PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ଏ ବର୍ଷ ଥରାଇବ ଶୀତ ଲହରୀ, ଜବର ଜାଡ଼ରେ ଥରିବ ଓଡ଼ିଶା, ଲମ୍ବିବ ଶୀତ ଅବଧି
  • ||
  • ଲାଞ୍ଜିଗଡ଼ : ବେଦାନ୍ତର ଏଲଏନଟି କଲୋନୀକୁ ପଶିଲା କରୋନା, ୩ ଶ୍ରମିକ ପଜିଟିଭ୍ ଚିହ୍ନଟ
  • ||
  • ସମ୍ବଲପୁର : ଆଜି ସମ୍ବଲପୁର ୧୨ ଘଣ୍ଟିଆ ବନ୍ଦ, ମମିତା ମେହେର୍ ହତ୍ୟା ପ୍ରସଙ୍ଗକୁ ନେଇ ରାସ୍ତାକୁ ଓହ୍ଲାଇଛି ବିଜେପି
  • ||

ଋଣ ବୋଝରୁ ରକ୍ଷା ପାଇବାକୁ ଆପଣାନ୍ତୁ ଏହି ବାସ୍ତୁ ଉପାୟ, ଶୀଘ୍ର ଦୂର ହେବ ସମସ୍ୟା

https://www.indiatv.in

ଜୀବନରେ ଆସୁଥିବା ସମସ୍ୟାକୁ ବାସ୍ତୁଶାସ୍ତ୍ର ଦ୍ବାରା ବଦଳାଇ ହେବ। ଆସନ୍ତୁ ଜାଣିବା ଏଭଳି କିଛି ବାସ୍ତୁ ଟିପ୍ସ, ଯାହାଦ୍ବାରା ଋଣଭାରରୁ ମୁକ୍ତି ମିଳିପାରିବ। ଆମେ ଋଣ ତ ନେଇଥାଉ, କିନ୍ତୁ ତାକୁ ସୁଝି ପାରିନଥାଉ। ଯେତେବି ଚେଷ୍ଟା କଲାପରେ ମଧ୍ୟ କିଛି ନା କିଛି ପରିଶୋଧ କରିବା ବାକି ରହିଯାଇଥାଏ। ସେଥିପାଇଁ ଆମେ ଆଜି ଆପଣଙ୍କୁ ଋଣ ବୋଝରୁ କିପରି ମୁକ୍ତି ପାଇବେ ସେ ବିଷୟରେ କହିବାକୁ ଯାଉଛୁ।

ଋଣ ଭାରରୁ ମୁକ୍ତି ପାଇବା ପାଇଁ ସବୁବେଳେ ମଙ୍ଗଳବାର ଦିନକୁ ଚୟନ କରିବା ଦରକାର। ଏହି ଦିନ ଟଙ୍କା ଫେରାଇ ଦିଆଯିବା ଦ୍ବାରା ଋଣ ଶୀଘ୍ର ପରିଶୋଧ ହୋଇଥାଏ। ଘରର ଦକ୍ଷିଣ-ପଶ୍ଚିମ ଭାଗରେ ତିଆରି ହୋଇଥିବା ଓ୍ବାଶରୁମ୍‌ ମଧ୍ୟ ଲୋକଙ୍କ ଋଣ ଭାରକୁ ବଢାଇ ପାରେ। ତେଣୁ ଘରର ଏହି ଦିଗରେ ଓ୍ବାଶରୁମ୍ ନିର୍ମାଣ ନକରନ୍ତୁ।

ଏହାଛଡା ଘର କିମ୍ବା ଦୋକାନର ଉତ୍ତର-ପୂର୍ବ ଦିଗରେ କାଚ ଲଗାଇବା ଦ୍ବାରା ଋଣରୁ ମୁକ୍ତି ମିଳିଥାଏ। କାଚର ଫ୍ରେମ୍ ଲାଲ, ସିନ୍ଦୁର କିମ୍ବା ମେରୁନ୍ ରଙ୍ଗର ହେବା ଉଚିତ୍ ନୁହେଁ। କାଚ ଯେତିକି ହାଲକା ତଥା ବଡ ଆକାରର ହେବ, ଆପଣଙ୍କ ପାଇଁ ତାହା ସେତେଲାଭଦାୟକ ହେବ।