ଇଣ୍ଡେନ୍ ଗ୍ୟାସର ଅବହେଳା ଯୋଗୁଁ ୫୮ଲକ୍ଷ ଗ୍ରାହକଙ୍କ ଆଧାର ତଥ୍ୟ ହେଲା ଲିକ୍

ନୂଆଦିଳ୍ଲୀ,୧୯/୨: ସରକାରୀ ଗ୍ୟାସ କମ୍ପାନି ଇଣ୍ଡେନର ଅବହେଳା ଯୋଗୁଁ ୫୮ ଲକ୍ଷରୁ ଅଧିକ ଗ୍ରାହକଙ୍କ ଆଧାର ନମ୍ବର ଏବଂ ଅନ୍ୟ ତଥ୍ୟ ସବୁ ଲିକ୍ ହୋଇଯାଇଛି ବୋଲି ଫ୍ରାନ୍ସର ଏକ ଗବେଷକ ଅଭିଯାଗ କରିଛନ୍ତି। ଗବେଷକ ବାପଟିଷ୍ଟ ରୋବର୍ଟ ମଙ୍ଗଳବାର ଦିନ ଏଲିୟଟ୍ ଏଲ୍ଡରସନ୍ ନାମକ ଟ୍ବିଟରରେ କହିଛନ୍ତି, ସ୍ଥାନୀୟ ବ୍ୟବସାୟୀଙ୍କ ପୋର୍ଟାଲରେ ଯାଞ୍ଚ ନ ହେବା ଯୋଗୁଁ ଇଣ୍ଡେନର ଗ୍ରାହକଙ୍କ ନାମ, ଠିକଣା ଏବଂ ଆଧାର ନମ୍ବର ଲିକ୍ ହୋଇଯାଉଛି। ରୋବର୍ଟ ପୂର୍ବରୁ ମଧ୍ୟ ଆଧାର ସହିତ ଯୋଡ଼ି ହୋଇଥିବା ଲିଙ୍କର ପ୍ରକଟ କରିସାରିଛନ୍ତି।
ରୋବର୍ଟଙ୍କ ଅନୁସାରେ, ପାଇଥନ୍ ନାମରେ ଥିବା ଟେକ୍ନିକାଲ୍ କୋଡ୍ ଜରିଆାରେ ସେ ୧୧ ହଜାର ବ୍ୟବସାୟୀଙ୍କ ଲଗିନ୍ ଆଇଡି ହାସଲ କରିସାରିଛନ୍ତି। ଏଥିରୁ ୯,୪୯୦ ବ୍ୟବସାୟୀଙ୍କ ସହିତ ଯୋଡ଼ି ରହିଥିବା ୫୮ ଲକ୍ଷ ୨୬ ହଜାର ୧୧୬ ଗ୍ରାହକଙ୍କ ଡାଟା ଆଉ ଗୋଟେ-ଦୁଇ ଦିନ ଭିତରେ ହିଁ ପ୍ରବେଶ କରିବ।

ଗବେଷକଙ୍କ କହିବାଅନୁସାରେ, ଆଇପି ଠିକଣା ବ୍ଲକ ହେବା ଯୋଗୁଁ ସେ ବାକି ୧,୫୭୨ ବ୍ୟବସାୟୀଙ୍କ ଯାଞ୍ଚ କରିପାରୁ ନାହାଁନ୍ତି। କିନ୍ତୁ ଏହା ସହିତ ଯୋଡ଼ି ରହିଥିବା ଗ୍ରାହକଙ୍କୁ ଯଦି ସାମିଲ କରାଯାଏ ତେବେ ୬୭ ଲକ୍ଷ ୯୧ ହଜାର ୨୦୦ ଗ୍ରାହକଙ୍କ ଡାଟା ଲିକ୍ ହୋଇପାରିଥାନ୍ତା।
ଇଣ୍ଡେନ୍ ଗ୍ୟାସର ଗ୍ରାହକଙ୍କ ଡାଟା ଲିକ୍ ହେବା, ଏହା ଦ୍ବିତୀୟ ଥର ପାଇଁ ହୋଇଛି। ଏହା ପୂର୍ବରୁ ମାର୍ଚ୍ଚ ୨୦୧୮ରେ ମଧ୍ୟ କମ୍ପାନିର ଗ୍ରାହକ ପୁରା ଡାଟା ଲିକ୍ ହୋଇଥିଲା।