ପରିବା ବେପାରୀଙ୍କ କରୋନା ପଜିଟିଭ୍: ହୋମ୍‌ କ୍ୱାରେଣ୍ଟାଇନ୍‌ରେ ୨ହଜାର ଲୋକ, ହଟ୍‌ସ୍ପଟ୍ ଅଞ୍ଚଳ ସିଲ୍

ଆଗ୍ରା ୨୦/୪: ଉତ୍ତରପ୍ରଦେଶର ଆଗ୍ରା ଜିଲ୍ଲାରେ ଜଣେ ପରିବା ବ୍ୟବସାୟୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ପରେ ତାଙ୍କଠାରୁ ପରିବା କିଣିଥିବା ତଥା ତାଙ୍କ ସଂସ୍ପର୍ଶରେ ଆସିଥିବା ୨,୦୦୦ ଲୋକ ସ୍ୱେଚ୍ଛାକୃତ ଭାବେ ନିଜକୁ ହୋମ୍‌ କ୍ୱାରେଣ୍ଟାଇନରେ ରଖିଛନ୍ତି । ଆଗ୍ରାର ହରିପର୍ବତ ଅଞ୍ଚଳରେ କରୋନା ସଂକ୍ରମିତ ହୋଇଥିବା ଏହି ବ୍ୟବସାୟୀ ଜଣକ ପଜିଟିଭ ଚିହ୍ନଟ ହେବା ପରେ ସମ୍ପୂର୍ଣ୍ଣ ଅଞ୍ଚଳକୁ ହଟ୍‌ସ୍ପଟ୍‌ ଘୋଷଣା କରି ସିଲ୍‌ କରି ଦିଆଯାଇଛି । ଲୋକଙ୍କ ଯିବାଆସିବା ଉପରେ ସମ୍ପୂର୍ଣ୍ଣ ରୋକ ଲଗାଯାଇଛି । ସ୍ୱାସ୍ଥ୍ୟ ବିଭାଗ ଟିମ୍‌ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରିଛି ।

ପରିବା ବ୍ୟବସାୟୀଙ୍କ ପରିବାର ଲୋକଙ୍କ ମୁତାବକ, ବ୍ୟବସାୟୀ ଜଣକ ପୂର୍ବରୁ ଅଟୋ ଚଳାଇ ପରିବାରର ଭରଣପୋଷଣ କରୁଥିଲେ । କିନ୍ତୁ ଲକ୍‌ଡାଉନ ପରଠୁ ସେ ପରିବା ବିକ୍ରି ଆରମ୍ଭ କରିଥିଲେ । ସବ୍‌ଜିୟା ସିକନ୍ଦରା ମଣ୍ଡିରୁ ପରିବା କିଣି ସେ ସ୍ଥାନୀୟ ଅଞ୍ଚଳରେ ବିକ୍ରି କରୁଥିଲେ । ୫ ଦିନ ପୂର୍ବରୁ ହିଁ ତାଙ୍କ ଶରୀରରେ କରୋନା ଲକ୍ଷଣ ଦେଖାଯାଇଥିଲା । ପରେ ସେ ନିଜେ ଡାକ୍ତରଖାନାରେ ପହଞ୍ଚି କରୋନା ପରୀକ୍ଷଣ କରାଇଥିଲେ । ସେବେଠାରୁ ତାଙ୍କୁ ଡାକ୍ତରଖାନାର ଆଇସୋଲେସନ ୱାର୍ଡରେ ଭର୍ତ୍ତି କରାଯାଇଥିଲା । ଉଲ୍ଲେଖଯୋଗ୍ୟ, ଆଗ୍ରାରେ ୧୯୬ଟି କରୋନା ମାମଲା ଆସିଥିବା ବେଳେ ୫ ଜଣଙ୍କର ଏଥିରେ ମୃତ୍ୟୁ ହୋଇଛି । ୧୩ ଜଣ ଲୋକ ଚିକିତ୍ସିତ ହୋଇ ଘରକୁ ଯାଇଛନ୍ତି । ସମସ୍ତ ସଂକ୍ରମିତଙ୍କ ମଧ୍ୟରୁ ୭୩ ଜଣଙ୍କର ଦିଲ୍ଲୀ ତବଲିଗି ଜମାତ ଘଟଣା ସହ ସମ୍ପର୍କ ଥିଲା ।

   ସମ୍ବନ୍ଧିତ ଖବର


ଏସିଆରେ ‘ସୁପରପାୱାର’: ଭାରତ ଚତୁର୍ଥ ଶକ୍ତିଶାଳୀ

ରାଜ୍ୟରେ କରୋନା ନେଲା ଆଉ ୧୬ ଜୀବନ: ମୃତ୍ୟୁସଂଖ୍ୟା ୧୧୬୮କୁ ବୃଦ୍ଧି

ରାଜ୍ୟରେ ଆଉ ୧୯୦୪ ଜଣ କରୋନା ପଜିଟିଭ‌ ଚିହ୍ନଟ: ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୭୨ ହଜାର ଟପିଲା

ଭାରତରେ ଏହି କମ୍ପାନୀ ବିକିବ ରୁଷୀୟ କରୋନା ଟିକା…

କୋଭିଡ୍‌ ଚିକିତ୍ସାର ନୂଆ ଆବିଷ୍କାର ନିମନ୍ତେ ୧୪ ବର୍ଷୀୟା ଭାରତୀୟ-ଆମେରିକୀୟ ବୈଜ୍ଞାନିକ ସମ୍ମାନିତ

ବିଧାନସଭାରେ ରାତି ବିତେଇଲେ ଆମ୍ ଆଦମୀ ବିଧାୟକ !