ହ୍ରଦ ମଝିରେ ଅତି ସୁନ୍ଦର ଲାଗେ ଏହି ଅଜବ ମହଲ, ପାଣି ଭିତରେ ଅଛି ୪ ମହଲା

ଜୟପୁର ୧୬/୪: ଭାରତରେ ଏମିତି ଅନେକ ଐତିହାସିକ ମହଲ ବା ବଙ୍ଗଳା ଅଛି ଯାହା ବହୁତ ଖାସ୍ । ଖାସକରି ରାଜସ୍ଥାନରେ ଏମିତି ଏକ ଐତିହାସିକ ପ୍ରାସାଦ ସବୁ ରହିଛି । ସେମାନଙ୍କ ମଧ୍ୟରୁ କିଛି ଶହ ଶହ ବର୍ଷ ପୂରୁଣା ତ ଆଉ କିଛି ହଜାର ହଜାର ବର୍ଷ ପୂରୁଣା । ଆଜି ଆମେ ଆପଣଙ୍କୁ ଏମିତି ଏକ ଐତିହ୍ୟ ସହିତ ପରିଚିତ କରିବୁ ଯାହା ୨୨୧ ବର୍ଷ ପୂରୁଣା କିନ୍ତୁ ଏବେ ବି ସେମିତି ଦମ୍ଭର ସହିତ ଠିଆ ହୋଇଛି ଯେମିତି ନିର୍ମାଣ ସରିବା ପରେ ଥିଲା ।

ଭାରତର ଏହି ଅଦ୍ଭୁତ ଐତିହ୍ୟର ନାଁ ‘ଜଳ ମହଲ’ ଯାହା କି ଯୋଧପୁରରେ ଅଛି । ପ୍ରକୃତରେ ଏହା ଏକ ମହଲ । ଜୟପୁର-ଆମେର ମାର୍ଗରେ ମାନସାଗର ହ୍ରଦ ମଧ୍ୟରେ ସ୍ଥିତ ଏହି ମହଲର ନିର୍ମାଣ ସୱାଇ ଜୟସିଂହ ୧୭୯୯ ମସିହାରେ କରିଥିଲେ । ଏହି ମହଲର ନିର୍ମାଣ ପୂର୍ବରୁ ଜୟସିଂହ ଜୟପୁର ଜଳପୂର୍ଣ୍ଣ ହେତୁ ଗର୍ଭାବତୀ ନଦୀରେ ବନ୍ଧ ନିର୍ମାଣ କରି ମାନସାଗର ହ୍ରଦର ନିର୍ମାଣ କରାଇଥିଲେ ।

ଆରାବଳୀ ପାହାଡ ଗର୍ଭରେ ସ୍ଥିତ ଜଳ ମହଲକୁ ମାନସାଗର ହ୍ରଦ ମଝିରେ ଥିବାରୁ ଏହାକୁ ‘ଆଇ ବଲ୍’ ମଧ୍ୟ କୁହାଯାଏ । ଏହା ବ୍ୟତୀତ ଏହା ‘ରୋମାଣ୍ଟିକ୍ ମହଲ’ ଭାବରେ ମଧ୍ୟ ଜଣାଶୁଣା । ରାଜା ତାଙ୍କ ରାଣୀଙ୍କ ସହ ଏଠାରେ ବିଶେଷ ମୂହୁର୍ତ୍ତ ବିତାଉଥିଲେ ।  ଏହା ବ୍ୟତୀତ ରାଜପ୍ରାସାଦର କୌଣସି କାର୍ଯ୍ୟକ୍ରମରେ ମଧ୍ୟ ଏହା ବ୍ୟବହୃତ ହେଉଥିଲା ।

ଏହି ପାଞ୍ଚ ମହଲା ବିଶିଷ୍ଟ ଜଳ ମହଲର ସବୁଠାରୁ ଖାସ୍ କଥା ହେଉଛି ଏହାର କେବଳ ଗୋଟିଏ ମହଲା ଜଳ ଉପରେ ଦେଖାଯାଏ । ବାକି ଚାରି ମହଲା ପାଣି ଭିତରେ ରହିଛି  । ଏହି କାରଣରୁ ଏହି ମହଲରେ କେବେବି ଗରମ ଅନୁଭୁତ ହୁଏନି ।  ଏହି ପ୍ରାସାଦରୁ ପର୍ବତ ଏବଂ ହ୍ରଦର ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳେ । ବିଶେଷକରି ରାତିରେ ଚନ୍ଦ୍ର ଆଲୋକରେ ଏହି ମହଲ ଅତି ସୁନ୍ଦର ଦେଖାଯାଏ । 

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏହି ମହଲର ନର୍ସରୀରେ ଏକ ଲକ୍ଷରୁ ଅଧିକ ଗଛ ଅଛି, ଯାହାର ଦିନରାତି ରକ୍ଷଣା ବେକ୍ଷଣା କରାଯାଏ । ଏଥିପାଇଁ  ପ୍ରାୟ ୪୦ ମାଳି ଏହି କାର୍ଯ୍ୟରେ ନିୟୋଜିତ ଅଛନ୍ତି । ବହୁ ସଂଖ୍ୟକ ଲୋକ ମଧ୍ୟ ଏଠାକୁ ବୁଲିବାକୁ ଆସନ୍ତି ।

   ସମ୍ବନ୍ଧିତ ଖବର


ପିଏମ୍‌ ମୋଦୀଙ୍କ ‘ଜଙ୍ଗଲରାଜ କି ଯୁବରାଜ’ ଆକ୍ଷେପର ଜବାବ ରଖିଲେ ତେଜସ୍ବୀ, କହିଲେ ‘ସେ ଦେଶର ପ୍ରଧାନମନ୍ତ୍ରୀ, ଯାହା ବି କହି ପାରିବେ’

Inoxର ଦମଦାର୍ ଅଫର: ୨୯୯୯ ଟଙ୍କାରେ ବୁକ୍ କରନ୍ତୁ ଥିଏଟର, ପରିବାର କିମ୍ବା ସାଙ୍ଗମାନଙ୍କ ସହ ଦେଖନ୍ତୁ ନିଜ ପସନ୍ଦର ଫିଲ୍ମ

ଭୂତ ସହିତ ଲିଭ୍ ଇନ୍ ରିଲେସନସିପରେ ଥିଲେ ଏହି ମହିଳା, ଦେଖନ୍ତୁ ଭିଡିଓ

ବୈଜ୍ଞାନିକ ତିଆରି କଲେ ପ୍ରଥମ ସିନ୍ଥେଟିକ୍‌ ମାନବ ଜିଭ

ମୁଙ୍ଗେରର‘ଲେଡି ସିଙ୍ଘମ’,ଜାଣନ୍ତୁ ତାଙ୍କୁ ଏବେ ଲୋକେ କାହିଁକି ଡାକୁଛନ୍ତି ‘ଜେନେରାଲ୍ ଡାୟାର୍’

ରେଲଓ୍ବେ ଇତିହାସର ପ୍ରଥମ ମାମଲା: ଅପହୃତ ଶିଶୁକୁ ବଞ୍ଚାଇବା ପାଇଁ ବିନା ଷ୍ଟପେଜରେ ଲଗାତାର ୨୪୦ କିଲୋମିଟର ଚାଲିଲା ଟ୍ରେନ