PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋରାପୁଟ: କୋଟିଆରେ ଆନ୍ଧ୍ର କର୍ମଚାରୀଙ୍କୁ ଅଧାରାସ୍ତାରେ ଅଟକାଇଲା ଓଡ଼ିଶା ପୋଲିସ
  • ||
  • କଳାହାଣ୍ଡି: ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଅଫିସ ଘେରାଉ, ଘଟଣାସ୍ଥଳରେ ଉତ୍ତେଜନା ଜାରି
  • ||
  • ଭଦ୍ରକ: ବଉଳ ପୋଖରୀ ଅଞ୍ଚଳରୁ ୩୧୬ ଗ୍ରାମ୍ ବ୍ରାଉନସୁଗର ଜବତ କଲା ଗ୍ରାମଞ୍ଚଳ ଥାନା ପୋଲିସ, ୩ ଗିରଫ
  • ||
  • କେନ୍ଦୁଝର: ନିଖୋଜ ୪ ବର୍ଷର ଶିଶୁକନ୍ୟାର ଉଲଂଗ୍ନ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗିଦେଇଥିବା ସନ୍ଦେହ
  • ||
  • ଖପ୍ରାଖୋଲ: ଯୁବକ ନିଖୋଜ ଅଭିଯୋଗ, ଶୁଳିଆବାହାଳ ଜଙ୍ଗଲ ମାଟିତଳୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଢ଼େଙ୍କାନାଳ: ଷଢ଼ଙ୍ଗୀ ରେଞ୍ଜ ଅନ୍ତର୍ଗତ ଲହଡ଼ା ସରଂକ୍ଷିତ ଜଙ୍ଗଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲା ଦନ୍ତା, ସେପ୍ଟିସିମିଆ ରୋଗରେ ଥିଲା ପୀଡିତ
  • ||
  • ନୂଆଦିଲ୍ଲୀ : ଆରପାରିରେ ଭେଟେରାନ୍ ଅଭିନେତ୍ରୀ ମୀନୁ ମୁମତାଜ
  • ||
  • ବାଙ୍କୀ : ଜଙ୍ଗଲୀ ବାରହା ଉପଦ୍ରବ, ରାତିହେଲେ ଉଜାଡୁଛନ୍ତି ଏକର ଏକର ଫସଲ
  • ||
  • ଭୁବନ : ବାଲି ଘାଟକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ, ବାପ-ପୁଅ ଗୁରୁତର
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୩୦୫କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରେ ସାମାନ୍ୟ ଖସିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ : ନଭେମ୍ବର ୨୯ରୁ ସଂସଦର ଶୀତ ଅଧିବେଶନ, ୨୦ଟି କାର୍ଯ୍ୟ ଦିବସ ରହିବ
  • ||
  • ଭୁବନେଶ୍ୱର : ଆଗକୁ ବଢ଼ିବ ଶୀତ, ଆଭ୍ୟନ୍ତରୀଣ ଓଡ଼ିଶାରେ ୨ ଡିଗ୍ରୀ ଖସିଲା ତାପମାତ୍ରା
  • ||
  • ଭୁବନେଶ୍ୱର : ଓଏଏସ୍‌ ସ୍ତରରେ ଛୋଟ ଧରଣର ଅଦଳବଦଳ, ପୁରୀ ସଦର ବିଡିଓ ଭାବେ ନୂଆ ଦାୟିତ୍ଵ ସମ୍ଭାଳିବେ ସମ୍ବିତ ଶତପଥୀ
  • ||
  • ସୁନ୍ଦରଗଡ଼ : ହାତୀପଲଙ୍କୁ ଘଉଡାଇବା ବେଳେ ଅଘଟଣ, ହାତୀ ଆକ୍ରମଣରେ ଯୁବକ ମୃତ
  • ||

ଭୁଲ୍‌ରେ ବି ପର୍ସ ଭିତର ରଖନ୍ତୁ ନାହିଁ ଏହି ଜିନିଷ, ଆପଣଙ୍କ ଉପରେ ରାଗିଯିବେ ମା’ ଲକ୍ଷ୍ମୀ

ଭୁବନେଶ୍ଵର, ୨୫/୦୯ : ମୌଳିକ ଆବଶ୍ୟକତା ପୂରଣ କରିବା ହେଉ କିମ୍ବା କୌଣସି ଭୌତିକ ସୁଖ ପ୍ରାପ୍ତି ନିମନ୍ତେ ଅର୍ଥର ନିହାତି ଆବଶ୍ୟକତା ରହିଛି। ଏଥିପାଇଁ ପ୍ରତ୍ୟେକ ବ୍ୟକ୍ତି ଚାହାଁନ୍ତି ତାଙ୍କ ଘର ଧନଧାନ୍ୟରେ ପରିପୂର୍ଣ୍ଣ ହେଉ। ଘରେ କୌଣସି ପ୍ରକାରର ଅଭାବ ନରହୁ। କେବଳ ଏହି କାରଣ ପାଇଁ ପ୍ରତ୍ୟେକ ବ୍ୟକ୍ତି ପରିଶ୍ରମ କରି ଅର୍ଥ ଉପାର୍ଜନ କରନ୍ତି। ତେବେ ଆପଣ ଜାଣିଥିବେ ବହୁ ଲୋକ ଅର୍ଥ ଉପାର୍ଜନ କରିବାକୁ କଠିନ ପରିଶ୍ରମ କରୁଥିଲେ ମଧ୍ୟ ଅଭାବ ପୂରଣ ହୁଏନି। ଏହା ପଛର କାରଣ ହେଉଛି ବାସ୍ତୁ ଦୋଷ। ଆମ ପର୍ସର କିଛି ମୁଖ୍ୟ ସ୍ଥାନ ରହିଛି। ତେବେ ଏଭଳି କିଛି ଜିନିଷ ରହିଛି ଯାହାକୁ ପର୍ସରେ ରଖିବା ଦ୍ଵାରା ମା’ ଲକ୍ଷ୍ମୀ ରାଗିଯାଆନ୍ତି। ତେବେ ଜାଣନ୍ତୁ ଏହି ସବୁ ଜିନିଷ ଗୁଡ଼ିକ କଣ ?

-ବହୁ ଲୋକ ନିଜ ପର୍ସରେ ଟଙ୍କା ବ୍ୟତୀତ ଅନ୍ୟ କିଛି ଜିନିଷ ରଖନ୍ତି। ଯେପରିକି ଔଷଧ। ତେବେ ଧ୍ୟାନ ଦିଅନ୍ତୁ ପର୍ସରେ ଔଷଧ ରଖିବା ଉଚିତ୍ ନୁହେଁ। ଏହାଦ୍ଵାରା ନକାରାତ୍ମକ ଶକ୍ତି ବୃଦ୍ଧି ହୁଏ। ଏହାଦ୍ଵାରା ଆପଣଙ୍କର ଅର୍ଥହାନୀ ହୋଇଥାଏ।

-ପ୍ରାୟତଃ ଲୋକମାନେ ବ୍ୟବହାର ହେଉନଥିବା ବିଭିନ୍ନ ଚିଠା ଓ ବିଲ୍ ପର୍ସ ଭିତରେ ରଖନ୍ତି। ଯାହାଦ୍ଵାରା ଲକ୍ଷ୍ମୀ କୋପ ପ୍ରକାଶ କରନ୍ତି। ଏଭଳି କରିବା ଉଚିତ୍ ନୁହେଁ। ବେଳେ ବେଳେ ପର୍ସକୁ ସଫା କରିବା ଆବଶ୍ୟକ ହୋଇଥାଏ।

-କିଛି ପର୍ସରେ ଚାବି ରଖି ଦିଅନ୍ତି। ଏପରିକି ଛୋଟ ଛୁରୀ ମଧ୍ୟ ରଖନ୍ତି। ହେଲେ ଏଭଳି କରିବା ଉଚିତ୍ ନୁହେଁ। ପର୍ସରେ କୌଣସି ଧାତୁ କିମ୍ବା ଧାରଯୁକ୍ତ ଜିନିଷ ରଖିବା ଉଚିତ୍ ନୁହେଁ। ଏହାଦ୍ଵାରା ନକାରାତ୍ମକ ଶକ୍ତିର ବୃଦ୍ଧି ଘଟେ। ଧନ ହାନି ହୁଏ।