ଆସନ୍ତା ୬ରେ ଓଡ଼ିଶା ଆସିବେ ଉପରାଷ୍ଟ୍ରପତି

ଭୁବନେଶ୍ୱର ୨୧/୯: ଉପରାଷ୍ଟ୍ରପତି ଏମ୍‌ ଭେଙ୍କିଆ ନାଇଡୁ ଆସନ୍ତା ୬ ତାରିଖରେ ଓଡ଼ିଶା ଆସିବେ । ଦିନିକିଆ ଗସ୍ତରେ ଓଡ଼ିଶା ଆସି ୩୯ତମ ବିଶ୍ୱ କବି ସମ୍ମିଳନୀରେ ଯୋଗଦେବେ । ଏନେଇ ପୁଲିସ୍‌ ଓ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଉପରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ଚଳିତ ମାସ ୨୭ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଆସନ୍ତା ଅକ୍ଟୋବର ୨ ରୁ ୬ ତାରିଖ ପର୍ଯ୍ୟନ୍ତ କିଟ୍‌ ବିଶ୍ୱବିଦ୍ୟାଳୟ ପରିସରରେ ୩୯ ତମ ବିଶ୍ୱ କବି ସମ୍ମିଳନୀ ଅନୁଷ୍ଠିତ ହେବ । ୬ ତାରିଖ ଦିନ ଏହି ସମ୍ମିଳନୀର ଉଦ୍‌ଯାପନୀ ଉତ୍ସବରେ ଯୋଗ ଦେବେ ଉପରାଷ୍ଟ୍ରପତି ଶ୍ରୀ ନାଇଡୁ ।

୬ ତାରିଖ ସକାଳ ୧୦ ଟା ୪୫ ମିନିଟରେ ଏକ ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ ଉପରାଷ୍ଟ୍ରପତି । ସେଠାରୁ ସିଧା ବିଶ୍ୱ କବି ସମ୍ମିଳନୀକୁ ଯିବେ । ସେଠାରୁ ଫେରି ରାଜଭନରେ ମଧ୍ୟାହ୍ନ ଭୋଜନ କରିବେ। ପରେ ସମାଜ ଖବରକାଗଜ ଶତ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ପରେ ସନ୍ଧ୍ୟାବେଳେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ।

   ସମ୍ବନ୍ଧିତ ଖବର


ଏଥର ଦଶହରା ଛୁଟିରେ ବି ଆର୍‌ଟିଓରେ ହେବ ଗାଡି ପଞ୍ଜିକରଣ, ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ ଖୋଲା ରହିବ ପରିବହନ କାର୍ଯ୍ୟାଳୟ

କରୋନା ସହ ୧୫ ଦିନ ଲଢ଼େଇ ପରେ ହାରିଗଲେ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ରୁକ୍ମଣୀ ଦେବୀ

ଆଜି ମୃଣ୍ମୟୀ ଦେବୀଙ୍କ ମହାଷ୍ଟମୀ ପୂଜା, ମଣ୍ଡପରେ ସନ୍ଧିପୂଜା

ଆସୁଛି ଆଉ ଏକ ଲଘୁଚାପ ! ୩୧ ପରେ ପୁଣି ବର୍ଷା ସମ୍ଭାବନା, ୪ ଦିନରେ ସମଗ୍ର ରାଜ୍ୟରୁ ବିଦାୟ ନେବ ମୌସୁମୀ

ନିଟ୍ ପରୀକ୍ଷାରେ ସୋଆ ଆଇ.ଏଚ୍‌.ଏସ୍‌.ଇ ର ଛାତ୍ରଛାତ୍ରୀଙ୍କ ସଫଳତା

ଏ କି ବିଚାର ? ଅସଦାଚରଣର ଶିକାର ହୋଇ ମୁହଁ ଖୋଲିଥିଲେ, ଏବେ ହେଉଛନ୍ତି କଲବଲ.. ଜୀବନ-ମୃତ୍ୟୁର ଦୋଛକିରେ ୨ ମହିଳା କର୍ମଚାରୀ