ପ୍ରମୁଖ ଖବର
  • ବିଜେପି ନୀଳଗିରି ବିଧାୟକ ଇଂ ସୁକାନ୍ତ ନାୟକ
  • ||
  • ଏପ୍ରିଲ୍‌ ୨ରୁ ନୂଆ ଶ୍ରେଣୀରେ ପଢ଼ିବେ ପିଲା, ନିର୍ଦ୍ଧାରିତ ସମୟରେ ବଣ୍ଟନ ହେବ ପାଠ୍ୟପୁସ୍ତକ
  • ||
  • ଏବେଠୁ ଜଳିଲାଣି ସାରା ଓଡ଼ିଶା, ଦିନ ସାଢେ ୧୧ଟାରେ ଟପିଗଲା ୩୬ ଡିଗ୍ରୀ
  • ||
  • ବିଜେଡିରେ ମିଶିଲେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ବଲାଙ୍ଗୀର ଲୋକସଭା ପ୍ରାର୍ଥୀ ନେଇ ଚର୍ଚ୍ଚା
  • ||
  • ବିଶ୍ୱରେ ୩୦% ହାରରେ ବଢ଼ୁଛି ଏଆଇ ନିଯୁକ୍ତି, ମେଶିନ ଲଣ୍ଣିଂ ସହ ଜଡିତ ପ୍ରଫେସନାଲଙ୍କ ବଢ଼ୁଛି ଚାହିଦା
  • ||
  • ବିଜେପିରେ ଟିକଟ କସରତ: ଆଜି ଆସିପାରେ ଦ୍ୱିତୀୟ ପର୍ଯ୍ୟାୟ ତାଲିକା, କୋର୍ କମିଟି ବୈଠକରେ ଚୂଡ଼ାନ୍ତ
  • ||
  • ବିଜେପି ଛାଡିଲେ ସାଲେପୁର ପୂର୍ବତନ ବିଧାୟକ ପ୍ରକାଶ ବେହେରା
  • ||

ସମ୍‌ରେ ଜଟିଳ ଅସ୍ତ୍ରୋପଚାର

ଭୁବନେଶ୍ୱର,୧୨ ।୩(ବ୍ୟୁରୋ): ସମ୍‌ ହସ୍ପିଟାଲରେ ଆଉ ଏକ ବିରଳ ଅସ୍ତ୍ରୋପଚାର ହୋଇଛି । ଜଣେ ୩୯ ବର୍ଷୀୟା ମହିଳାଙ୍କ ଫୁସଫୁସ୍‌ କାର୍ସିନଏଡ୍‌ ଟ୍ୟୁମରର ସଫଳ ଅସ୍ତ୍ରୋପଚାର କରିଛନ୍ତି ହସ୍ପିଟାଲର ଅଙ୍କୋଲୋଜି ବିଭାଗ ଡାକ୍ତର ।
ମହିଳା ଜଣଙ୍କ ବାମପାଶ୍ୱର୍ ଫୁସଫୁସରେ କାର୍ସିନଏଡ୍‌ ଟ୍ୟୁମର ହୋଇଥିଲା । ରୋଗ ଚିହ୍ନଟ ହେବା ପରେ ମହିଳା ଜଣକ ଅନେକ ହସ୍ପିଟାଲକୁ ଯାଇଥିଲେ । ସବୁଆଡ଼ୁ ନିରାଶ ହେବା ପରେ ଶେଷରେ ସମ୍‌ ହସ୍ପିଟାଲକୁ ଆସିଥିଲେ । ପରୀକ୍ଷା ପରେ ସ୍ପଷ୍ଟ ହୋଇଥିଲା, ମହିଳାଙ୍କ ବାମ ପାଶ୍ୱର୍ ଫୁସଫୁସର ଅଧା ଭାଗକୁ ଲୋୱର ଗ୍ରେଡ୍‌ ଟ୍ୟୁମର ବ୍ୟାପିଥିଲା । ଏଥିପାଇଁ ଅସ୍ତ୍ରୋପଚାରର ଆବଶ୍ୟକତା ଥିଲା । ତେଣୁ ଡାକ୍ତରୀ ଟିମ୍‌ ନ୍ୟୁମୋନେକ୍‌ଟୋମୀ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହାଦ୍ୱାରା ତାଙ୍କର ସଂପୂର୍ଣ୍ଣ ବାମପାଶ୍ୱର୍ର ଫୁସଫୁସକୁ ସଫଳତାର ସହ କାଢି ବାହାର କରାଯାଇଥିଲା ।
ହସ୍ପିଟାଲର ଅଙ୍କୋ ସର୍ଜରୀ ବିଭାଗର ଡାକ୍ତର ସୁନିଲ୍‌ ଅଗ୍ରୱାଲ ଅସ୍ତ୍ରୋପଚାରର ନେତୃତ୍ୱ ନେଇଥିଲେ । ଅସ୍ତ୍ରୋପଚାର ଟିମ୍‌ରେ ଅନ୍ୟ ମାନଙ୍କ ମଧ୍ୟରେ ଡାକ୍ତର ଅମିତାଭ ଜେନା, ଡା.ପ୍ରଦ୍ୟୁମ୍ନ ସାହୁ, ଡା.ସୌରଭ ମିଶ୍ର, ନିଶ୍ଚେତକ ବିଭାଗର ଶ୍ରୀହର୍ଷ ଶତପଥୀ ଓ ଡା. ସୁଦୀପ ସାମିଲ ଥିଲେ । ଡା.ରାଜେଶ ଲେଙ୍କା, ଡା. ଏସ ଏନ ମହାନ୍ତି ଓ ଦେବୀ ମହାନ୍ତି ଏଥିରେ ସହଯୋଗ କରିଥିଲେ ।
ଡା.ଅଗ୍ରୱାଲ ସୂଚନା ଦେଇ କହିଛନ୍ତି, ରୋଗୀ ଜଣକ ଏବେ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି । ଏଭଳି ଅସ୍ତ୍ରୋପଚାର ସମ୍‌ ହସ୍ପିଟାଲରେ ସଫଳତାର ସହ କରାଯାଉଛି । ତେଣୁ କ୍ୟାନ୍‌ସର ଆକ୍ରାନ୍ତ ରୋଗୀ ଭୟଭୀତ ନହୋଇ ସମ୍‌ ହସ୍ପିଟାଲକୁ ଆସନ୍ତୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.