ପରିବା କ୍ଷେତରୁ ବଜାର ପହଞ୍ଚିବା ପରେ ଦାମ ହେଇଯାଉଛି ଦୁଇଗୁଣା, ଜାଣନ୍ତୁ କଣ’ ରହିଛି କାରଣ…

ଭଦ୍ରକ: ବଜାର  ରେ ପରିବା ଦର ଏବେ ଆକାଶ ଛୁଆଁ । ବାଇଗଣ ୬୦ କୁ ପୋଟଳ ୮୦ । ଅନ୍ୟ ପରିବା ଦର ମଧ୍ୟ ସମାନ । ଯେଉଁ ଅଞ୍ଚଳରେ ପରିବା ଚାଷ ହେଉଥିଲା ସେହି ଅଞ୍ଚଳର ଲୋକାଲ ବଜାରରେ ପରିବା ଟିକେ ଶସ୍ତାରେ ମିଳୁଥିଲା । କିନ୍ତୁ ସେହି ପରିବା ଚାଷ ହେଉଥିବା ଅଞ୍ଚଳର ପରିବା ଚାଷୀ ଙ୍କ ପାଇଁ ଦାଉ ସାଜିଛି ବର୍ଷା । ଉତ୍ପାଦନ ପୂର୍ବ ଭଳି ହେଉନାହିଁ । ପରିବା ଚାଷୀଙ୍କ ଉତ୍ପାଦିତ ପନିପରିବା ଚାଷୀଙ୍କ ବିକ୍ରି ଦାମ ଠାରୁ ବଜାର ରେ ପ୍ରାୟ ଦେଢ ଗୁଣରୁ ଦୁଇ ଗୁଣ ଅଧିକ ଦରରେ ବିକ୍ରି ହେଉଛି ।

ବାଡିଆ ବା ପରିବା ଚାଷୀ ଙ୍କ ଠାରୁ ଗୋଦାମ ମାଲିକ ମାନେ ମଧ୍ୟ ପରିବା ସଂଗ୍ରହ କରନ୍ତି । ତା ପରେ ପରିବା ଦୋକାନୀ ଙ୍କୁ ବିକ୍ରି କରିଥାନ୍ତି । ଏବେ କିନ୍ତୁ ଦେଶୀ ପରିବା କମ ଉତ୍ପାଦନ ଦେଉଥିବାରୁ ଅନ୍ୟ ଜିଲ୍ଲା ଓ ରାଜ୍ୟ ବାହାରୁ ପରିବା ମଗାଉଛନ୍ତି । ପରିବା ଆଣିବା ପାଇଁ ଗାଡି ବାବଦକୁ ମଧ୍ୟ ବହୁ ଖର୍ଚ୍ଚ ହେଉଛି । ବାଡିଆଙ୍କ ନିକଟ ରୁ ଆଣିଲେ ପରିବହନ ଖର୍ଚ୍ଚ କମ ହେଉଥିଲା । କିନ୍ତୁ ଏବେ ତେଲ ରେଟ ଅଧିକ ଥିବାରୁ ପରିବହନ ଖର୍ଚ୍ଚ ମଧ୍ୟ ବଢିଛି । କିନ୍ତୁ ସେମାନେ ଅଧିକ ଖର୍ଚ୍ଚ ନନେଇ ବେପାର କରୁଥିବା କହୁଛନ୍ତି । କିଲୋ ପ୍ରତି ମାତ୍ର ୫ ରୁ ୧୦ ଟଙ୍କା ଲାଭ ରଖି ବେପାରୀଙ୍କୁ ପରିବା ବିକ୍ରି କରୁଛନ୍ତି ବୋଲି କହୁଛନ୍ତି  ।

ପରିବା ଦୋକାନୀ ଗୋଦାମ ରୁ ଯାହା ଅଣୁଛନ୍ତି ଅଳ୍ପ ଲାଭ ରେ ବିକ୍ରି କରୁଥିବା କହୁଛନ୍ତି । ଦେଶୀ ପରିବା ଏବେ ଆବଶ୍ୟକ ମୁତାବିକ ମିଳୁନଥିବାରୁ ଚାଲାଣି ପରିବା ବିକୁଛନ୍ତି । କିନ୍ତୁ ସେ ମଧ୍ୟ ସେହିଭଳି କିଲୋପ୍ରତି ୫ ରୁ ୧୦ ଟଙ୍କା ଲାଭ ରଖୁଥିବା କହିଛନ୍ତି । କିନ୍ତୁ ପରିବା ବିକ୍ରେତା ସଂଘ ର ସଭାପତି କହୁଛନ୍ତି ଯେ ପରିବା ଆମଦାନୀ କମ ଥିବାରୁ ରେଟ ବଢୁଛି । ଅନ୍ୟ ଅଞ୍ଚଳର ପରିବା ବେପାରୀ ଆସି ଚାଷୀ ଙ୍କ ଠାରୁ ନେଇ ଅଧିକା ଦରରେ ପରିବା ବିକ୍ରି କରୁଛନ୍ତି । ଆଉ କିଛି ଦିନ ଗଲେ ଆମଦାନୀ ବଢିବ ଓ ପରିବା ଦର ମଧ୍ୟ କମିବ ।

ପରିବା ଦର ବୃଦ୍ଧି ପଛ ରେ କାରଣ ଏଇଆ ଯେ ଚାଷୀ ଙ୍କ ଠାରୁ ଗ୍ରାହକ ଙ୍କ ମଧ୍ୟ ରେ ୨ ଜଣ ମିଡିଲ ମେନ । କାରଣ ପରିବା ଚାଷୀ ନିଜ ଉତ୍ପାଦ ଗୋଦାମ କୁ କିମ୍ବା ବେପାରୀ ଙ୍କୁ ଦିଅନ୍ତି । ସେମାନେ ବେସ ଦୁଇ ପଇସା ଲାଭ ରଖି ପୁଣି ପରିବା ଦୋକାନୀ ଙ୍କୁ ଦିଅନ୍ତି । ବେପାରୀ ପରିବା କ୍ରୟ କରିବା ପରେ ସେ ମଧ୍ୟ ଲାଭ ରଖି ବିକ୍ରି କରନ୍ତି । ଆଉ ଗ୍ରାହକ ଙ୍କ ନିକଟ ରେ  ପହଞ୍ଚିବା ବେଳକୁ ପରିବା ଦର ଦୁଇ ଗୁଣା ହେଉଛି ।