ମାଡ ମାରି ଭୁଲ ମାଗିଲେ ବିଡିଓ: ସୋସିଆଲ ମିଡିଆରେ ଭାଇରାଲ୍ ହେଲା ଭିଡିଓ…

ବୌଦ୍ଧ ୧୭/୧୦: ମାଡ ମାରିଲେ, ଭୁଲ ମାଗିଲେ କଣ୍ଟାମାଳ ବିଡିଓ। ଡାଟା ଏଣ୍ଟ୍ରି ଅପରେଟଙ୍କୁ ବିଡିଓଙ୍କର ମାଡ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ପରେ ଭୁଲ୍ ମାଗିଲେ ବିଡିଓ। ଏଭଳି ଅଶୋଭନିୟ ଘଟଣା ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ବିଡିଓ ରବୀନ୍ଦ୍ର କହଁରଙ୍କ ଭିଡିଓ ସାମ୍ନାକୁ ଆସିଛି । କଣ୍ଟାମାଳ ବିଡିଓ ମହାଶୟ ବ୍ଲକର ଡାଟା ଏଣ୍ଟ୍ରି ଅପରେଟର ବିଭୁ ମଲ୍ଲିକଙ୍କୁ ସର୍ବସମ୍ମୁଖରେ ଚାପୁଡା ମାରିଥିଲେ। ଡାଟା ଏଣ୍ଟ୍ରି ଅପରେଟର ବିଭୁ ମଲ୍ଲିକ ଗ୍ରିଭାନ୍ସ ଦିନ ବିଳମ୍ବରେ ଅଫିସ ଆସିଥିଲେ । ଏଥିପାଇଁ ରାଗିଯାଇ ବିଡିଓ ତାଙ୍କୁ ସର୍ବ ସମ୍ମୁଖରେ ଗାଲକୁ ଚାପୁଡା ମାରିଥିଲେ । ଏହାପରେ ଏହାକୁ ବିରୋଧ କରି ସେଠାରେ ଉପସ୍ଥିତ ଥିବା କିଛି ଯୁବକ ବିଡିଓଙ୍କୁ ଘେରି ଯାଇଥିଲେ ।

ଏହାପରେ ହରଡଘଣାରେ ପଡି ଯାଇଥିଲେ । ସ୍ଥିତି ଜଟିଳ ହେଉଥିବା ଦେଖି ବିଡିଓ ରବୀନ୍ଦ୍ର କହଁର ନରମି ଯାଇଥିଲେ । ସ୍ଥାନୀୟ ଲୋକେ ବିଡିଓଙ୍କୁ ପ୍ରଶ୍ନ କରିଥିଲେ । ବାଧ୍ୟ ହୋଇ ବିଡିଓ ସର୍ବ ସମ୍ମୁଖରେ ମୁଣ୍ଡ ନୁଆଁଇଥିଲେ ଏବଂ ଡାଟା ଏଣ୍ଟ୍ରି ଅପରେଟରଙ୍କୁ କୁଣ୍ଢାଇ ପକାଇ ଭୁଲ ମାଗିଥିଲେ । ତେବେ ଏହି ଘଟଣାରେ ଅନୁସନ୍ଧାନ କରି କାର୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ବୌଦ୍ଧ ଜିଲ୍ଲାପାଳ ସୂଚନା ଦେଇଛନ୍ତି।

   ସମ୍ବନ୍ଧିତ ଖବର


ଶିକ୍ଷକଙ୍କ ମାଡରେ ଦୁଇ ଛାତ୍ରୀ ଗୁରୁତର :ଡାକ୍ତରଖାନରେ ଭର୍ତ୍ତି, ଶିକ୍ଷକଙ୍କ ନାଁରେ ଅଭିଯୋଗ

ବୃଦ୍ଧାଙ୍କୁ ଶୁଣ୍ଢରେ ଟେକି କଚାଡି ମାରିଲା ଦନ୍ତା

ଟୋକନକୁ ଚାଷୀଙ୍କ ବିରୋଧ: ଧାନ ରଖି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କଲେ ସିଲ୍‌

ଗୋଡଭଙ୍ଗା ଘାଟିଠାରେ ଓଲଟି ପିକ୍‌ଅପ୍ ଭ୍ୟାନ୍: ଡ୍ରାଇଭର ଆହତ, ହେଲ୍‌ପର ଗୁରୁତର