କରମବୀର ସିଂହଙ୍କୁ ନୌସେନାଧ୍ୟକ୍ଷ କରିବା ନିଷ୍ପତ୍ତି ବିରୋଧରେ କୋର୍ଟ ଗଲେ ଭାଇସ୍ ଆଡମିରାଲ ବିମଳ ବର୍ମା

ନୂଆଦିଲ୍ଲୀ,୮।୪: ଭାଇସ୍ ଆଡମିରାଲ କରମବୀର ସିଂହଙ୍କୁ ଆଗାମୀ ନୌସେନା ମୁଖ୍ୟ ଭାବରେ ନିଯୁକ୍ତ କରାଯିବା ବିରୋଧରେ ଭାଇସ୍ ଆଡମିରାଲ ବିମଳ ବର୍ମା ସେନାକୋର୍ଟର ଦ୍ବାରସ୍ତ ହୋଇଛନ୍ତି। ସରକାର ନିକଟରେ କରମବୀର ସିଂହଙ୍କୁ ଭାରତୀୟ ନୌସେନାର ମୁଖ୍ୟ କରିବା ନେଇ ଘୋଷଣା କରିଥିଲେ। ବିମଳ ବର୍ମାଙ୍କ ଅଭିଯୋଗ ଅନୁସାରେ ନୌସେନାଧ୍ୟକ୍ଷ କରିବା ନିଷ୍ପତ୍ତିରେ କେନ୍ଦ୍ର ସରକାର ତାଙ୍କୁ ଅଣଦେଖା କରିଛନ୍ତି। ସେ କରମବୀରଙ୍କ ସିଂହଙ୍କ ଠାରୁ ସିନିୟର ହୋଇଥିଲେ ମଧ୍ୟ ତାଙ୍କ ଉପରେ ଭରସା କରାଯାଇନି। କେବଳ ଏବେ ନୁହେଁ ପୂର୍ବରୁ ମଧ୍ୟ ସରକାର ବରିଷ୍ଠତା ଭିତ୍ତିରେ ନିଯୁକ୍ତି ଦେଇନାହାନ୍ତି।
ଭାଇସ୍ ଆଡମିରାଲ ବିମଳ ବର୍ମା ଆଣ୍ଡାମାନ ନିକୋବର କମାଣ୍ଡ(ଏଏନସି)ର ମୁଖ୍ୟ ଅଟନ୍ତି। ସେ ୧୯୮୦ରେ କରମବୀର ସିଂହଙ୍କ ଠାରୁ ୬ ମାସ ପୂର୍ବରୁ ସେନାରେ କମିଶନ୍ ହାସଲ କରିଥିଲେ ବୋଲି କହିଛନ୍ତି। କରମବୀର ୩୧ ମଇ ୨୦୧୯ରେ ଅବସର ଗ୍ରହଣ କରିବେ। ଏହାପରେ ସେ ନୌସେନା ମୁଖ୍ୟ ଆଡମିରାଲ ସୁନିଲ ଲାମ୍ବାଙ୍କ ସ୍ଥାନ ନେବେ। ଆଡମିରାଲ କରମବୀର ସିଂହ ଏହା ପୂର୍ବରୁ ହେଲିକପ୍ଟର ପାଇଲଟ୍ ଥିଲେ।