ମହିଳାମାନଙ୍କୁ ଭିଡିଓ କଲ୍ କରି ଉଲଗ୍ନ ହୋଇଯାଉଥିଲା, ଖୋଜି ଖୋଜି ଗିରଫ କଲା ପୋଲିସ

ନୂଆଦିଲ୍ଲୀ ୨୩/୧୦: କିଛି ଦିନ ପୂର୍ବରୁ ସଫଦରଜଙ୍ଗରେ ରହୁଥିବା ଜଣେ ଯୁବତୀଙ୍କ ପାଖକୁ ଅଚାନକ ଏକ ଅଜଣା ନମ୍ବରରୁ ଭିଡିଓ କଲ୍ ଆସିଲା ଏବଂ ସେ କଲ୍ ରିସିଭ୍ କରିବା ମାତ୍ରେ ଫୋନରେ ଥିବା ଯୁବକଜଣକ ଉଲଗ୍ନ ହୋଇଗଲା । ଯୁବତୀ ଜଣକ ତୁରନ୍ତ ଫୋନ୍ କାଟିଦେଲେ । ଏହା ପରେ ସେହି ନମ୍ବରରୁ ବାରମ୍ବାର ଫୋନ୍ ଆସିଲା ଏବଂ ଶେଷରେ ସେ ନିଜ ନ୍ୟୁଡ୍ ଫଟୋ ପଠାଇବାରେ ଲାଗିଲା । ଶେଷରେ ବିରକ୍ତ ହୋଇ ଯୁବତୀ ଜଣକ ପୋଲିସରେ ଏନେଇ ଅଭିଯୋଗ କଲେ । ପୋଲିସ ତଦନ୍ତ କରି ସମ୍ପୃକ୍ତ ଯୁବକକୁ ଗିରଫ କଲା ।

ଗିରଫ କଲା ପୋଲିସ
ଦିଲ୍ଲୀ ପୋଲିସ ୨୬ ବର୍ଷର ସଲମାନ ନାମକ ଜଣେ ଯୁବକକୁ ଗିରଫ କଲା । ସେ ଏଭଳି ଅନେକ ଯୁବତୀ ଓ ମହିଳାଙ୍କୁ ଭିଡିଓ କଲ୍ କରି ଉଲଗ୍ନ ହୋଇଯାଏ । ପୋଲିସ ସୂଚନା ଅନୁସାରେ ସେ ଏଭଳି ପ୍ରାୟ ୩୦ ଜଣଙ୍କ ସହିତ କରିସାରିଛି ।

ଏମିତି ଧରା ପଡିଲା
ଯୁବତୀଙ୍କ ଅଭିଯୋଗ କ୍ରମେ ପୋଲିସ ନିଜ ଯାଞ୍ଚ ଆରମ୍ଭ କଲା । ଜଣା ପଡିଲା ଯେ ସେହି ନମ୍ବରଟି ରାଜସ୍ଥାନ କୋଟାର । ଏହା ପରେ ପୋଲିସର ଏକ ଟିମ୍ ଯାହା ନାଁରେ ସିମ୍ ଥିଲା ସେନେଇ ପଚରାଉଚରା ଜାରି ରଖିଲା । ପରେ ଜଣା ପଡିଲା ଯେ ସିମ୍ ତା ସାଙ୍ଗ ବ୍ୟବହାର କରୁଛି । ସେ ରୋହତକରେ ରହୁଛି । ଏହା ପରେ ପୋଲିସ ରୋହତକରେ ପହଞ୍ଚି ସଲମାନକୁ ଗିରଫ କଲା । ଅଭିଯୁକ୍ତ ଯୁବକ ନିଜ୍ ଭୁଲ୍ ମାନିଗଲା । ସେ କହିଲା ଯେ ସେ ଏମିତି ସମସ୍ତଙ୍କୁ ଭିଡିଓ କଲ୍ କରେ । ତେବେ ପୋଲିସ ତାକୁ ଗିରଫ କରିଛି । ଯୁବକ ଜଣକ କୌଣସି ଏକ କମ୍ପାନୀରେ ସିକ୍ୟେରିଟି ଭାବେ କାମ କରେ ।