କ୍ରିଷ୍ଟାଲ୍ ବଦଳାଇପାରେ ଆପଣଙ୍କ ଭାଗ୍ୟ, ଜାଣନ୍ତୁ ଏହାର ସଠିକ୍‌ ବ୍ୟବହାର

କଳି ଯୁଗରେ ସୂର୍ଯ୍ୟଙ୍କୁ ପ୍ରତ୍ୟକ୍ଷ ଦେବତା ମାନା ଯାଇଥାଏ। ବାସ୍ତୁର କିଛି ନିୟମ ମଧ୍ୟ ସୂର୍ଯ୍ୟଙ୍କ କିରଣ ଉପରେ ଆଧାରିତ। ଯଦି କୌଣସି ସ୍ଥାନ ଶକ୍ତିହୀନ ତେବେ ତାହାକୁ ସୂର୍ଯ୍ୟଙ୍କ କିରଣ ଦ୍ୱାରା ଶକ୍ତିଶାଳୀ କରାଯାଇପାରିବ। ଏହି ସୂର୍ଯ୍ୟ କିରଣଗୁଡ଼ିକ ଏକ ନିୟନ୍ତ୍ରିତ ମାତ୍ରାରେ କ୍ରିଷ୍ଟାଲ ଆପଣଙ୍କ ନିକଟକୁ ପହଞ୍ଚାଇଥାଏ। ବାସ୍ତୁରେ କ୍ରିଷ୍ଟାଲ୍ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ। ଦେଖିବାକୁ ବହୁତ ଆକର୍ଷିତ ଥିବା କ୍ରିଷ୍ଟାଲ ଦ୍ବାରା ବାସ୍ତବିକ ଜୀବନରେ ଅନେକ ସୁଧାର ଅଣାଯାଇପାରେ।

ଯଦି ଆପଣ କ୍ରିଷ୍ଟାଲକୁ ନିଜ ମନ ଅନୁସାରେ, ରଖିବାକୁ ଚାହିଁବେ ତାହେଲେ ବୋଧେ ଆପଣ ଯେଉଁ ଲାଭ ପାଇବାର ଆଶା ରଖିଥିବେ ତାହା ଆପଣଙ୍କୁ ମିଳିପାରିବନାହିଁ। ଭିନ୍ନ ଭିନ୍ନ ସମସ୍ୟାର ସମାଧାନ ପାଇଁ କ୍ରିଷ୍ଟାଲକୁ ଅଲଗା ଅଲଗା ସ୍ଥାନରେ ରଖିବା ଜରୁରୀ ଅଟେ।ତେବେ ଆସନ୍ତୁ ଜାଣିବା କ୍ରିଷ୍ଟାଲର ବାସ୍ତୁ କନେକ୍ସନ ସମ୍ପର୍କରେ…

୧. କୌଣସି ବି କ୍ରିଷ୍ଟାଲ ଲଗାଇବା ପୂର୍ବରୁ ଏହାକୁ ସୂର୍ଯ୍ୟଙ୍କ କିରଣ ଦ୍ବାରା ଆକ୍ଟିଭ ବା ସକ୍ରିୟ ଅବଶ୍ୟ କରନ୍ତୁ।

୨. ଯଦି ଆପଣଙ୍କ ଘରେ ସବୁବେଳେ ଲଢ଼େଇ-ଝଗଡ଼ା ଲାଗି ରହୁଛି ତେବେ ଆପଣ ନିଜ ଲିଭିଂ ରୁମ୍‌ରେ କ୍ରିଷ୍ଟାଲ ବଲ୍ସକୁ ଏହିଭଳି ଲଗାନ୍ତୁ କି ସୂର୍ଯ୍ୟଙ୍କ କିରଣ ତାହାକୁ ଛୁଇଁ ଆପଣଙ୍କ ଘର ଭିତରକୁ ଆସିବ। ଯଦି ସେଠାରେ ସୂର୍ଯ୍ୟଙ୍କ କିରଣ ନଆସୁଛି ତାହେଲେ କିଛି ସମୟ ତାହାକୁ ସୂର୍ଯ୍ୟଙ୍କ କିରଣରେ ଆକ୍ଟିଭ୍ କରନ୍ତୁ ପରେ ସେହି ସ୍ଥାନରେ ରଖି ଦିଅନ୍ତୁ।

୩. ବ୍ୟବସାୟରେ ଯଦି କ୍ରମାଗତ କ୍ଷତି ହେଉଛି ତାହେଲେ ଏକ ରଙ୍ଗ ବିରେଙ୍ଗି କ୍ରିଷ୍ଟାଲ ବଲ୍ସ ଅଫିସ୍‌ କିମ୍ବା କାରଖାନାର ଉତ୍ତର ପଶ୍ଚିମ ଦିଗରେ ରଖନ୍ତୁ।

୪. ଯଦି ଆପଣଙ୍କ ସାଙ୍ଗ ସାଥୀ ସହିତ ଆପଣଙ୍କର ପାଟି ତୁଣ୍ଡ ଚାଲୁଛି ତାହେଲେ ଶୋଇବା ଘରେ ପ୍ରତିଦିନ କ୍ରିଷ୍ଟାଲ ବଲ୍‌ ରଖନ୍ତୁ। କିନ୍ତୁ ଧ୍ୟାନରେ ରଖନ୍ତୁ କି ଏହି କ୍ରିଷ୍ଟାଲ ବଲ୍‌କୁ ଦିନରେ ତିନି ଥର କ୍ଲକ୍‌ ଓ୍ବାଇଜ୍‌ ଘୁରାନ୍ତୁ।

୫. ଯେଉଁ ଅଭିଭାବକ ନିଜ ପିଲାଙ୍କ ଫୋକସ ପାଠ ପଢ଼ା ଆଡ଼କୁ କରାଇବାକୁ ଚାହୁଁଛନ୍ତି ସେମାନେ ତାଙ୍କ ପଢ଼ା ଘରେ କ୍ରିଷ୍ଟାଲ ବଲ୍‌ ରଖିବା ଉଚିତ୍। ଏହି କ୍ରିଷ୍ଟାଲ ବଲ୍‌ ଘରର ଉତ୍ତରପୂର୍ବ  ଦିଗରେ ରଖିବା ଉଚିତ।

୬. କ୍ରିଷ୍ଟାଲକୁ ଘରର ପୂର୍ବ ଦିଗରେ ଲଗାଇବା ଉଚିତ୍। ଏହାଦ୍ବାରା ଘରେ ନକରାତ୍ମକ କିରଣ କମ୍‌ ହୋଇଥାଏ  ଏବଂ ଘରକୁ ଖୁସି ଆସିଥାଏ।

   ସମ୍ବନ୍ଧିତ ଖବର


ଥଣ୍ଡା ଦିନରେ ଚର୍ମ କୁଣ୍ଡାଇ ହେବା ସମସ୍ୟା ଦେଖା ଦିଏ –ଜାଣନ୍ତୁ କେମିତି ଏଥିରୁ ମୁକ୍ତି ପାଇବେ

ହାଡ଼ ପାଇଁ ଘାତକ ଓଜନ କମାଇବାର ଏହି ଫର୍ମୂଲା – ଭବିଷ୍ୟତରେ ପରିଣାମ ଭୟଙ୍କର ହୋଇପାରେ

ଏହି ୨୫ଟି ଫିଲ୍ମ ଦେଖିଲେ ମିଳିବ ୨ ଲକ୍ଷ ଟଙ୍କା, ଆପଣ ରାଜି ତ ?

ଆପଣ ଖାଇଛନ୍ତି କି ବିଶ୍ୱର ସବୁଠାରୁ ଦାମୀ ପରିବା ? ଦାମ୍ ଜାଣିଲେ ଉଡିଯିବ ହୋସ୍

ଥଣ୍ଡା ଦିନରେ ଶୁଷ୍କ ତ୍ୱଚାରେ ଚମକ ଭରିବାକୁ ଚାହୁଁଛନ୍ତି କି ? ଆପଣାନ୍ତୁ ଏହି ଟିପ୍ସ

ପର୍ସରେ ଭୁଲରେ ବି ରଖନ୍ତୁନି ଏହି ସବୁ ଜିନିଷ, ହଇରାଣରେ ପଡିବେ…