ହ୍ୱାଟ୍ସଆପରେ ଏକାଠି ୫୦ ଲୋକଙ୍କୁ କରିପାରିବେ ଭିଡିଓ କଲ୍, ଜାଣନ୍ତୁ ସହଜ ଉପାୟ

ନୂଆଦିଲ୍ଲୀ ୧/୬: ଫେସବୁକ୍ ନିକଟରେ ମେସେଞ୍ଜର ରୁମ୍ସ ଫିଚର ଆରମ୍ଭ କରିଥିଲା । ଏଥିରେ ୟୁଜର୍ସ ଏକ ସିଙ୍ଗଲ ଭିଡିଓ କଲରେ ଏକାଠି ୫୦ ଲୋକଙ୍କ ସହିତ ଯୋଡି ହୋଇପାରିବେ । ଖାସ୍ କଥା ହେଉଛି ଏହାକି ଫେସବୁକ୍ ଏହାକୁ ଇନଷ୍ଟାଗ୍ରାମ ଓ ହ୍ୱାଟ୍ସଆପ ପାଇଁ ମଧ୍ୟ ନେଇଆସିଛି । ହ୍ୱାଟ୍ସଆପର ଆଣ୍ଡ୍ରଏଡ୍ ଭର୍ସନରେ ଧିରେ ଧିରେ ରୁମ୍ସ ଫିଚର ଆରମ୍ଭ ହୋଇଯାଇଛି ।

ନୂଆ ରୁମ୍ସ ଇଣ୍ଟିଗ୍ରେସନରୁ ହ୍ୱାଟ୍ସଆପ୍ ୟୁଜର୍ସ କଲ୍ ଆରମ୍ଭ ମଧ୍ୟ କରିପାରିବେ । ଏହା ସହିତ କୌଣସି ରୁମ୍ସରେ ଜଏନ୍ ମଧ୍ୟ କରିପାରିବେ । ଆସନ୍ତୁ ଜାଣିବା କେମିତି ଆପଣ ଏକାଠି ୫୦ ଲୋକଙ୍କ ସହିତ କରିପାରିବେ ଭିଡିଓ କଲ୍ ।

ସୂଚନା ପାଇଁ କହିରଖୁଛୁ ହ୍ୱାଟ୍ସଆପ୍ ଗ୍ରୁପ୍ ଭିଡିଓ କଲ୍ସ ଭଳି ଭିଡିଓ କଲ୍ ଫିଚର ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପ୍ଟଡ ନାହିଁ ।

ପ୍ରଥମେ ଏହି ଜିନିଷକୁ ଧ୍ୟାନରେ ରଖିବାକୁ ପଡିବ…

– ହ୍ୱାଟ୍ସଆପର ଲାଟେଷ୍ଟ ଭର୍ସନ ହେବା ଜରୁରୀ

– ଇଣ୍ଟରନେଟ୍ କନେକ୍ସନ ମଧ୍ୟ ଥିବା ଆବଶ୍ୟକ

– ଫେସବୁକ୍ ମେସେଞ୍ଜରର ମଧ୍ୟ ଲାଟେଷ୍ଟ ଭର୍ସନ ଥିବା ଆବଶ୍ୟକ

ଆସନ୍ତୁ ଜାଣିବା ହ୍ୱାଟ୍ସଆପରେ ରୁମ୍ କ୍ରିଏଟ୍ କେମିତି କରିବା

>> ପ୍ରଥମେ ହ୍ୱାଟ୍ସଆପ ଖୋଲ ଏବଂ ଉପରେ ଥିବା କଲ୍ ଟ୍ୟାବ୍ କୁ ଯାଆନ୍ତୁ

>> ବର୍ତ୍ତମାନ Create a Room ଅପ୍ସନ୍ ଉପରେ ଟ୍ୟାପ୍ କରନ୍ତୁ

>> ଏବେ ମେସେଞ୍ଜର ଅପ୍ସନରେ Continue ଉପରେ ଟ୍ୟାପ୍ କରନ୍ତୁ

ଏବେ ଆପଣଙ୍କୁ ମୋବାଇଲ୍ ବ୍ରାଉଜର ମାଧ୍ୟମରେ ମେସେଞ୍ଜର କିମ୍ବା ମେସେଞ୍ଜର ୱେବସାଇଟ୍ ଉପରେ ରିଡାଇରେକ୍ଟ କରିଦିଆଯିବ । ଏମିତି କାରଣ ରୁମ୍ ଫିଚର ହ୍ୱାଟ୍ସଆପ୍ ବାହାରେ କାମ କରିଥାଏ ।

ଏବେ Try it ଉପରେ ଟ୍ୟାପ୍ କରନ୍ତୁ

ଏହା ପରେ ପୁଣି Create Rooms କୁ ଯିବାକୁ ପଡିବ । ଏବଂ Room ନାଁ ଇଣ୍ଟର କରିବାକୁ ପଡିବ ।

ରୁମ୍ସକୁ କଷ୍ଟମାଇଜ୍ କରିବା ପାଇଁ ଆପଣ ରୁମ୍ସ ଆକ୍ଟିଭିଟି ଉପରେ ମଧ୍ୟ ଟ୍ୟାପ୍ କରିପାରିବେ

ଏହା ପରେ Send Link on WhatsApp ଉପରେ ଟ୍ୟାପ୍ କରନ୍ତୁ । ଏଥିରେ ହ୍ୱାଟ୍ସଆପ୍ Reopen ହୋଇଯିବ ।

ଏବେ ଆପଣଙ୍କୁ ସର୍ଚ୍ଚ କରି କଣ୍ଟାକ୍ଟ ଆଡ୍ କରିବାକୁ ପଡିବ କିମ୍ବା ପୁଣି ଯେଉଁମାନଙ୍କ ସହିତ ରୁମ୍ସର ଲିଙ୍କ ସେୟାର କରିବା ଉଚିତ୍ ସେହି ଗ୍ରୁପ ଚାଟ୍ସକୁ ସର୍ଚ୍ଚ କରନ୍ତୁ । ଏହା ପରେ ସେୟାର କରିବା ପାଇଁ Arrow ବଟନ୍ ଉପରେ ଟ୍ୟାପ୍ କରନ୍ତୁ ।

   ସମ୍ବନ୍ଧିତ ଖବର


ଅହମଦାବାଦରେ ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯିବ ପିଙ୍କ୍‌ ବଲ ଟେଷ୍ଟ ମ୍ୟାଚ୍, ସୂଚନା ଦେଲେ ସୌରଭ

କାମାନ୍ଧ ଯୁବକଙ୍କ ଅଜବ ଯୌନ ଲାଳସା; ମହିଳାଙ୍କ ଅନ୍ତବସ୍ତ୍ର ଚୋରାଇବା ପାଇଁ ଭାଙ୍ଗୁଥିଲେ କଠିନ ଲକଡାଉନ କଟକଣା, ଘରୁ ମିଳିଲା ୧୦୦ ବ୍ରା ଓ ୪୧ ହଳ ପ୍ୟାଣ୍ଟି…

7th pay commission: କେନ୍ଦ୍ରୀୟ କର୍ମଚାରୀଙ୍କୁ ଦିପାବଳୀ ଉପହାର ଦେବେ ସରକାର, ଜାଣନ୍ତୁ କ’ଣ ନୂଆ ନିଷ୍ପତ୍ତି…

IPL ୨୦୨୦: ପ୍ରଥମ ଖେଳାଳି ଭାବେ ଇତିହାସ ରଚିଲେ ଶିଖର ଧାଓ୍ବନ, ନିଜ ନାମରେ କଲେ ଏହି ଖାସ୍‌ ରେକର୍ଡ

ଟିଆରପି ସ୍କାମର ତଦନ୍ତ କରିବ CBI, ଯୋଗୀ ସରକାରଙ୍କ ସୁପାରିସ ପରେ ତଦନ୍ତ ଆରମ୍ଭ …

ପୂର୍ବରୁ କରୋନା ବିଷୟରେ ଦେଇଥିଲେ ଭବିଷ୍ୟବାଣୀ, କହିଲେ ଆଉ ଏତେ ଦିନ ରହିବ