ଭେଣ୍ଟିଲେଟରରେ ଲାଗିଲା ନିଆଁ, ୫ ମୃତ

ମସ୍କୋ ୧୩।୫ : ରୁଷର ସେଣ୍ଟ ପିଟସବର୍ଗ ସହର ସ୍ଥିତ ସେଣ୍ଟ ଜର୍ଜ ହସ୍ପିଟାଲରେ ଏକ ଦୁଃଖଦ ଘଟଣା ଘଟିଛି । ସେଠାରେ ଏବେ କେବଳ କରୋନା ରୋଗୀଙ୍କର ଚିକିତ୍ସା କରାଯାଉଥିଲା ବେଳେ ହସ୍ପିଟାଲର ଆଇସିୟୁରେ ଅଗ୍ନିକାଣ୍ଡ ଘଟିବାରୁ ୫ ଜଣ ରୋଗୀଙ୍କର ମୃତ୍ୟୁ ହୋଇଛି ।

ପ୍ରାଥମିକ ତଦନ୍ତରୁ କରୋନା ରୋଗୀଙ୍କ ପାଇଁ ଥିବା ଭେଣ୍ଟିଲେଟରରେ ସର୍ଟ-ସର୍କିଟ କାରଣରୁ ଗତକାଲି ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ଏହି ଘଟଣା ପରେ ସେଠାରେ ଚିକିତ୍ସା କରାଯାଉଥିବା ଆଉ ୧୫୦ ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ରୁଷରେ ଗତ କିଛି ଦିନ ଭିତରେ ଏଭଳି ଦୁଇଟି ଘଟଣା ଘଟିଲାଣି । ଏହା ପୂର୍ବରୁ ମସ୍କୋରେ କରୋନା ରୋଗୀଙ୍କୁ ଚିକିତ୍ସା କରାଯାଉଥିବା ଏକ ହସ୍ପିଟାଲରେ ନିଆଁ ଲାଗିବାରୁ ଜଣକର ମୃତ୍ୟୁ ହୋଇଥିଲା ଏବଂ ବାକି ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା ।

   ସମ୍ବନ୍ଧିତ ଖବର


ଶୁଙ୍ଘିକି କରୋନା ଭାଇରସକୁ ଚିହ୍ନଟ କରିବ କୁକୁର!ବିଶ୍ବର ଏହି ସବୁ ଦେଶ ଦେଉଛନ୍ତି ଟ୍ରେନିଂ

ପାକିସ୍ତାନର ମୁଖା ଖୋଲିଲେ ନଓ୍ବାଜ ସରିଫ୍, କହିଲେ-କାର୍ଗିଲ ଯୁଦ୍ଧ ବେଳେ ସେନା ପାଖରେ ଖାଦ୍ୟ ଓ ଅସ୍ତ୍ରଶସ୍ତ୍ର ନଥିଲା

ପୁରୁଣା ମାନଚିତ୍ର ସେୟାର କରି ଦଶହରାର ଶୁଭେଚ୍ଛା ଜଣାଇଲେ ପିଏମ୍‌ ଓଲି, ନେପାଳବାସୀ କହିଲେ..

୬୫ ବର୍ଷ ବୟସରେ ଦ୍ବିତୀୟ ବିବାହ କରିବେ ଜଣାଶୁଣା ଓକିଲ ହରିଶ ସାଲଭେ, କାହାକୁ ବାହା ହେବେ ଜାଣନ୍ତୁ

ଡ୍ରଗ୍ସ କିଣୁଥିବା ବେଳେ ଏନ୍‌ସିବି ହାତରେ ଧରାପଡ଼ିଲେ ଅଭିନେତ୍ରୀ

ପ୍ରଧାନମନ୍ତ୍ରୀ ପାକିସ୍ତାନ ଓ ଚୀନ୍‌ ସହ ଯୁଦ୍ଧ ତାରିଖ ସ୍ଥିର କରି ସାରିଛନ୍ତି – ୟୁପି ବିଜେପି ଅଧ୍ୟକ୍ଷଙ୍କ ବିବାଦିତ ବୟାନ