ଦେଶରେ ପ୍ରଥମ ଥର ଲାଗୁ ହେବ ଗାଡି ରି-କଲ୍ କରିବାର ଅନ୍ତର୍ଜାତୀୟ ମାନକ, ଜାଣନ୍ତୁ ଗ୍ରାହକଙ୍କୁ ମିଳିବ କେଉଁ ଫାଇଦା

ନୂଆଦିଲ୍ଲୀ ୧୪/୧: ଅନ୍ୟ ଦେଶ ଭଳି ଏବେ ଭାରତରେ ମଧ୍ୟ ଭେଇକିଲ ରି-କଲ୍ ନିୟମ ଲାଗୁ ହେବ । ଏଥିପାଇଁ ମନସ୍ଥ କରିସାରିଛନ୍ତି ସରକାର । ଏହି ନିୟମ ଅନୁସାରେ ମେକାନିକଲ-ଇଲେକ୍ଟ୍ରିକଲ ସମସ୍ୟା ହେଲେ ନିର୍ମାତା କମ୍ପାନୀକୁ କାରର ସମ୍ପୂର୍ଣ୍ଣ ୟୁନିଟ୍ ଫେରାଇ ନେବାକୁ ହେବ । ବର୍ତ୍ତମାନ ସମୟରେ ଦେଶରେ ଭେଇକିଲ୍ ରି-କଲ୍ ନିୟମ ନାହିଁ । ଏଣିକି ଯାନର ଓଜନଠୁ ନେଇ ନିର୍ମାଣ ପ୍ରକ୍ରିୟା, ସଞ୍ଚାଳୟ ମାନକ ନିର୍ଦ୍ଧାରଣ କରିବା ଦାୟିତ୍ୱ ଜାତୀୟ ସଡକ ସୁରକ୍ଷା ବୋର୍ଡ ଅଧିନରେ ହେବ ।

ଲାଗୁ ହେବ ଅନ୍ତର୍ଜାତୀୟ ମାନକ
ମିଡିଆ ରିପୋର୍ଟ ଅନୁସାରେ ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି କି ସରକାର ଦେଶରେ ପ୍ରଥମ ଥର ଭେଇକଲ ରି-କଲ୍ ସମ୍ବନ୍ଧୀୟ ଅନ୍ତର୍ଜାତୀୟ ମାନକ ଲାଗୁ କରିବାକୁ ଯାଉଛନ୍ତି । ତଦନୁସାରେ କାର ଓ ଅନ୍ୟ ଯାନମାନଙ୍କରେ ମେକାନିକଲ-ଇଲେକ୍ଟ୍ରିକଲ ସମସ୍ୟା ହେଲେ କମ୍ପାନୀକୁ ବାହନର ସମ୍ପୂର୍ଣ୍ଣ ପ୍ରେରିତ ମାଲ୍ ଫେରାଇନେବା ବାଧ୍ୟତାମୂଳକ ହୋଇଯିବ ।

ମାଗଣାରେ ମରାମତି
କମ୍ପାନୀକୁ ସମ୍ପୂର୍ଣ୍ଣ ୟୁନିଟର ଯାନତ ତୃଟିକୁ ଠିକ୍ କରି ଗ୍ରାହକଙ୍କୁ ଦେବାକୁ ପଡିବ । ଏଥିପାଇଁ ଗ୍ରାହକଙ୍କୁ ଗୋଟିଏ ବି ପଇସା ଦେବାକୁ ପଡିବନି । ବର୍ତ୍ତମାନ ଭାରତରେ ଏମିତି ନିୟମ ନାହିଁ । କିନ୍ତୁ ଏଣିକି ଏହା ବାଧ୍ୟତାମୂଳକ ହେବ ।