ନୂତନ ନୌସେନାଧ୍ୟକ୍ଷଙ୍କ ନିଯୁକ୍ତି ବିରୋଧରେ କରିଥିବା ଆବେଦନକୁ ଫେରାଇ ନେଲେ ଭାଇସ ଆଡମିରାଲ ବିମଳ ବର୍ମା

ନୂଆଦିଲ୍ଲୀ,୯।୪: ନୂତନ ନୌସେନା ମୁଖ୍ୟ ଭାବରେ ଭାଇସ ଆଡମିରାଲ କରମବୀର ସିଂହଙ୍କ ଚୟନକୁ ଚ୍ୟାଲେଞ୍ଜ କରି ସେନା କୋର୍ଟରେ ଚ୍ୟାଲେଞ୍ଜ କରିଥିବା ଭାଇସ ଆଡମିରାଲ ବିମଳ ବର୍ମା ତାଙ୍କର ପିଟିସନ୍ ଫେରାଇ ନେଇଛନ୍ତି। ଏହାର କାରଣ ହେଉଛି ଏପର୍ଯ୍ୟନ୍ତ ଏହି ସମସ୍ୟାକୁ ନେଇ ସେ ସରକାରଙ୍କ ସମ୍ମୁଖରେ ରଖିନଥିଲେ, କିନ୍ତୁ ପକ୍ରିୟା ଅନୁସାରେ ପ୍ରଥମେ ଏହି ଅଭିଯୋଗ ସରକାରଙ୍କ ନିକଟରେ କରାଯିବା ପରେ କୋର୍ଟରେ କରିବାକୁ ପଡେ।
ଉଲ୍ଳେଖନୀୟ ଯେ ନୌସେନା ମୁଖ୍ୟ ଆଡମିରାଲ ସୁନିଲ ଲାମ୍ବା ମଇରେ ଅବସର ଗ୍ରହଣ କରୁଛନ୍ତି। ମାର୍ଚ୍ଚ ଶେଷ ସପ୍ତାହରେ ଭାଇସ ଆଡମିରାଲ କରମବୀର ସିଂହଙ୍କୁ ନୂତନ ନୌସେନା ଭାବରେ ନିଯୁକ୍ତ କରିବା ନେଇ ଘୋଷଣା କରାଯାଇଥିଲା। ଏହାକୁ ନେଇ ଭାଇସ ଆଡମିରାଲ ବିମଳ ବର୍ମା ଆପତ୍ତି ଉଠାଇଛନ୍ତି। ସେ କହିଛନ୍ତି ତାଙ୍କର ବରିଷ୍ଠତାକୁ ଅଣଦେଖା କରାଯାଇ କରମବୀର ସିଂହଙ୍କୁ ଚୟନ କରାଯାଇଛି।
ଏହି ପ୍ରସଙ୍ଗକୁ ନେଇ ସେ ଆର୍ମଡ ଫୋର୍ସ ଟ୍ରିବ୍ୟୁନାଲଙ୍କ ପାଖକୁ ଯାଇଛନ୍ତି। ତାଙ୍କ ପଉ ତାଙ୍କର ଝିଅ ରିହା ବର୍ମା ଏବଂ ଓକିଲ ଅଙ୍କୁର ଛିବର ପିଟିସନ୍ ଦାଖଲ କରିଥିଲେ। କିନ୍ତୁ ଟ୍ରିବ୍ୟୁନାଲ ଆବେଦନକାରୀଙ୍କୁ ପ୍ରଶ୍ନ ପଚାରିଥିଲେ ପ୍ରଥମେ ସରକାରଙ୍କ ପାଖରେ କାହିଁକି ଅଭିଯୋଗ କଲେ ନାହିଁ? ରିହା କହିଛନ୍ତି ଆମ ପକ୍ଷରୁ ସରକାରଙ୍କ ସାମନାରେ ଏଥିପାଇଁ ଅଭିଯୋଗ ହେଲା ନାହିଁ ଯେ, ଏହି ମାମଲା ପ୍ରତିରକ୍ଷା ଓ ପରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତା ସରକ୍ଷା କମିଟି ପାଖକୁ ଯାଇଥାନ୍ତା। ଆର୍ମଡ ଫୋର୍ସେସ ଏହି ପକ୍ଷକୁ ନେଇ ଅସନ୍ତୁଷ୍ଟ ଅଛନ୍ତି। ନିଜର ଆବେଦନରେ ସେ କହିଥିଲେ ନେଭି ଆକ୍ଟ ଅନୁସାରେ ସମସ୍ତ ପକ୍ରିୟା ଶେଷ ହୋଇଯାଇଛି, କିନ୍ତୁ ସରକାରଙ୍କ ସାମନାରେ ପ୍ରଶ୍ନର ପକ୍ରିୟା ଶେଷ ହୋଇନାହିଁ।
ଉଲ୍ଲେଖନୀୟ ଯେ ସରକାରଙ୍କ ପକ୍ଷରୁ ଆଡମିରାଲ କରମବୀର ସିଂହଙ୍କୁ ନୂତନ ସେନା ମୁଖ୍ୟ ଭାବରେ ନିଯୁକ୍ତ କରାଯାଇଛି, ସେ ନୌସେନାରେ ସବୁଠାରୁ ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ପ୍ରଥମ ନମ୍ବରରେ ଆବେଦନ କରିଥିବା ଆଡମିରାଲ ବିମଳ ବର୍ମା ରହିଛନ୍ତି, ଯିଏକି ଏବେ ଆଣ୍ଡାମାନ-ନିକୋବରରେ କମାଣ୍ଡ ଚିଫ୍ ଅଛନ୍ତି।