PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂପୁର ଜିଲାର ଢିଙ୍କିଆ ପଞ୍ଚାୟତରେ ଆସନ୍ତା ବର୍ଷ ହେବ ପଞ୍ଚାୟତ ନିର୍ବାଚନ ।
  • ||
  • କୋଭିଡ୍‌ର କେବେ ବି ଅନ୍ତ ହେବ ନାହିଁ, ଭାଇରସ୍ ତାହାର ଚରିତ୍ର ବଦଳାଇବ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ବଢିଲା କରୋନା ଗ୍ରାଫ୍, ୨୪ ଘଣ୍ଟାରେ ୭୪୨୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ପୁରୀ : ଖଣିରେ ଭାସୁଛି ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ, ପତାକା ଉତ୍ତୋଳନ କଲେ ରାଜ୍ୟପାଳ
  • ||
  • ପଦ୍ମପୁର : ସ୍କୁଲ୍ ନାହିଁ ତ ଭୋଟ୍ ନାହିଁ, ଗାଁ ମୁଣ୍ଡରେ ପୋଷ୍ଟର ଲଗାଇ ଭୋଟ ବର୍ଜନ ପାଇଁ ଘୋଷଣା କଲେ ଗ୍ରାମବାସୀ
  • ||
  • ଯାଜପୁର : ବାଇକକୁ ଧକ୍କା ଦେଲା କାର୍, ଜଣେ ମୃତ
  • ||
  • ଭୁବନେଶ୍ଵର : ଆଜି ଘନ କୁହୁଡ଼ି, ୨୮ରୁ ଶୀତ ଲହରୀ
  • ||
  • ଭୁବନେଶ୍ଵର : ଦେଶ ପାଳନ କରୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ଦୁନିଆ ଦେଖିବ ଭାରତର ଶକ୍ତି
  • ||

ବନ୍ୟା ପାଣି ଖସିଯାଇଛି, ପଚୁଛି ପନିପରିବା


କେନ୍ଦ୍ରାପଡା, ୩୧ ।୫ ବାତ୍ୟା ୟାସ ଚାଲିଗଲା କିନ୍ତୁ ଚାଷୀଙ୍କୁ ଦେଇଗଲା ଦୁଃଖ । କେନ୍ଦ୍ରାପଡା ଜିଲାରେ ଚାଷ ଜମିରେ ଲହରୀ ମାରୁଛି ଲୁଣା ପାଣି । ଆଉ ଯେଉଁଠି ପାଣି ଖସିଯାଇଛି ସେଠି ପଚିବାକୁ ବସିଲାଣି ପନିପରିବା ଫସଲ । ଅଧିକ କ୍ଷତିଗ୍ରସ୍ତ ହୋଇଛି ଡାଳୁଅ ଧାନ ଫସଲ । ପଟ୍ଟାମୁଣ୍ଡିଆ, ସିମିଳିଆ, ଶ୍ୟାମସୁନ୍ଦର ଆଦି ଅଞ୍ଚଳରେ ଚାଷୀଙ୍କୁ କ୍ଷତି ସହବାକୁ ପଡିଛି ।

ଯାଜପୁର ଜିଲାରେ ଚାଷୀଙ୍କ ଅବସ୍ଥା ମଧ୍ୟ ସେହିପରି ।ବନ୍ୟା ପାଣିରେ ପ୍ରବାହିତ ହୋଇଛନ୍ତି ଚାଷୀ । ନଦୀ କୂଳିଆ ଅଞ୍ଚଳବାସୀ କ୍ଷତିଗ୍ରସ୍ତ ହୋଇଛନ୍ତି । ପନିପରିବା ଫସଲ ଚାଷ ଜମିରେ ପଚୁଛି । ଯାହାକୁ ନେଇ ଚିନ୍ତାରେ ଚାଷୀଙ୍କୁ ପକାଇ ଦେଇଛି ।

ସେହିପରି ମୟୂରଭଞ୍ଜ ଜିଲା ଉଦଳାରେ ମଧ୍ୟ ଚାଷୀଙ୍କ ଦୁର୍ଦ୍ଦଶା ଦେଖିବାକୁ ମିଳିଛି । ସେଠାରେ ପବନରେ ଆମ୍ବ ଫସଲ ନଷ୍ଟ ହୋଇଛି । ପବନରେ ଆମ୍ବ ଖସି ପଡି ପଚୁଛି । କୁଇଣ୍ଟାଲ କୁଇଣ୍ଟାଲ ଆମ୍ବ ନଷ୍ଟ ହୋଇଯାଇଥିବା ଚାଷୀ କହିଛନ୍ତି ।