ବାସ୍ତୁ ଅନୁସାରେ ଏପରି କାନ୍ଥ ଘଣ୍ଟା ରଖିଲେ ମିଳିଥାଏ ସୁଫଳ

ଦୈନନ୍ଦିନ ଜୀବନରେ ବ୍ୟବହାର କରୁଥିବା କେତତକ ବସ୍ତୁ ପ୍ରତ୍ୟେକ୍ଷରେ ହେଉ କି ପରୋକ୍ଷରେ ଘରର ବାସ୍ତୁକୁ ପ୍ରଭାବିତ କରେ । ଏମିତି ଏକ ବସ୍ତୁ ହେଉଛି ଘଣ୍ଟା ବା ଘଡ଼ି । ଏହାକୁ ଆମେ ସମୟ ଜାଣିବା ପାଇଁ ବ୍ୟବହାର କରିଥାଉ ସତ, ହେଲେ ସମୟ ଉପରେ ଜ୍ଞାନ ଦେଉଥିବା ଏହି ଘଣ୍ଟା ଯେ ଆମ ଅଜାଣତରେ ଘର ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ ଆମେ ଜାଣି ନଥାଉ । ତେବେ ଘରେ ଘଣ୍ଟା ଲଗାଇବା ସମୟରେ କେତେକ କଥା ପ୍ରତି ଧ୍ୟାନ ଦେବା ଏକାନ୍ତ ଆବଶ୍ୟକ ।

 ଘରର ପୂର୍ବ କିମ୍ବା ଉତ୍ତର ଦିଗ କାନ୍ଥରେ ଘଣ୍ଟା ଲଗାନ୍ତୁ । ଦକ୍ଷିଣ ଦିଗ କାନ୍ଥରେ ଘଣ୍ଟା ଲଗାନ୍ତୁ ନାହିଁ । କାରଣ ଆପଣ ସମୟ ଦେଖିବା ପାଇଁ ବାରମ୍ବାର ଦକ୍ଷିଣ ଦିଗକୁ ଦେଖିବେ ଯାହାଦ୍ୱାରା ଆପଣଙ୍କ ଧ୍ୟାନ ସେହି ପଟକୁ ରହିବ । ଏହାଦ୍ୱାରା ସେପଟୁ ଆସୁଥିବା ନକାରାତ୍ମକ ଶକ୍ତି ଆପଣଙ୍କ ଉପରେ ପଡ଼ିବ ।

 ହାତ ଘଣ୍ଟା ହେଉ କି ଟେବୁଲ ଘଣ୍ଟା ଶୋଇବା ସମୟରେ ଏହାକୁ ମୁଣ୍ଡ ଉପରେ ରଖି ଶୁଅନ୍ତୁ ନାହିଁ । କାରଣ ରାତିରେ ଶୋଇବା ସମୟରେ ପରିବେଶ ଶାନ୍ତ ଥାଏ । ଫଳରେ ଘଡ଼ିର ଟିକ୍‌ଟିକ୍‌ ଶବ୍ଦ ବେଶି ଜୋର୍‌ରେ ଶୁଭିବ । ଏହାଦ୍ୱାରା ନିନ୍ଦ ଭାଙ୍ଗିଯିବାର ସମସ୍ୟା ଦେଖାଯିବ । ଏହା ବ୍ୟତୀତ ଏଥିରୁ ଇଲେକ୍ଟ୍ରୋ ମାଗ୍ନେସିୟମ୍‌ ରେଡ଼ିଏସନ୍‌ ଉପନ୍ନ ହୋଇ ମସ୍ତିଷ୍କ ଏବଂ ହୃଦୟରେ ନକାରାତ୍ମକ ଶକ୍ତି ସୃଷ୍ଟି କରିବ । ଉତ୍ତମ ନିଦ ନ ହେବାରୁ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଦେଖାଦେବ ।

 ଧ୍ୟାନ ରଖ ଘରେ ବ୍ୟବହାର କରୁଥିବା ସମସ୍ତ ଘଣ୍ଟା ଠିକ୍‌ ଭାବରେ ଚାଲୁଥିବ । କୌଣସି ବି ଘଣ୍ଟା ବନ୍ଦ ହୋଇ ନଥିବ । କି କୌଣସି ଘଣ୍ଟା ଉପଯୁକ୍ତ ସମୟଠାରୁ ଆଗୁଆ ଚାଲୁନଥିବ । ଉପଯୁକ୍ତ ସମୟଠାରୁ ୫ ରୁ ୧୦ ମିନିଟ୍‌ ଆଗୁଆ ଚାଲୁଥିଲେ ଚଳିବ କାରଣ ଏହାଦ୍ୱାରା ଆପଣଙ୍କ ସମୟର ଗତି ଜୀବନର ଗତି ସହ ତାଳ ଦେଇ ଚାଲିବ । ଫଳରେ ଉନ୍ନତି ଏବଂ ବିକାଶ ସବୁବଳେ ଆପଣଙ୍କ ସାଙ୍ଗରେ ରହିବ ।

 ଧ୍ୟାନ ରଖ ଯେପରି ଘଡ଼ିର କାଚ ଭାଙ୍ଗିନଥିବ ଏବଂ ଏହାର ବ୍ୟାଟେରୀ ଖରାପ ହୋଇ ଏହା ଅଚଳ ହୋଇ ଯାଇନଥିବ । ଏଭଳି   ହୋଇଥିଲେ ଯଥାଶୀଘ୍ର ଘଡ଼ିକୁ ବଦଳାନ୍ତୁ ଏବଂ ଠିକ୍‌ କରନ୍ତୁ । ଘରେ ବନ୍ଦ ଘଡ଼ି ଥିଲେ ଏହାକୁ ଯଥାଶୀଘ୍ର କାଢ଼ି ରଖିଦିଅନ୍ତୁ । କାରଣ ଏହା ଘରକୁ ଆସୁଥିବା ଧନ ଏବଂ ସୁଖ ସମୃଦ୍ଧିର ରାସ୍ତାକୁ ରୋକିଥାଏ ।

   ବାସ୍ତୁ ଅନୁଯାୟୀ ଘଡ଼ିର ସଠିକ୍‌ ବ୍ୟବହାର କଲେ ଜୀବନରେ ନକାରାତ୍ମକ ପ୍ରଭାବ ପଡ଼ିବ ନାହିଁ । ଜୀବନ ସୁଖଶାନ୍ତିରେ କଟିବ ।

   ସମ୍ବନ୍ଧିତ ଖବର


କ୍ୟାନସର ମୁକ୍ତ ହେଲେ ସଞ୍ଜୟ ଦତ୍ତ ! ଫୁସଫୁସ୍‌ ରୋଗକୁ ଦେଲେ ମାତ୍‌

ଶାରଦୀୟ ନବରାତ୍ରୀର ଚତୁର୍ଥ ଦିନରେ ମା’ କୁଷ୍ମାଣ୍ଡା ଉପାସନା କଲେ ଆୟୁ, ଯଶ, ବଳ, ସ୍ୱାସ୍ଥ୍ୟରେ ହୁଏ ବୃଦ୍ଧି

ଆସାମର ଡାକ୍ତରଙ୍କ ପିପିଇ କିଟ୍‌ ପିନ୍ଧି ନୃତ୍ୟ – ସୋସିଆଲ ମିଡ଼ିଆରେ ମିଳିଲା ଖୁବ୍‌ ପ୍ରଶଂସା

ସପିଂ ମଲ୍‌ର ଟ୍ରାଏଲ୍ ରୁମ୍‌ରେ ଏମିତି ବି ହୁଏ ! ପରିସ୍ରା ଗନ୍ଧ ବାହାରିବା ସହ ଏହି ସବୁ ଜିନିଷ ବାହାରେ…

୯ ମାସର ଗର୍ଭବତୀ ମହିଳା ୫ମିନିଟ୍‌ରେ ଦୌଡ଼ିଲେ ୧.୬ କି.ମି, ଲୋକେ କହିଲେ…

ନଦୀରେ କୁମ୍ଭୀର ସହ ପହଁରିବାର ମଜା ନେଉଥିଲେ ବ୍ୟକ୍ତି …ଆଉ ତାପରେ ଏମିତି ଘଟଣା ଘଟିଲା