PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ : ରିଆମାଳ ରେଞ୍ଜ ନୁଆଁଡିହି ସେକ୍ସନ ଖିଲେଇ ଜଙ୍ଗଲରେ ହାତୀ ଆକ୍ରମଣ ଯୋଗୁଁ ବନ ଶ୍ରମିକ ଗୁରୁତର
  • ||
  • କୋଣାର୍କ : ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

ପରଲୋକରେ ଓଡିଆ ସଙ୍ଗୀତ ନିର୍ଦ୍ଦେଶକ ରାଖଲ ମହାନ୍ତି

କଟକ,୧୪।୪: ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ରାଖାଲ ମହାନ୍ତିଙ୍କର ଆଜି କଟକ ବାଦାମବାଡି ସ୍ଥିତ ତାଙ୍କ ବାସଭବନରେ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୮ବର୍ଷ ହୋଇଥିଲା । ରାଖାଲ ମହାନ୍ତି ଓଡ଼ିଆ ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇ ବେଶ୍ ଲୋକପ୍ରିୟତା ହାସଲ କରିଥିଲେ। ତାଙ୍କ ବିୟୋଗ ଓଡ଼ିଆ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳାଇ ଦେଇଛି।  ଆକାଶବାଣୀରୁ ରାଖାଲ ମହାନ୍ତି ତାଙ୍କ ସଙ୍ଗୀତଜ୍ଞ ଜୀବନ ଆରମ୍ଭ କରିଥିଲେ । ସେ ଆକାଶବାଣୀ, ଦୂରଦର୍ଶନ, ଆଲବମ୍ ଏବଂ ଓଡ଼ିଆ କଥାଚିତ୍ର କ୍ଷେତ୍ରରେ ଜଣେ ପରିଚିତ ବ୍ୟକ୍ତିତ୍ବ ଥିଲେ ।

ତାଙ୍କ ସଙ୍ଗୀତ ନିର୍ଦ୍ଦେଶନା ଚଳଚ୍ଚିତ୍ର ମଧ୍ୟରେ ରହିଛି ‘ଘର ସଂସାର’, ‘ଅମର ପ୍ରେମ’, ‘ତ୍ରିନାଥ ମେଳା’ ଓ ‘ଅକ୍ଷୟ ତୃତୀୟା’ ଆଦି ଫିଲ୍ମ। ‘ଅକ୍ଷୟ ତୃତୀୟା’ର ଗୀତ ‘ଆସ କିଏ ଖାଇବ ହୋ ଆମ ରାଜାବାବୁ ଘର ଖାନା..’, ‘ଅମର ପ୍ରେମ’ର ଗୀତ ‘ନା ମାରନା…’, ‘ଘର ସଂସାର’ର ଗୀତ ‘ଗେଲ ବସରର ଦିନ ସରିଗଲା …’ ଏବଂ ‘ତ୍ରିନାଥ ମେଳା’ର ଗୀତ ‘ଆଲୋ ସୁନ୍ଦରି ତୋ କଥାରେ ନାଚିବି ଭାଲୁ ସାଙ୍ଗରେ..’ ଆଦି ଗୀତ ତାଙ୍କୁ ଚିର ଦିନ ଅମର କରି ରଖିବ। ରାଖାଲଙ୍କ ପ୍ରତିଟି ସିନେମାର ଗୀତ ସୁପରହିଟ୍‌ ରହିଛି । ୨୦୧୭ରେ ରାଜ୍ୟ ସରକାର ରାଖାଲ ମହାନ୍ତିଙ୍କୁ ସଙ୍ଗୀତ ଜଗତର ସର୍ବୋଚ୍ଚ ସମ୍ମାନ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନରେ ସମ୍ମାନୀତ କରିଥିଲେ ।

୧୯୩୨ ମସିହାରେ କେନ୍ଦ୍ରାପଡ଼ା ଜିଲ୍ଲାର ତଟନାଠାରେ ରାଖାଲ ମହାନ୍ତି ଜନ୍ମଗ୍ରହଣ କରିଥିଲେ। ପିଲାବେଳୁ ସଙ୍ଗୀତ ପ୍ରତି ଆକୃଷ୍ଟ ରାଖାଲ, ୧୯୪୮ମସିହାରେ ମାଟ୍ରିକ ପାସ କଲାପରେ, ନିଜକୁ ସଙ୍ଗୀତରେ ସମ୍ପୁର୍ଣ୍ଣ ଭାବରେ ନିମଜ୍ଜିତ କରିଥିଲେ । ୧୯୭୩ ମସିହାରେ ସେ, ଅଖିଳ ଭାରତୀୟ ଗନ୍ଧର୍ବ ମହାବିଦ୍ୟାଳୟ ମଣ୍ଡଳରୁ ଗାୟନରେ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିଥିଲେ । ସେ ପଣ୍ଡିତ ଭୁବନେଶ୍ବର ମିଶ୍ର  ଓ ବାଳକୃଷ୍ଣ ଦାସଙ୍କ ନିକଟରୁ ସଙ୍ଗୀତ ଶିକ୍ଷା କରିଥିଲେ । ୧୯୫୫ରୁ ୧୯୭୩ ମସିହା ପର୍ଯ୍ୟନ୍ତ, ସେ କଟକର କଳା ବିକାଶ କେନ୍ଦ୍ରରେ ସଙ୍ଗୀତ ଶିକ୍ଷାଦାନ କରିଥିଲେ । ସେ ଆକାଶବାଣୀ କଟକ ଓ ଦୂରଦର୍ଶନର ଜଣେ ସ୍ବୀକୃତିପ୍ରାପ୍ତ ସଙ୍ଗୀତ ନିର୍ଦ୍ଦେଶକ ମଧ୍ୟ ଥିଲେ ।