PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍: ୨୪ ଘଣ୍ଟା ମଧ୍ୟରେ ୧୨ ଜଣ କୋଭିଡ୍ ପଜିଟିଭ ଚିହ୍ନଟ
  • ||
  • ସମ୍ବଲପୁର: ଶୀତଳ ଷଷ୍ଠୀ ପାଇଁ ପୂର୍ବ ପ୍ରସ୍ତୁତି: ୩ ତାରିଖରୁ ୭୨ ଘଣ୍ଟା ପାଇଁ ସମସ୍ତ ମଦ ଦୋକାନ ସିଲ୍
  • ||
  • ଭୁବନେଶ୍ୱର: ଆଜିଠୁ ଅଲ୍‌ ଓଡ଼ିଶା ସନ୍ତରଣ ପ୍ରତିଯୋଗିତା, ୨୦ଟି ଜିଲ୍ଲାରୁ ୨୫୮ ଜଣ ପ୍ରତିଯୋଗୀ ହେବେ ସାମିଲ
  • ||
  • ଭୁବନେଶ୍ୱର: ଆହୁରି କଲବଲ କରିବ ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି , ଜୁନ୍‌ ୨ ତାରିଖ ଯାଏଁ ଜାରି ରହିବ ଗ୍ରୀଷ୍ମ ପ୍ରକୋପ
  • ||
  • ବାରଙ୍ଗ: ନନ୍ଦନକାନନରେ ଆଖିବୁଜିଲା ଆଫ୍ରିକୀୟ ସିଂହ, ୧୬କୁ ହ୍ରାସ ପାଇଲା ସିଂହଙ୍କ ସଂଖ୍ୟା
  • ||

ସୁସ୍ଥ ଜୀବନ ବଞ୍ଚିବାକୁ ଚାହୁଁଛନ୍ତି କି, ତେବେ ଆପଣାନ୍ତୁ ଏହି ନିୟମକୁ

ଭୁବନେଶ୍ବର,୨୩।୨: ‘କଥାରେ ଅଛି ଯେଉଁଠି ସ୍ବାସ୍ଥ୍ୟ ଅଛି ସେଇଠି ସମ୍ପତ୍ତି ଅଛି’। ଏହି ପ୍ରାଚୀନକାଳର କଥା ମାନି ବ୍ୟକ୍ତି ସମାଜରେ ରହିଥାଏ। ଏହି ଆଦର୍ଶ ବାକ୍ୟ ଅନୁସାରେ ବ୍ୟକ୍ତି ନିଜର ଶରୀର, ଅନ୍ନ, ନିଶ୍ବାସ ପ୍ରଶ୍ବାସ ଆଦି ଉପରେ ଧ୍ୟାନ ଦେବା ଉଚିତ୍। କେବଳ ସେତିକି ନୁହେଁ, ଯଦି ଉତ୍ତମ ସ୍ବାସ୍ଥ୍ୟ ଚାହୁଁଛନ୍ତି ତେବେ ବାସ୍ତୁ ଅନୁସାରେ ଚାଲନ୍ତୁ। ଫଳରେ ଏକ ସୁସ୍ଥ ଜୀବନ ପାଇବା ସହିତ ମାନସିକ ସ୍ବାସ୍ଥ୍ୟରେ ସୁଧାର ଆସିବ। କାରଣ ସ୍ବାସ୍ଥ୍ୟ ପାଇଁ ବାସ୍ତୁ ସବୁଠୁ ବଡ଼ ଉପକାରୀ।  ଯଦି ବାସ୍ତୁ ହିସାବରେ ନ ଚାଲନ୍ତି ତେବେ  ପରିବାରରେ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦେଖାଯିବ।

ବାସ୍ତୁ ଶାସ୍ତ୍ରର ସବୁଠୁ ବଡ଼ ଲାଭ ହେଲା କି, ଶରୀର ଭିତରେ ୭ଟି ଚକ୍ର ସକ୍ରିୟ ତଥା ସନ୍ତୁଳିତ ହୋଇଯାଏ। ଚକ୍ର ଏକ ମାତ୍ର ପ୍ରାଚୀନ ବିଜ୍ଞାନ ଯାହା ଶକ୍ତିଶାଳି ପାଇଁ ଆବଶ୍ୟକ। ଯେତେବେଳେ ଶରୀରର ୭ଟି ଚକ୍ର ଖୋଲା ହୋଇଯାଏ ଅଥବା ସନ୍ତୁଳିତ ହୋଇଯାଏ ସେତେବେଳେ ବ୍ୟକ୍ତିର ସ୍ବାସ୍ଥ୍ୟ ସର୍ବୋତ୍ତମ ହୋଇଥାଏ। ଆସନ୍ତୁ ଜାଣିବା ବାସ୍ତୁ ସ୍ବାସ୍ଥ୍ୟ କ’ଣ?

କ’ଣ ଆପଣ ବିମ୍ ତଳେ ବସି କାମ କରୁଛନ୍ତି କି ? ବିମ୍ ତେଳ ବସି ଯଦି କାମ କରୁଛନ୍ତି ତାହାଲେ ଶରୀର ଉପରେ ଗମ୍ଭୀର ପ୍ରଭାବ ପଡ଼ିପାରେ। ବିମ୍ ସମ୍ପୂର୍ଣ୍ଣ ନକରାତ୍ମକ । ତେଣୁ ସ୍ଥାୟୀ ସ୍ଥାନରେ ବସି କାମ କରନ୍ତୁ।

ଆପଣ ସିଧା ହୋଇ ଶୋଉଛନ୍ତି କି ? ଅନୁକୂଳ ଦିଗରେ ଶୋଇବା ଦ୍ବାରା ଆପଣଙ୍କର ୭ଟି ଚକ୍ର ସକ୍ରିୟ ହୋଇଯାଆନ୍ତି।

ସ୍ଥାନ ଗୃହ ତଥା ଶୈାଚାଳୟ ପ୍ରତି ଧ୍ୟାନ ଦିଅନ୍ତୁ। ଘର କିମ୍ବା କାର୍ଯ୍ୟାଳୟରେ ଖୋଲା ରହିଥିବା ସ୍ଥାନଗୃହ ତଥା ଶୈାଚାଳୟ ଆପଣକୁ ପ୍ରଭାବିତ କରିଥାଏ। ଶୈାଚାଳୟରୁ ବହୁ ନକରାତ୍ମକ ଶକ୍ତି  ଆସିଥାଏ। ତେଣୁ ଶୈାଚାଳୟ କବାଟକୁ ସବୁବେଳେ ବନ୍ଦ କରି ରଖନ୍ତୁ।

ଆପଣଙ୍କ ଘରେ ବ୍ୟବହାର କରୁନଥିବା ଔଷଧ ଅଛି କି? ଯଦି ଅଛି ତୁରନ୍ତ ଏହାକୁ ଫୋପାଡ଼ି ଦିଅନ୍ତୁ। ସରଳ ବାସ୍ତୁ ଅନୁସାରେ ଏହାକୁ ରଖିଲେ ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପଡ଼ିଥାଏ। କାରଣ ସେହି ଔଷଧ ପୂବର୍ରୁ ହୋଇଥିବା ରୋଗରୁ ନକରାତ୍ମକ ଶକ୍ତିକୁ ଟାଣିଥାଏ।