ପଦ୍ମ ପୁରସ୍କାର ଗ୍ରହଣ କରିବାକୁ ମନା କରିଦେଲେ ଗାୟିକା ସନ୍ଧ୍ୟା ମୁଖାର୍ଜୀ, କହିଲେ-‘ଏହା ମୋ ପାଇଁ ଅପମାନ’

ନୂଆଦିଲ୍ଲୀ ୨୬/୦୧: ୭୩ ତମ ଗଣତନ୍ତ୍ର ଦିବସ ପୂର୍ବରୁ ଭାରତ ସରକାର ପଦ୍ମ ପୁରସ୍କାର ତାଲିକା ପ୍ରକାଶ କରିଛନ୍ତି। ଏହି ତାଲିକାରେ ଜଣାଶୁଣା ଗାୟିକା ସନ୍ଧ୍ୟା ମୁଖାର୍ଜୀ ନାମ ଅନ୍ତର୍ଭୁକ୍ତ କରାଯାଇଛି। କିନ୍ତୁ ଗାୟିକା ପଦ୍ମଶ୍ରୀ ସମ୍ମାନ ଗ୍ରହଣ କରିବାକୁ ମନା କରି ଦେଇଛନ୍ତି।
ଗାୟିକାଙ୍କ ଝିଅ ସୌମୀ ସେନଗୁପ୍ତା କହିଛନ୍ତି, ଏହି ପୁରସ୍କାର ପାଇଁ କେନ୍ଦ୍ର ସରକାରଙ୍କ ଅଧିକାରୀମାନେ ତାଙ୍କ ମା’ଙ୍କ ସହ ଟେଲିଫୋନ୍ ଯୋଗେ ଯୋଗାଯୋଗ କରିଥିଲେ। ଦିଲ୍ଲୀରୁ ଫୋନ୍ କରିଥିବା ବରିଷ୍ଠ ଅଧିକାରୀଙ୍କୁ ସନ୍ଧ୍ୟା କହିଛନ୍ତି, ସେ ଗଣତନ୍ତ୍ର ଦିବସ ପୁରସ୍କାର ତାଲିକାରେ ପଦ୍ମଶ୍ରୀ ପାଇବାକୁ ଆଗ୍ରହୀ ନୁହଁନ୍ତି। ୯୦ ବର୍ଷ ବୟସରେ କୌଣସି ଗାୟିକାଙ୍କୁ ପଦ୍ମଶ୍ରୀ ପାଇଁ ଚୟନ କରିବା ଅତ୍ୟନ୍ତ ଅପମାନଜନକ। ‘ପଦ୍ମଶ୍ରୀ ଜଣେ ଜୁନିୟର କଳାକାରଙ୍କ ପାଇଁ ଅଧିକ ଉପଯୁକ୍ତ’।
ସନ୍ଧ୍ୟା ମୁଖାର୍ଜୀଙ୍କୁ ‘ବଙ୍ଗ ବିଭୂଷଣ’ ସମେତ ଅନେକ ସମ୍ମାନଜନକ ପୁରସ୍କାରରେ ସମ୍ମାନିତ କରାଯାଇଛି। ଏହି କାରଣରୁ ସେ ପଦ୍ମଶ୍ରୀକୁ ନିଜ ପାଇଁ ସର୍ବୋତ୍ତମ ପୁରସ୍କାର ଭାବରେ ଗ୍ରହଣ ନକରି ମନା କରିଦେଇଛନ୍ତି।