ମିଥ୍ୟା ଦୁଷ୍କର୍ମ ଅଭିଯୋଗ ପରେ ଯୁବ ଇଞ୍ଜିନିୟଙ୍କ ବରବାଦ ହୋଇଗଲା କ୍ୟାରିଅର: ୭ ବର୍ଷ ପରେ ମିଳିଲା ନ୍ୟାୟ,୧୫ ଲକ୍ଷ କ୍ଷତିପୂରଣ ଦେବେ ଯୁବତୀଙ୍କ ପରିବାର

ଡିଏନଏ ଟେଷ୍ଟରୁ ସେ ଯୁବତୀଙ୍କ ଦ୍ୱାରା ଜନ୍ମିତ ଶିଶୁର ପିତା ହୋଇନଥିବାର ଜଣାପଡ଼ିଥିଲା

ଚେନ୍ନାଇ,୨୨/୧୧: ଏଠାକାର ଏକ ଅଦାଲତ ଜଣେ ଯୁବକଙ୍କ ନାମରେ ମିଥ୍ୟା ଦୁଷ୍କର୍ମ ଅଭିଯୋଗ କରିଥିବା କାରଣରୁ ଜଣେ ଯୁବତୀ ଏବଂ ତାଙ୍କ ପରିବାର ଲୋକଙ୍କ ଉପରେ ୧୫ ଲକ୍ଷ ଟଙ୍କାର ଜରିମାନା ଲଗାଇଛନ୍ତି । ଏହି ଅର୍ଥକୁ ଉକ୍ତ ଯୁବକଙ୍କୁ କ୍ଷତିପୂରଣ ଆକାରରେ ପ୍ରଦାନ କରାଯିବ । ସନ୍ତୋଷ ନାମକ ଉକ୍ତ ଯୁବକ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ଅଧ୍ୟୟନ କରୁଥିବା ସମୟରେ ତାଙ୍କ ବିରୋଧରେ ଉକ୍ତ ଯୁବତୀ ଏବଂ ତାଙ୍କ ପରିବାର ଲୋକେ ଦୁଷ୍କର୍ମ ଅଭିଯୋଗ କରିଥିଲେ ।

ଅଭିଯୋଗ ଅନୁଯାୟୀ, ଯୁବକ ଜଣକ ଉକ୍ତ ଯୁବତୀଙ୍କୁ ଦୁଷ୍କର୍ମ କରି ଗର୍ଭବତୀ କରିଥିଲେ । ଏହି କାରଣରୁ ସନ୍ତୋଷଙ୍କୁ ପୁଲିସ ଗିରଫ କରିଥିଲା । ତାଙ୍କୁ ୯୫ ଦିନ ଯାଏଁ ବିଚାର ବିଭାଗୀୟ ହାଜତରେ ରହିବାକୁ ପଡିଥିଲା । ୨୦୧୦ ଫେବ୍ରୁଆରୀ ମାସରେ ତାଙ୍କୁ ଜାମିନ ମିଳିଥିଲା ସତ କିନ୍ତୁ ଶୁଣାଣି ଶେଷ ହେବାକୁ ୭ ବର୍ଷ ଲାଗିଥିଲା । ଶୁଣାଣି ସମୟରେ ଯୁବତୀଙ୍କ ଦ୍ୱାରା ଜନ୍ମିତ ଶିଶୁର ଡିଏନ୍‌ଏ ଟେଷ୍ଟରୁ ସନ୍ତୋଷ ତା’ର ପିତା ହୋଇନଥିବାର ସ୍ପଷ୍ଟ ହୋଇଥିଲା । ତା’ ଆଧାରରେ ସନ୍ତୋଷଙ୍କୁ ଏହି ମାମଲାରୁ ନିର୍ଦ୍ଦୋଷରେ ଖଲାସ କରାଯାଇଥିଲା ।

କିନ୍ତୁ ସନ୍ତୋଷ ଅଭିଯୋଗ କରିଥିଲେ ଯେ ଏପରି ମିଥ୍ୟା ଅଭିଯୋଗ ଯୋଗୁ ତାଙ୍କ କ୍ୟାରିଅର ଓ ଜୀବନ ବରବାଦ ହୋଇଯାଇଛି । ଅପରାଧିକ ମାମଲା ଚାଲିଥିବାରୁ ସେ ଗୋଟିଏ ଡ୍ରାଇଭିଂ ଲାଇସେନ୍ସ ବି ହାସଲ କରିପାରିନଥିଲେ । ତାଙ୍କର କ୍ୟାରିଅର ନଷ୍ଟ ହେବା ଯୋଗୁ ସେ ଏବେ ଜଣେ ଅଫିସ ଆସିଷ୍ଟାଣ୍ଟ ଭାବେ କାମ କରିବାକୁ ବାଧ୍ୟ ହୋଇଛନ୍ତି । ତା’ଛଡା ତାଙ୍କୁ ଆଇନଗତ ପ୍ରକ୍ରିୟା ଚାଲୁ ରଖିବା ପାଇଁ ପ୍ରାୟ ୨ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡିଛି । ତେଣୁ ସେ ସଂପୃକ୍ତ ଯୁବତୀ, ତାଙ୍କ ପରିବାର ସଦସ୍ୟ ଏବଂ ମାମଲାର ଯାଞ୍ଚ କରିଥିବା ଥାନାଧିକାରୀଙ୍କ ଠାରୁ ୩୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରିଥିଲେ । ଅଦାଲତ ଏହାକୁ ଗ୍ରହଣ କରି ଅଭିଯୋଗକାରିଣୀ ଯୁବତୀ ଏବଂ ତାଙ୍କ ପରିବାର ଲୋକଙ୍କ ଉପରେ ୧୫ ଲକ୍ଷ ଟଙ୍କାର ଜରିମାନା ଲଗାଇଛନ୍ତି ।

ସନ୍ତୋଷଙ୍କ ଓକିଲ ଦେଇଥିବା ସୂଚନା ଅନୁସାରେ, ସନ୍ତୋଷ ଏବଂ ସଂପୃକ୍ତ ଯୁବତୀଙ୍କ ପରିବାର ପଡୋଶୀ ଥିଲେ । ଦୁଇ ପରିବାର ଉଭୟଙ୍କର ବିବାହ କରିବାକୁ ସ୍ଥିର କରିଥିଲେ । ତେବେ କିଛି ସମ୍ପତ୍ତିଗତ ବିବାଦ କାରଣରୁ ସନ୍ତୋଷଙ୍କ ପରିବାର ସେଇ ସ୍ଥାନ ଛାଡି ଚେନ୍ନାଇର ଅନ୍ୟ ଏକ ସ୍ଥାନକୁ ପଳାଇଥିଲେ । ତା’ ପରେ ବି ଯୁବତୀଙ୍କ ପରିବାର ଲୋକ ସେମାନଙ୍କ ଉପରେ ସନ୍ତୋଷଙ୍କ ବିବାହ ସେଇ ଯୁବତୀଙ୍କ ସହ କରିବା ପାଇଁ ଚାପ ପକାଇଥିଲେ । ମାତ୍ର ସନ୍ତୋଷଙ୍କ ପରିବାର ଲୋକ ଏଥିରେ ରାଜି ନହେବାରୁ ସେମାନେ ତାଙ୍କ ବିରୋଧରେ ମିଥ୍ୟା ବଳାତ୍କାର ଅଭିଯୋଗ କରିଥିଲେ ।

   ସମ୍ବନ୍ଧିତ ଖବର


ବେଦିରେ ବସିବା ଆଗରୁ ବନ୍ଧା ହେଲା ପାଳ ଦଉଡ଼ି – କନ୍ୟାର ମୃତ୍ୟୁରେ ସରିଗଲା ସବୁ ସୁଖ

ପାକିସ୍ତାନ ଅଧିନାୟକ ବାବର ଆଜମଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ – ମହିଳା କହିଲେ , ୧୦ ବର୍ଷ ଯାଏ କରିଛନ୍ତି ଯୌନ ଶୋଷଣ

ମ୍ୟାଚ୍‌ ହାରିବା ସହ ସିରିଜ ହାରିଲା ଟିମ୍‌ ଇଣ୍ଡିଆ, ଦ୍ବିତୀୟ ଦିନିକଆରେ ୫୧ରନରେ ବିଜୟୀ ହେଲା ଅଷ୍ଟ୍ରେଲିଆ

ଘରେ ବସି ଗୋଟିଏ ମିସ୍‌ଡ କଲରେ ଚେକ୍‌ କରନ୍ତୁ PF ଖାତା

ଟାଟା ମ୍ୟାଜିକରେ ହଠାତ୍ ଲାଗିଗଲା ନିଆଁ, ଜୀଅନ୍ତା ଜଳି ଦୁଇ ଜଣଙ୍କର ମୃତ୍ୟୁ

ଚାକିରି ଯିବା ପରେ ରାସ୍ତା କଡରେ ବିରିୟାନୀ ବିକ୍ରି କରୁଛନ୍ତି ସାତ ତାରକା ହୋଟେଲର ସେଫ୍