PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟ: କରୋନାରେ ଆଖିବୁଜିଲେ ୧୭ ଜଣ ସଂକ୍ରମିତ, ମୃତକଙ୍କ ସଂଖ୍ୟା ୨୧୨୧କୁ ଛୁଇଁଲା
  • ||
  • ଓଡ଼ିଶାରେ ୫ ଲକ୍ଷ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୫୨୧ ଜଣ ଆକ୍ରାନ୍ତ
  • ||
  • ଜାମ୍ମୁ କାଶ୍ମୀର : ସୁରକ୍ଷାବାହିନୀକୁ ବଡ଼ ସଫଳତା, ୩ ଆତଙ୍କୀ ନିପାତ, ଭୟରେ ଜଣେ ଆତଙ୍କବାଦୀ କଲା ଆତ୍ମସମର୍ପଣ
  • ||
  • ଭୁବନେଶ୍ଵର : ତାତିରୁ ମିଳିଛି ସାମାନ୍ୟ ଆଶ୍ଵସ୍ତି, ଖସିଛି ପାରଦ, ୯ ଯାଏଁ କାଳବୈଶାଖୀ ସମ୍ଭାବନା
  • ||
  • ତାଳଚେର : ଅନୁଗୁଳ ତଳଗଡ଼ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳା ମୃତ
  • ||

ବର୍ଷୀୟାନ ଅଭିନେତା ଶ୍ରୀରାମ ଲାଗୁଙ୍କ ପରଲୋକ,ବଲିଉଡ଼ରେ ଶୋକର ଛାୟା

ମୁମ୍ବାଇ ୧୮/୧୨: ବର୍ଷୀୟାନ ଅଭିନେତା ତଥା ବିଶିଷ୍ଟ ନାଟ୍ୟ କଳାକାର ଶ୍ରୀରାମ ଲାଗୁଙ୍କର ମଙ୍ଗଳବାର ପୁନେର ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି । ତାଙ୍କୁ ୯୨ ବର୍ଷ ହୋଇଥିଲା । ପେସାରେ ଜଣେ ଡାକ୍ତର ଥିବା ଲାଗୁ ତାଙ୍କ କ୍ୟାରିୟର ଭିତରେ ୧୦୦ରୁ ଅଧିକ ହିନ୍ଦୀ ଓ ମରାଠୀ ଫିଲ୍ମ୍‌ର ଅଭିନୟ କରିଛନ୍ତି । ଏଥିସହ ୨୦ଟି ମରାଠି ନାଟକର ମଧ୍ୟ ସେ ନିର୍ଦ୍ଦେଶନା ଦେଇଥିଲେ ।

ପଚାଶ ଦଶକରେ ମୁମ୍ବାଇ ବିଶ୍ୱବିଦ୍ୟାଳୟରୁ ଡାକ୍ତରୀ ଶିକ୍ଷା ହାସଲ ପରେ କିଛିବର୍ଷ ପାଇଁ ଇଏନ୍‌ଡି ଡାକ୍ତର ଭାବେ କାର୍ଯ୍ୟ କଲେ । ମାତ୍ର ପରେ ଫିଲ୍ମ ଓ ନାଟକ ପ୍ରତି ଆକୃଷ୍ଟ ହୋଇପଡ଼ିଥିଲେ । ପ୍ରାରମ୍ଭରେ ଆହତ, ପିଞ୍ଜରା, ମେରେ ସାଥ ଚଲ୍‌ ଓ ସାମ୍‌ନା ଭଳି ଫିଲ୍ମରେ ସେ ଅଭିନୟର ସୁଯୋଗ ପାଇଲେ । ଫିଲ୍ମ ନିର୍ମାତା ଓ ନିର୍ଦ୍ଦେଶକମାନେ ତାଙ୍କୁ ଜଣେ ଚରିତ୍ର ଅଭିନେତା ଭାବେ ଗ୍ରହଣ କରିନେଇଥିଲେ । ଅଶୀ ଓ ନବେ ଦଶକରେ ସେ ପ୍ରାୟ ୫୦ରୁ ଅଧିକ ହିନ୍ଦୀ ଏବଂ ମରାଠି ଫିଲ୍ମରେ ଅଭିନୟ କରିଥିଲେ ।

ସେ ଅନେକ ସମ୍ମାନ ଓ ପୁରସ୍କାର ମଧ୍ୟ ପାଇଥିଲେ । ତାଙ୍କ ପରଲୋକରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାବଡେକରଙ୍କ ସମେତ ବଲିଉଡ ଜଗତର ବହୁ କଳାକାର, ନିର୍ମାତା ଓ ନିର୍ଦ୍ଦେଶକ ଦୁଃଖ ପ୍ରକାଶ କରିଛନ୍ତି ।

ସମ୍ବନ୍ଧିତ ଖବର