ପ୍ରମୁଖ ଖବର
  • ବିଧାନସଭା କ୍ଷେତ୍ର ପାଇଁ ଆଉ ୪ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ
  • ||
  • ପ୍ରକାଶ ପାଇଁ ଓଡ଼ିଶା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ବିଜ୍ଞପ୍ତି, ମେ ୧୩ ତାରିଖରେ ଓଡ଼ିଶାର କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ୨୮ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ
  • ||
  • ବିଶ୍ୱ ଐତିହ୍ୟ ଦିବସ: ଆଜି ସୂର୍ଯ୍ୟମନ୍ଦିରରେ ମାଗଣା ପ୍ରବେଶ କରିପାରିବେ ପର୍ଯ୍ୟଟକ
  • ||
  • ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ: ଶୁକ୍ରବାର ୧୦୨ ଆସନରେ ହେବ ମତଦାନ, ୧୬୨୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ
  • ||
  • IPL 2024ରେ ପଞ୍ଜାବକୁ ଭେଟିବ ମୁମ୍ବାଇ, ତିଳକ-ଅର୍ଶଦୀପ ଲଢ଼େଇକୁ ଅପେକ୍ଷା
  • ||
  • ଆହୁରି ତେଜିବ ତାତି, ସପ୍ତାହେ ଯାଏ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: ଖରା ପାଇଁ ତିନି ଦିନ ସ୍କୁଲ ଛୁଟି
  • ||

Tik Tok କୁ ଟକ୍କର ଦେବାକୁ ଆସୁଛି Byte, ଭିଡିଓ ତିଆରି କଲେ କମ୍ପାନୀ ଦେବ ଟଙ୍କା

ନୂଆଦିଲ୍ଲୀ,୨୭।୧: ଭିଡିଓ ଆପ୍ ‘ଟିକଟକ୍’ ଖୁବ୍ ଯୋରଦାର ଭାବରେ ପପୁଲାର ହେବାରେ ଲାଗିଛି ଓ ଡାଉନଲୋଡ୍ କରିବା ମାମଲାରେ ଏହା ବିଶ୍ବର ବହୁ ଆପ୍ସର ରେକର୍ଡ ଭାଙ୍ଗି ଦେଇଛି। ଏବେ ଏହାକୁ ଟକ୍କର ଦେବାକୁ ଏକ ନୂଆ ଆପ୍ସ ଆସୁଛି। ସୋସିଆଲ ମିଡିଆ ପ୍ଲାଟଫର୍ମ Byte ଏବେ ମୋବାଇଲ  ପାଇଁ ଆସିଯାଇଛି। ସବୁଠାରୁ ଖାସ୍ କଥା ଏହା ଯେ, ପ୍ଲାଟଫର୍ମରେ ଆସୁଥିବା ସମୟରେ କମ୍ପାନୀର ରେଭିନ୍ୟୁ ସେୟାରିଂକୁ ନେଇ ଆସିବ। ରେଭିନ୍ୟୁ ସେୟାରିଂରୁ ୟଜର୍ସଙ୍କୁ ଖୁବ୍ ଫାଇଦା ହେବ। ଭିଡିଓ ତିଆରି କରୁଥିବା ଏଭେଜରେ ଟଙ୍କା ମଧ୍ୟ ଦିଆଯିବ।

wp:gallery {"ids":[84597]} /wp:gallery

ଉଲ୍ଲେଖନୀୟ ଯେ, Byte  ଆପ୍, ପପୁଲାର ଆପ୍ Vine ର ଆଗାମୀ ଭର୍ସନ ଭାବରେ ଦେଖାଯାଇ ହେବ। Byte  ଆପରେ ୟୁଜର୍ସ ୬ ସେକେଣ୍ଡର ଭିଡିଓ ପୋଷ୍ଟ କରିପାରିବେ। ଏହା ଟିକଟକ୍ ଭଳି କାମ କରିବ। Byte  ଆପ୍ ପକ୍ଷରୁ ଏଭଳି ଟ୍ବିଟ୍ କରାଯାଇଛି। ଏଥିରେ ଲେଖା ଯାଇଛି ଏହି ଆପ୍ ଖୁବ୍  ଫ୍ୟାମିଲିୟର ଅଟେ ଓ ନୂଆ ମଧ୍ୟ ଅଟେ। ଏହି ଆପ୍ ଟିକଟକ୍ ଭଳି ଭିଡିଓ ବେସଡ୍ ଆପ୍, ଯେଉଁଠି ଛୋଟ ଭିଡିଓର ବିଭିନ୍ନ ପ୍ରକାର ଫିଚର୍ସ ଦେଖିବାକୁ ମିଳିବ।

wp:gallery {"ids":[84598]} /wp:gallery

Vine ଆପ୍ର ଫାଉଣ୍ଡର ଡମ୍ ହାଫମ୍ୟାନ୍ ଏକ ଟିଜର ଜାରି କରିଛନ୍ତି, ଯେଉଁଥିରେ ସେ କହିଛନ୍ତି ଭାଇନ୍ ଆପର ସିକ୍ବେଲ ଉପରେ କାମ କରୁଛନ୍ତି। ଯଦିଓ Byte  ଆପ୍ ଏକ ଇଣ୍ଡିପେଣ୍ଡେଣ୍ଟ କମ୍ପାନୀ ଓ ଏହି ଆପ୍ ଏବେ ଗୁଗୁଲ ପ୍ଲେ ଷ୍ଟୋର ଓ ଆପଲ ଆପ୍ ଷ୍ଟୋରରୁ ଡାଉନଲୋଡ୍ କରିହେବ।

wp:gallery {"ids":[84599]} /wp:gallery

ଟେକ୍ କ୍ରଞ୍ଚ ଦେଇଥିବା ଏକ ଇଣ୍ଟରଭ୍ୟୁରେ ଏହି ଆପକୁ କ୍ରିଏଠର ଡମ୍ ହଫମ୍ୟାନ୍ କହିଛନ୍ତି ଯେ, Byte  ଆପ୍ ଖୁବ୍ ଶୀଘ୍ର ରେଭିନ୍ୟୁ ସେୟାରିଂ ସିଷ୍ଟମ ଆଣିବ, ଯାହାଫଳରେ ଲୋକଙ୍କୁ ଭିଡିଓ ତିଆରି କରିବାର ଏଭେଜରେ ଟଙ୍କା ଦିଆଯାଇ ପାରିବ। ଆାଗାମୀ ସମୟରେ ଏହା ଉପରେ କମ୍ପାନୀ ବିଜ୍ଞାପନ ଓ ରେଭିନ୍ୟୁ ସେୟାରିଂ କରିବା ଉପରେ ବିସ୍ତାରିତ ଭାବରେ କାମ କରିବେ। ଏବେ ୪୦ଟି ଦେଶରେ ଏହି ଆପ୍  ଉପଲବ୍ଧ। କିନ୍ତୁ ଭାରତକୁ ଏହି ଆପ୍ ଆସିନାହିଁ। ଏବେ ପ୍ଲେ ଷ୍ଟୋର ଓ ଆପ୍ ଷ୍ଟୋରରେ ଭାରତରେ ଏହି ଆପ୍ ନାହିଁ। କାରଣ ଭାରତରେ ଟିକଟକ୍ ଖୁବ୍ ପପୁଲାର , ତେଣୁ ଆଗାମୀ କିଛି ସମୟ ଭିତରେ କମ୍ପାନୀ କିଛି ନୂଆ ଫିଚର୍ସ ସହିତ ଏହାକୁ ଭାରତରେ ଲଞ୍ଚ କରିପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.