ ଶେଷରେ ରାଏବରେଲୀରୁ ନିର୍ବାଚନ ଲଢିବା ପ୍ରସ୍ତାବକୁ ମନା କରିଦେଇଛନ୍ତି । ସୂଚନାନୁସାରେ, ବରୁଣ ଗାନ୍ଧୀଙ୍କୁ ବିଜେପି ନେତୃତ୍ୱ ଯୋଗାଯୋଗ କରିଥିଲେ ଏବଂ ରାଏବରେଲୀ ଆସନରୁ ନିର୍ବାଚନ ଲଢିବାକୁ ପ୍ରସ୍ତାବ ଦେଇଥିଲେ । ଆଉ ବରୁଣ ଗାନ୍ଧୀ ଏ ବିଷୟରେ ଚିନ୍ତା କରିବାକୁ ସମୟ ମାଗିଥିଲେ । ନିକଟରେ ବରୁଣ ଗାନ୍ଧୀ ରାଏବରେଲୀରୁ ନିର୍ବାଚନ ଲଢିବା ପ୍ରସ୍ତାବକୁ ମନା କରିଦେଇଛନ୍ତି । 

ସୂଚନାନୁସାରେ, ଆଭ୍ୟନ୍ତରୀଣ ସର୍ଭେରେ ଦୀନେଶ ସିଂ, ବ୍ରଜେଶ ପାଠକ, ବିନୟ କଟିୟାରଙ୍କ ଭଳି ସମ୍ଭାବ୍ୟ ପ୍ରାର୍ଥୀ ଦଳ ସପକ୍ଷରେ ନଥିବା ଦେଖିବାକୁ ମିଳିଥିଲା । ଏହା ପରେ ବରୁଣ ଗାନ୍ଧୀଙ୍କୁ ରାଏବରେଲୀ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ କୁହାଯାଇଥିଲା, କିନ୍ତୁ ବରୁଣ ଗାନ୍ଧୀ ଏହି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ମନା କରିଦେଇଥିଲେ । 

ସୂଚନାଥାଉକି ଯେ, ରାଏବରେଲି ଆସନକୁ କଂଗ୍ରେସର ଏକ ଗଡ଼ ଭାବରେ ଜଣାଯାଏ । ସୋନିଆ ଗାନ୍ଧୀ କ୍ରମାଗତ ଭାବେ ଚାରି ଥର ଏଠାରୁ ସାଂସଦ ହୋଇଛନ୍ତି । ସୋନିଆ ଗାନ୍ଧୀ ମୋଦୀ ଲହରରେ ମଧ୍ୟ ନିଜ ଆସନ ବଞ୍ଚାଇବାରେ ସଫଳ ହୋଇଥିଲେ । ଏଥର ସୋନିଆ ଗାନ୍ଧୀ ଏଠାରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁନାହାଁନ୍ତି । ସୋନିଆ ଗାନ୍ଧୀ ରାଜସ୍ଥାନରୁ ରାଜ୍ୟସଭାରେ ପହଞ୍ଚିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଦଳ ରାଏବରେଲୀ ଆସନରୁ ନିଜ ପ୍ରାର୍ଥୀଙ୍କୁ ମୈଦାନକୁ ଓହ୍ଲାଇ ନାହାଁନ୍ତି ।  

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.